ପଟ୍ଟାମୁଣ୍ଡାଇ ଭାଜପା ପକ୍ଷରୁ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ


ପଟ୍ଟାମୁଣ୍ଡାଇ ଭାଜପା ପକ୍ଷରୁ ବଡପଡା ପଂଚାୟତ କଂଟାବଣ ହାଟ ଠାରେ ମୋ ଦେଶ ଓ ମୋ ମାଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜନଗର ନିର୍ବାଚନମଣ୍ଡଳୀ ଭାଜପା ନେତା ଅଲେଖ କୁମାର ଜେନାଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଉପଲକ୍ଷେ ମଣ୍ଡଳ ସଭାପତି ବନମାଳି ମହାପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ପୂର୍ବତନ ବିଧାୟକ ଜେନା ଭାଷଣ ଦେଇ ମୋ ଦେଶ ଓ ମୋ ମାଟିକୁ ଗୌରବାନ୍ୱିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଭାରତବର୍ଷର ସବୁ ଗ୍ରାମରୁ ମାଟି ସଂଗ୍ରହ କରାଯାଇ ନୂଆଦିଲ୍ଲୀ ପଠାଯିବା ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜେନା ନିବେଦନ କରିଥିଲେ । ଏହି ସଭାରେ ଭାଜପା ନେତା ନିରଞ୍ଜନ ସ୍ୱାଇଁ, ଜ୍ୟୋତିପ୍ରକାଶ ପ୍ରଧାନ, ମହିଳା ମୋର୍ଚା ସଭାପତି ଚନ୍ଦ୍ରକାନ୍ତି ପ୍ରଧାନ, ବିଚିତ୍ରାନନ୍ଦ ବାଇ, ମନୋରଞ୍ଜନ ରାଉତ, ରାମ ଚନ୍ଦ୍ର ପତି, ଅଭୟ ବେହେରା, ପ୍ରଫୁଲ୍ଲ ଦାଶ, ଶଙ୍କର୍ଷଣ ମହାନ୍ତି, ମିଥୁନ ମଲିକ, ରଞ୍ଜନ ମହାପାତ୍ର, ଅର୍ଜୁନ ରାଉତ, ଖଗେଶ୍ୱର ରାଉତ, ଜମେଶ ସ୍ୱାଇଁ, ମଦନ ଭୂୟାଁ, ସବ୍ୟସାଚୀ ରାଉତ, ଅଜୟ ବେହେରା, ଘନଶ୍ୟାମ ସେଠୀ ପ୍ରମୁଖ ଭାଷଣ ଦେଇଥିଲେ । ଶେଷରେ ଅଜୟ ସାହୁ ଧନ୍ୟବାଦ ଦେଇଥିଲେ ।


Next Post

୧୮ନଂ ୱାର୍ଡ ତାତନାରେ ଘରପୋଡି, ଲକ୍ଷାଧିକ ଟଙ୍କା ସମ୍ପତି ନଷ୍ଟ

Mon Sep 11 , 2023
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ୧୮ନଂ ୱାର୍ଡ ତାତନା ଗ୍ରାମର ଚିତରଞ୍ଜନ ସାହୁଙ୍କ ଘରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଚାଳଛପର ଘର ସମେତ ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି । ଖବର ପାଇ ପଟ୍ଟାମୁଣ୍ଡାଇ ତହସିଲଦାର ସମୀର ବେହେରା ଓ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ ଘଟଣାସ୍ଥଳରେ ପହଂଚି […]

KANIKA