ସ୍ୱୟଂ ସହାୟକ ଗୋଷ୍ଠୀ ମହାସମନ୍ୱୟ ଶିବିର



କେନ୍ଦ୍ରାପଡାର ୟୁନିୟନ ବ୍ୟାଙ୍କ ଆନୁକୂଲ୍ୟରେ ବାରୋଠାରେ ସ୍ୱୟଂ ସହାୟକ ଗୋଷ୍ଠୀ ମହାସମନ୍ୱୟ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାର ଶତାଧିକ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଯୋଗ ଦେଇଥିଲେ । ୟୁନିୟନ ବ୍ୟାଙ୍କ ଆଞ୍ଚଳିକ ମୁଖ୍ୟ ସରୋଜ କୁମାର ରାଉତ, ଆର୍‌ଏବିଡି ମୁଖ୍ୟ ପୁଷ୍ପାଞ୍ଜଳୀ ରାଉତ, ଜିଲ୍ଲା ମିଶନ ଶକ୍ତି ଡିପିସି କୈଳାସ ସେନାପତି ଯୋଗ ଦେଇ ଋଣ ସହାୟତାରେ ମହିଳାମାନେ ସ୍ୱାବଲମ୍ବି ହେବା ସହିତ ପରିବାରର ଉନ୍ନତି କରିବାକୁ ପରାମର୍ଶ ଦେଇଥିଲେ । ପୂର୍ବରୁ ୟୁନିୟନ ବ୍ୟାଙ୍କ ସ୍ୱୟଂ ସହାୟକ ଗୋଷ୍ଠୀକୁ ଋଣ ପ୍ରଦାନ କରିଥିଲା । ମହିଳାମାନଙ୍କ ବିକାଶ ପାଇଁ ବିଭିନ୍ନ ଯୋଜନାରେ ଋଣ ପ୍ରଦାନ କରାଯାଉଛି । ଏହାର ସୁଯୋଗ ନେଇ ନିଜକୁ ସ୍ୱାବଲମ୍ବି କରିବା ସହିତ ଉନ୍ନତି କରିବାକୁ ୟୁନିୟନ ବ୍ୟାଙ୍କ କଟକ ଆଞ୍ଚଳିକ ମୁଖ୍ୟ ଶ୍ରୀ ରାଉତ କହିଥିଲେ । ଏହି ଅବସରରେ କେତେକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନ କରାଯାଇଥିଲା ।


Next Post

ଚମକିବ ପାର୍କ-ବ୍ୟାୟାମଶାଳା ,ମୁକ୍ତା ଯୋଜନାରେ ରକ୍ଷଣାବେକ୍ଷଣ ପାଇଁ ନିର୍ଦ୍ଦେଶ

Fri Sep 8 , 2023
ରାଜ୍ୟର ୧୧୫ ପୌରସଂସ୍ଥାରେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଯୋଜନା ଅଧିନରେ ପ୍ରତିଷ୍ଠା ହୋଇଥିବା ୫ହଜାରରୁ ଅଧିକ ପ୍ରକଳ୍ପର ରକ୍ଷଣା ବେକ୍ଷଣ ପାଇଁ ନିର୍ଦେଶ ଦିଆଯାଇଛି । ଗୃହ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ଶାସନ ସଚିବ ଶାରଦା ପ୍ରସାଦ ପଣ୍ଡା ଏହି ମର୍ମରେ ସମସ୍ତ ଜିଲ୍ଲାପାଳ, ମହାନଗର ନିଗମର କମିଶନର ଓ ପୌରସଂସ୍ଥାର କାର୍ଯ୍ୟନିର୍ବାହୀମାନଙ୍କୁ ପତ୍ର ଲେଖିଛନ୍ତି । ଯୁଗ୍ମ ସଚିବ ଲେଖିଥିବା ପତ୍ରରେ ଉଲ୍ଲେଖ […]

KANIKA