
କେନ୍ଦ୍ରାପଡ଼ା, ୯ା୧୦: କଳପଡାରେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲା ପୋଲିସ୍ ପ୍ରଶାସନ ଆନୁକୂଲ୍ୟରେ ଏକ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପୋଲିସ୍ କାର୍ଯ୍ୟାଳୟରୁ ସାଇବର ସଚେତନତା ରଥ କଳପଡାରେ ପହଞ୍ôଚବା ପରେ ସ୍ୱୟଂ ସହାୟକ ଗୋଷ୍ଠିମାନଙ୍କ ଦ୍ୱାରା ସାଇବର ରଥକୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହାପରେ ପୂର୍ବତନ ସମିତି ସଭ୍ୟ ସୁରେନ୍ଦ୍ର ନାଥ ଜେନାଙ୍କ ସଭାପତିତ୍ୱରେ ଏକ ପଥପ୍ରାନ୍ତ ସଭା ସେଠାରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବେ ଡିଏସ୍ପି ଶୃୃତି ନୂତନ ସମ୍ପଦ, ସଦର ଥାନାର ଭାରପ୍ରାପ୍ତ ଆଇଆଇସି ସଞ୍ଜୟ କୁମାର ଜେନା, ଏସ୍ଆଇ ପି.କେ ରଥ, ଏସ୍ଆଇ ସୁନ୍ଦର ରାୟ, ସିଦ୍ଧ ମରିଚାଣୀ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଅମୂଲ୍ୟ ନାୟକ, କଳପଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ବାଇଧର ରାଉତ, ସରପଞ୍ଚ ପ୍ରୀତିରେଖା ସ୍ୱାଇଁ, ସମିତି ସଭ୍ୟ ଶିବ ପ୍ରସାଦ ସାହାଣୀ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସ୍ୱୟଂ ସହାୟକ ଗୋଷ୍ଠୀ, ଅଙ୍ଗନୱାଡି କର୍ମୀ, ଆଶାକର୍ମୀ ଓ ସ୍କୁଲ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବସନ୍ତ ସାହୁ ଓ କଳ୍ପତରୁ ନାୟକ ପ୍ରମୁଖ ସହଯୋଗ ଦେଇଥିଲେ ।











