ଗୋରୁ ମାଂସ ବୋଝେଇ ଟ୍ରକ ଜବତ ମାମଲା , ୨ ଅଭିଯୁକ୍ତ କୋର୍ଟ ଚାଲାଣ



ପଟ୍ଟାମୁଣ୍ଡାଇ ପୋଲିସ ଗତକାଲି ରାତିରେ ଜବତ କରିଥିବା ଗୋମାଂସ ହାଡ଼-ଚମଡା ବୋଝେଇ ଟ୍ରକ ମାମଲାର ବିଧିବଦ୍ଧ ତଦନ୍ତ କରି ଆଜି ଏକ ମୋକଦମା ରୁଜୁ କରିବା ସହିତ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ପ୍ରକାଶ ଯେ ଗତକାଲି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ବାଇ ପାସ ଛକରୁ ରାତି ପ୍ରାୟ ୯.୩୦ ମିନିଟ ସମୟରେ ସନ୍ଦେହଜନକ ଅବସ୍ଥାରେ ଯାଉଥିବା ଏକ ଗୋରୁ ମାଂସ ବୋଝେଇ wb 33 d 7098 ନମ୍ବର ଟ୍ରକକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣା ଜଣାପଡିବା ପରେ ଥାନାକୁ ଲୋକଙ୍କ ସୁଅ ଛୁଟିଥିଲା । ପଟ୍ଟାମୁଣ୍ଡାଇ ପଶୁ ଚିକିତ୍ସାଧିକାରୀ ଏହି ଟ୍ରକ ଯାଂଚ କରି ରିପୋର୍ଟ ଦେବା ପରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ବିଧିବଦ୍ଧ ତଦନ୍ତ କରି ଥାନା କେଶ ନଂ ୪୯୭/୨୩ରେ  ମୋକଦମା ରୁଜୁ କରି ପଶ୍ଚିମବଙ୍ଗ ଶେରପୁରାର ମୋତାଜ ଖାଁ ଓ ସଞ୍ଜୟ ଦତଙ୍କୁ ବେଆଇନ ଗୋରୁ ମାଂସ ଚାଲାଣ ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛି ।


Next Post

ବାବା ସାହେବ ଆମ୍ବେଦକର ଦଳିତ ଜାତିସଂଘର ତହସିଲରେ ବିକ୍ଷୋଭ

Thu Oct 5 , 2023
ପଟ୍ଟାମୁଣ୍ଡାଇ ବାବା ସାହେବ ଆମ୍ବେଦକର ଦଳିତ ଜାତି ସଂଘ ପକ୍ଷରୁ ବିଭିନ୍ନ ଦାବୀ ନେଇ ସହର ପରିକ୍ରମା କରାଯିବା ସହିତ ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲରେ ଆବଶ୍ୟକ ଡାକ୍ତର ନିଯୁକ୍ତ କରିବା, କେନ୍ଦ୍ରାପଡ଼ାରେ ମେଡିକାଲ କଲେଜ ପ୍ରତିଷ୍ଠା କରିବା, ଆସନ୍ତା ୨୦୨୬ରେ ପୁନଃରାୟ ସୀମା ପୁନଃନିର୍ଧାରଣ ସହ ବିଧାନସଭା ଓ ଲୋକସଭା ଆସନ ପୁନଃର୍ଗଠନ କରାଯାଉଥିବାରୁ ପୁନଃରାୟ ପଟ୍ଟାମୁଣ୍ଡାଇ (ସଂ )ଆସନ ପ୍ରତିଷ୍ଠା […]

KANIKA