ଉପଯୁକ୍ତ ସମୟରେ ପଟ୍ଟାମୁଣ୍ଡାଇ ସବଡ଼ିଭିଜନ ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବ :ରାଜସ୍ୱମନ୍ତ୍ରୀ


ଓଡିଶାର ପ୍ରମୁଖ ବାଣିଜ୍ୟକେନ୍ଦ୍ର ତଥା କେନ୍ଦ୍ରାପଡ଼ା ଜିଲ୍ଲାର ଦ୍ୱିତୀୟ ବୃହତମ ସହର ପଟ୍ଟାମୁଣ୍ଡାଇ ସବଡିଭିଜନ ଘୋଷଣା ପାଇଁ ସମସ୍ତ ଭିତିଭୂମି ରହିଥିବାରୁ ସବଡିଭିଜନ ଘୋଷଣା ପାଇଁ ଓଡିଶା ସରକାରଙ୍କ ନିକଟରେ ପଟ୍ଟାମୁଣ୍ଡାଇର ବିଭିନ୍ନ ସଂଗଟନ ପକ୍ଷରୁ ଦୃଢ ଦାବୀ କରିଅସୁଥରଲେ । ସୀମା ପୁନଃନିର୍ଧାରଣ ପରେ ଗୁରୁତ୍ୱପୂର୍ଣ୍ଣ ପଟ୍ଟାମୁଣ୍ଡାଇ ନିର୍ବାଚନ ଆସନର ବିଲୋପ ଘଟି କେନ୍ଦ୍ରାପଡ଼ା ଓ ରାଜନଗର ବିଧାନସଭା ଆସନରେ ସାମିଲ କରାଯାଇଛି । ପଟ୍ଟାମୁଣ୍ଡାଇବାସୀଙ୍କ ସ୍ୱାଭିମାନ ଓ ଭାବାବେଗ ସହିତ ଜଡିତ ପଟ୍ଟାମୁଣ୍ଡାଇ ସବଡିଭିଜନ ସ୍ଥିତିକୁ ନେଇ ରାଜନଗର ବିଧାୟକ ଧ୍ରୁବ ସାହୁ ଚଳିତ ବିଧାନସଭା ଅଧିବେଶନରେ ପ୍ରଶ୍ନ ଉତଥାପନ କରି ସରକାରଙ୍କ ନିଷ୍ପତି ସମ୍ପର୍କରେ ରାଜ୍ୟ ରାଜସ୍ୱମନ୍ତ୍ରୀଙ୍କ ଠାରୁ ଉତମ ଦାବୀ କରିଥିଲେ । ବିଧାୟକ ସାହୁଙ୍କ ପ୍ରଶ୍ନର ଉତରରେ ରାଜ୍ୟ ରାଜସ୍ୱମନ୍ତ୍ରୀ ସୁଦାମ ମାରାଣ୍ଡି ପବିତ୍ର ବିଧାନସଭା ଗୃହରେ କହିଛନ୍ତି ଯେ ପଟ୍ଟାମୁଣ୍ଡାଇକୁ ସବଡିଭିଜନ ଘୋଷଣା କରିବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଦାବୀପତ୍ର ସରକାରଙ୍କ ହସ୍ତଗତ ହୋଇଛି । ରାଜ୍ୟ ସରକାର ପଟ୍ଟାମୁଣ୍ଡାଇବାସୀଙ୍କ ଏହି ଦାବୀକୁ ଗୁରୁତ୍ୱର ସହିତ ବିଚାର କରୁଛନ୍ତି । ଉପଯୁକ୍ତ ସମୟରେ ସରକାର ପଟ୍ଟାମୁଣ୍ଡାଇ ସବଡିଭିଜନ ଦାବୀ ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରକାଶ କରିଛନ୍ତି । ରାଜ୍ୟ ସରକାର ପଟ୍ଟାମୁଣ୍ଡାଇ ସବଡ଼ିଭିଜନ ଦାବୀ ପ୍ରତି ଗୁରୁତ୍ୱର ସହିତ ବିଚାର କରି ପଦକ୍ଷେପ ନେବେ ବୋଲି ରାଜ୍ୟ ରାଜସ୍ୱମନ୍ତ୍ରୀ ବିଧାନସଭା ଗୃହରେ ପ୍ରକାଶ କରିଥିବାରୁ ଅଂଚଳବାସୀ ଆଶ୍ୱସ୍ତି ପ୍ରକାଶ କରିଛନ୍ତି ।


Next Post

ପଟ୍ଟାମୁଣ୍ଡାଇରେ ମହାପୁରୁଷ ହଜରତ୍ ମହମ୍ମଦ ସଲଲ୍ଲାହୋ ଓ ସଲମ୍‌ଙ୍କ ଜୟନ୍ତୀ

Thu Sep 28 , 2023
ପଟ୍ଟାମୁଣ୍ଡାଇ ,୨୮ା୯ କଳ୍ପତରୁ ନାୟକ:- ପ୍ରବଳ ଉତ୍ସାହ ଓ ଉଦ୍ଦିପନା ମଧ୍ୟରେ ମହାପୁରୁଷ ହଜରତ୍ ସଲାଲହୋ ସଲମଙ୍କ ଜୟନ୍ତୀ ମହାସମାରୋହରେ ଗୁରୁବାର ପଟ୍ଟାମୁଣ୍ଡାଇ ସହରରେ ପାଳିତ ହୋଇଯାଇଛି । ଏହି ଉତ୍ସବ ଉପଲକ୍ଷେ ଜସନେ-ଇଦ- ମିଲାଦୁନ ନବି କମିଟି ସଂଯୋଜନାରେ ଶାତାଧିକ ସଂଖ୍ୟାଲଘୁ ଭାଇମାନଙ୍କର ଏକ ବିଶାଳ ଶୋଭାଯାତ୍ରା ପଟ୍ଟାମୁଣ୍ଡାଇ ସଂଖ୍ୟାଲଘୁ ବସ୍ତିଠାରୁ ବାହାରି ସହରର ମୁଖ୍ୟ ରାସ୍ତାଦେଇ ସହର ପରିକ୍ରମା କରିବାପରେ ବାଇପାସଠାରେ ପହଂଚିଥିଲା । ସେଠାରେ ସାମାଜିକ […]

KANIKA