ବିଭିନ୍ନ ଦାବୀ ଏସ ଏସ ବି ଅଧ୍ୟାପକଙ୍କ କଳା ବ୍ୟାଚ ପରିଧାନ


ଓଡିଶାର ବିଭିନ୍ନ କଲେଜରେ ନିଯୁକ୍ତି ପାଇଥିବା ଏସ ଏସ ବି ଅଧ୍ୟାପକ ଓ ଅଧ୍ୟାପିକା ସ୍ୱଳ୍ପ ଦରମାରେ ଦୀର୍ଘ ୮ବର୍ଷ ଧରି କାର୍ଯ୍ୟ କରିଆସୁଥିଲେ ମଧ୍ୟ ସରକାର ସେମାନଙ୍କ ନାର୍ଯ୍ୟ ଦାବୀପ୍ରତି ଉଦାସୀନ ମନୋଭାବ ପୋଷଣ କରିଆସୁଥିବା ଅଭିଯୋଗ ହୋଇଛି । ଓଡିଶା ଏସ ଏସ ବି ଅଧ୍ୟାପକ ସଂଘ ସଭାପତି ସରୋଜକାନ୍ତ ନାୟକଙ୍କ ନେତୃତ୍ୱରେ ଗ୍ରେଡ଼ ପେ ୪୬୦୦ରୁ ୫୪୦୦ କରିବା ଆଦି ବିଭିନ୍ନ ଦାବୀ ନେଇ ପଟ୍ଟାମୁଣ୍ଡାଇ କଲେଜ ଏସ ଏସ ବି ଅଧ୍ୟାପିକା ଅଧ୍ୟାପକ ମାନେ ମଙ୍ଗଳବାର ଠାରୁ କଳା ବ୍ୟାଚ ପରିଧାନ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏ ସମ୍ପର୍କରେ ସ୍ଥାନୀୟ ଅଧିବାସୀ ରାଜ୍ୟ ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷାମନ୍ତ୍ରୀ ଓ ୫ଟି ସଚିବଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ବସ୍ତୁତଃ ସରକାରୀ ସ୍ତରରେ କୌଣସି ପଦକ୍ଷେପ ନିଆଯାଇନାହିଁ । ଆସନ୍ତା ୭ଦିନ ମଧ୍ୟରେ ସରକାରୀ ସ୍ତରରେ ଏ ଦିଗରେ କୌଣସି ପଦକ୍ଷେପ ନନେଲେ ସାରା ଓଡିଶା ଏସ ଏସ ବି ଅଧ୍ୟାପକ ସଂଘ ପକ୍ଷରୁ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଚେତାବନୀ ଦେଇଥିଲେ ।


Next Post

ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଗଣଧାରଣା ଦ୍ୱିତୀୟ ଦିନରେ,ପ୍ରଶାସନ ଆନ୍ଦୋଳନକାରୀ ମୁହାଁମୁହିଁ

Wed Sep 6 , 2023
କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ପାଇଁ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଜିଲ୍ଲାରେ ଥିବା ଦୟନୀୟ ସ୍ୱାସ୍ଥ୍ୟସେବାରେ ସୁଧାର ନିମନ୍ତେ ମେଡିକାଲ କଲେଜ ପ୍ରତିଷ୍ଠା ନିମନ୍ତେ ଦୀର୍ଘ ଦୁଇବର୍ଷରୁ ଅଧିକ କାଳ ଧରି ବିଭିନ୍ନ ପର୍ଯ୍ୟାୟରେ ଚାଲି ଆସିଥିବା ଆନ୍ଦୋଳନ ଏବେ ଚରମ ରୂପ ନେବାକୁ ଆଭାସ ମିଳୁଛି । ଜିଲ୍ଲା ପ୍ରଶାସନର ବାରଣ ସତ୍ତ୍ୱେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ନିକଟରେ ଥିବା ମହାତ୍ମାଗାନ୍ଧୀଙ୍କ […]

KANIKA