ଗଣେଶପୂଜା ସମନ୍ୱୟ ସମିତିର ପ୍ରସ୍ତୁତି ବୈଠକ


 

କେନ୍ଦ୍ରାପଡ଼ା, ୬ା୯: କେନ୍ଦ୍ରାପଡା ସହରରେ ଆସନ୍ତା ଗଣେଶପୂଜା ଉପଲକ୍ଷେ ଗଣେଶପୂଜା ସମନ୍ୱୟ ସମିତିର ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଖଡିଅଙ୍ଗସ୍ଥିତ ମଣିମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସମନ୍ୱୟ ସମିତିର ସଭାପତି ଭାବଗ୍ରାହୀ ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ସହରର ୩୦ଟି ମେଢର କର୍ମକର୍ତ୍ତାମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ବୈଠକରେ ଆସନ୍ତା ୧୯ତାରିଖରେ ଗଣେଶ ପୂଜା ସହରର ୩୦ଟି ମଣ୍ଡପରେ ଅନୁଷ୍ଠିତ ହେବ ଓ ୨୩ତାରିଖରେ ନିଜ ମଣ୍ଡପରେ ବିସର୍ଜ୍ଜନ ହେବା ପରେ ଆସନ୍ତା ୨୯ତାରିଖରେ ଭଷାଣି ଉତ୍ସବ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି । ତେଣୁ ଗଣେଶ ପୂଜା ପୂର୍ବରୁ କେନ୍ଦ୍ରାପଡା କେନାଲ ଉପରେ ବଳଦେବ ହାଇସ୍କୁଲ ନିକଟରେ ନିର୍ମିତ ହୋଇଥିବା ପୋଲର ଆପ୍ରୋଚ ରୋଡକୁ ସମ୍ପୂର୍ଣ୍ଣ କରାଯିବା, ସହରର ରାସ୍ତାଘାଟ ମରାମତି, ପାନୀୟଜଳର ସୁବନ୍ଦୋବସ୍ତ, ବିସର୍ଜ୍ଜନ ଘାଟରେ ଆଲୋକୀକରଣ, ପୂଜା ସମୟରେ ଜରୁରୀ ସ୍ୱାସ୍ଥ୍ୟସେବା ଯୋଗାଇଦେବା, ସହରର ଟ୍ରାଫିକ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରାଯିବା, ଶାନ୍ତିଶୃଙ୍ଖଳା ରକ୍ଷା ପ୍ରଭୃତି କାର୍ଯ୍ୟ ଗୁଡିକ ତୁରନ୍ତ ସମ୍ପାଦନ ନିମନ୍ତେ ଗଣେଶପୂଜା ସମନ୍ୱୟ ସମିତି ପକ୍ଷରୁ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିବେଦନ କରାଯାଇଛି । ଏଥିସହିତ ସମସ୍ତ ପୂଜା କମିଟିର କର୍ମକର୍ତ୍ତାମାନେ ଏଥିରେ ସହଯୋଗ କରିବାକୁ ମଧ୍ୟ ନିବେଦନ କରାଯାଇଥିଲା । ଶେଷରେ ସମନ୍ୱୟ ସମିତିର ସମ୍ପାଦକ କିଶୋର କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।


Next Post

ଅଘୋଷିତ ବିଦ୍ୟୁତ କାଟରେ ହନ୍ତସନ୍ତ ଧୋୟାଂଚଳ ବାସୀ .ବିଦ୍ୟୁତ ଅଫିସ ଘେରିଲା ମାନସ ବିକାଶ ମଂଚ

Thu Sep 7 , 2023
ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଧୋୟାଂଚଳରେ ଅଘୋଷିତ ବିଦ୍ୟୁତକାଟ ହେଉଛି । ଫଳରେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏ ନେଇ ଅଂଚଳବାସୀ ବହୁବାର ବିଦ୍ୟୁତ ବିଭାଗର ଉଚ୍ଚ ପଦାଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିଲା । ଏହାର ପ୍ରତିବାଦରେ ଗୁରୁବାର ପଟ୍ଟାମୁଣ୍ଡାଇ ଧୋୟାଂଚଳ ମାନସ ବିକାଶ ମଂଚ ପକ୍ଷରୁ ଦାଣ୍ଡିସାହି ବିଦ୍ୟୁତ ବିଭାଗ ସେକ୍ସନ କାର୍ଯାଳୟ ଘେରାଉ କରିବା ସହିତ ତୁରନ୍ତ […]

KANIKA