
କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ରାଜକନିକା ଆଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ଚାଲି ଥିବା ପ୍ରଥମ ରାଜକନିକା ପ୍ରିମିୟର ଲିଗ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ ହୋଇ ଯାଇଛି । ଉଦଯାପନୀ ଖେଳ ରେ ଅର୍ବାନ ଫୁଟବଲ କ୍ଲବ କନିକା ଟାଇଟନିକ୍ସକୁ ୧-୦ ଗୋଲ ରେ ପରାସ୍ତ କରି ଚାମ୍ପିୟନ ହୋଇଛି । ଅନୁଷ୍ଠାନ ର ସଭାପତି ଦୋଳ ଗୋବିନ୍ଦ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଶକ୍ତି ଓ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ପ୍ରବୀଣା ଦାସ ପ୍ରମୁଖ ଯୋଗ ଦେଇ ବିଜେତା ଦଳ କୁ ୫୦,୦୦୦ ଟଙ୍କା ସହିତ ଟ୍ରଫି ଓ ଉପବିଜେତା ଦଳ କୁ ୩୦,୦୦୦ ଟଙ୍କା ସହିତ ଟ୍ରଫି ପ୍ରଦାନ କରିଥିଲେ । ଏହା ଛଡ଼ା ତୃତୀତ ସ୍ଥାନ ଅଧିକାର କରି ଥିବା କନିକା ୱାରିଅର୍ସକୁ ୨୦,୦୦୦ ଟଙ୍କା ଓ ଚତୁର୍ଥ ସ୍ଥାନ ଅଧିକାର କରି ଥିବା ଏ. ଏସ. ଏମ କ୍ଲବ କୁ ୧୦,୦୦୦ ଟଙ୍କା ସହିତ ମ୍ୟାଚ ର ଶ୍ରେଷ୍ଠ ଖେଳାଳି ପ୍ରତାପ ସାମଲ ଓ ଟୁର୍ନାମେଣ୍ଟର ଶ୍ରେଷ୍ଠ ଖେଳାଳି ଦୀନେଶ ତରାଇଙ୍କୁ ପୁରସ୍କାର ପ୍ରଦାନ କରି ଥିଲେ । ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନର ଉପସଭାପତି କପିଳେଦ୍ର ମଲ୍ଲିକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉପସଭାପତି ସଞ୍ଜୟ ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରି ଥିଲେ । ଜ୍ୟୋତି ରଞ୍ଜନ ସ୍ୱାଇଁ ଖେଳ ପରିଚାଳନା କରି ଥିବା ବେଳେ ପ୍ରଦୀପ ମହାନ୍ତି, ଶରତ ଜେନା, ଅରୁଣ ବାରିକ, ପର୍ଶୁରାମ ସାହୁ ସହଯୋଗ କରିଥିଲେ । ଅନ୍ୟ ମାନ ଙ୍କ ମଧ୍ୟରେ କୋଷାଧକ୍ଷ ଦେବେନ୍ଦ୍ର କୁମାର ନାୟକ, ମିଡ଼ିଆ ସମ୍ପାଦକ ଅଜୟ କୁମାର ରାଉତ, କାର୍ଯ୍ୟକାରୀ ସଦସ୍ୟ ଗୋଲକ ବିହାରୀ ମଲ୍ଲିକ, ମିର୍ଜା ଇବ୍ରାହିମ ବେଗ, ପ୍ରକାଶ ସେନାପତି, ବେଣୁଧର ପରିଡା, ଶରତ ମଲ୍ଲିକ ଆଦି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।











