ବିଭିନ୍ନ ଦାବୀ ଏସ ଏସ ବି ଅଧ୍ୟାପକଙ୍କ କଳା ବ୍ୟାଚ ପରିଧାନ


ଓଡିଶାର ବିଭିନ୍ନ କଲେଜରେ ନିଯୁକ୍ତି ପାଇଥିବା ଏସ ଏସ ବି ଅଧ୍ୟାପକ ଓ ଅଧ୍ୟାପିକା ସ୍ୱଳ୍ପ ଦରମାରେ ଦୀର୍ଘ ୮ବର୍ଷ ଧରି କାର୍ଯ୍ୟ କରିଆସୁଥିଲେ ମଧ୍ୟ ସରକାର ସେମାନଙ୍କ ନାର୍ଯ୍ୟ ଦାବୀପ୍ରତି ଉଦାସୀନ ମନୋଭାବ ପୋଷଣ କରିଆସୁଥିବା ଅଭିଯୋଗ ହୋଇଛି । ଓଡିଶା ଏସ ଏସ ବି ଅଧ୍ୟାପକ ସଂଘ ସଭାପତି ସରୋଜକାନ୍ତ ନାୟକଙ୍କ ନେତୃତ୍ୱରେ ଗ୍ରେଡ଼ ପେ ୪୬୦୦ରୁ ୫୪୦୦ କରିବା ଆଦି ବିଭିନ୍ନ ଦାବୀ ନେଇ ପଟ୍ଟାମୁଣ୍ଡାଇ କଲେଜ ଏସ ଏସ ବି ଅଧ୍ୟାପିକା ଅଧ୍ୟାପକ ମାନେ ମଙ୍ଗଳବାର ଠାରୁ କଳା ବ୍ୟାଚ ପରିଧାନ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏ ସମ୍ପର୍କରେ ସ୍ଥାନୀୟ ଅଧିବାସୀ ରାଜ୍ୟ ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷାମନ୍ତ୍ରୀ ଓ ୫ଟି ସଚିବଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ବସ୍ତୁତଃ ସରକାରୀ ସ୍ତରରେ କୌଣସି ପଦକ୍ଷେପ ନିଆଯାଇନାହିଁ । ଆସନ୍ତା ୭ଦିନ ମଧ୍ୟରେ ସରକାରୀ ସ୍ତରରେ ଏ ଦିଗରେ କୌଣସି ପଦକ୍ଷେପ ନନେଲେ ସାରା ଓଡିଶା ଏସ ଏସ ବି ଅଧ୍ୟାପକ ସଂଘ ପକ୍ଷରୁ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଚେତାବନୀ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading