ମହେଶ୍ୱରଙ୍କ ଚିକିତ୍ସା ପାଇଁ ସହାୟତାର ହାତ ବଢାଇଲେ ଅଂଶୁମାନ



କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଘଡିଆମାଳ ପଚାଂୟତ ଜୁଣଗଡି ଗ୍ରାମର ମହେଶ୍ୱର ରାଉତ ମସ୍ତିଷ୍କ ଯକ୍ଷ୍ମାରୋଗରେ ଆକ୍ରାନ୍ତ ହୋଇ ଏବେ ଶଯ୍ୟାଶାୟୀ । ତାଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିଲା । ଏସଂପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପ୍ରାକ୍ତନ ବିଧାୟକ ଅଂଶୁମାନ ମହାନ୍ତି ମହେଶ୍ୱରଙ୍କ ଘରେ ପହଂଚି ସମବେଦନା ଜଣାଇବା ସହ ସହାୟତାର ହାତ ବଢାଇଛନ୍ତି । ତାଙ୍କ ଚିକିତ୍ସା ପାଇଁ ଏମସ କର୍ତୁପକ୍ଷଙ୍କ ସହ ଆଲୋଚନା କରି ଆସନ୍ତା ୨୨ତାରିଖ ଦିନ ଆଡମିସନ କରିବାକୁ ବ୍ୟବସ୍ଥା କରିଛନ୍ତି । ପ୍ରାକ୍ତନ ବିଧାୟକ ଶ୍ରୀ ମହାନ୍ତିଙ୍କ ସହ ବ୍ଲକ କଂଗ୍ରେସ ସଭାପତି ଦେବେନ୍ଦ୍ରକୁମାର ଜେନା, ସନ୍ତୋଷ ମହାନ୍ତି, ମୋହନ ଦାସ, ରବିନ୍ଦ୍ର ଧଳ, ମାଗୁଣୀ ଲେଙ୍କା, ବିଜୟ ମଲ୍ଲିକ, ଗୋବର୍ଦ୍ଧନ ଧଳ, ରବିନ୍ଦ୍ର ରାଉତ, ସତ୍ୟବ୍ରତ ପାଣି ପ୍ରମୁଖ ଉପସ୍ଥିତ ଥିଲେ ।


Next Post

ଭିତରକନିକା ଛକଠାରୁ ରାଜନଗର ପର୍ଯ୍ୟନ୍ତ ଆଲୋକୀ କରଣ

Fri Sep 8 , 2023
ପାଞ୍ଚଟି ଲାଇଟ୍‌କୁ ୫୦ ଲକ୍ଷ ଟଙ୍କା ! କେନ୍ଦ୍ରାପଡା ଜିଲ୍ଲା ରାଜନଗର-ତାଳଚୁଆ ପୂର୍ତ ବିଭାଗ ରାସ୍ତାର ଡାଙ୍ଗମାଳ ପଚାଂୟତ ଭିତରକନିକା ଅଭୟାରଣ୍ୟ ଛକଠାରୁ ରାଜନଗର ବଜାର ପର୍ଯ୍ୟନ୍ତ ଉଜ୍ୱଳ ଆଲୋକୀକରଣ କରାଯିବା ପାଇଁ ୨୦୨୦ ମସିହାରେ ରାଜନଗର ଷ୍ଟେଟବ୍ୟାଙ୍କ ଛକଠାରେ ସାଂସଦ ଅନୁଭବ ମହାନ୍ତି ଓ ବିଧାୟକ ଧୃବ ସାହୁଙ୍କ ନାମ ଥିବା ଫଳକ ମରାଯାଇଥିଲା । ବିଧାୟକଙ୍କ ଉନ୍ନୟନ ପାଣ୍ଠିରୁ ୪୨ ଲକ୍ଷ ୯ ହଜାର ୫୨୫ଟଙ୍କା ବ୍ୟୟ […]

KANIKA