ବିଜେଡି ସଂଖ୍ୟାଲଘୁ ସେଲ ପକ୍ଷରୁ ସଂଖ୍ୟାଲଘୁ ଅନୁଷ୍ଠାନର ଉନ୍ନତିକରଣ ପାଇଁ ବୈଠକ



କେନ୍ଦ୍ରାପଡ଼ା, ୨୫ା୧୦ : କେନ୍ଦ୍ରାପଡା ବିଜେଡି ସଂଖ୍ୟାଲଘୁ ସେଲ ଆନୁକୂଲ୍ୟରେ ଜିଲ୍ଲାର ସଂଖ୍ୟାଲଘୁ ଅନୁଷ୍ଠାନ ଗୁଡିକର ଉନ୍ନତିକରଣ ନିମନ୍ତେ ସ୍ଥାନୀୟ ଉର୍ଦ୍ଧୁ ପାଠାଗାର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲର ସଭାପତି ମହମ୍ମଦ୍ ସେକ ଇନାୟତ(ଚନ୍ଦନ)ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଓଡିଶା ରାଜ୍ୟ ୱାକଫ ବୋର୍ଡର ଅଧ୍ୟକ୍ଷ ସେକ ନିଜାମୁଦ୍ଦିନ ମୁଖ୍ୟ ଅତିଥି ଏବଂ ଓଡିଶା ରାଜ୍ୟ ୱାକଫ ବୋର୍ଡର କମିଶନର ସୁଲତାନ ଖାଁ ମୁଖ୍ୟବକ୍ତା ଏବଂ ସମ୍ମାନୀତ ଅତିଥି ଭାବେ ମୁଫତି ମୁସରଫ କାଜୀ(ଓଡିଶା) ଯୋଗଦେଇଥିଲେ । ଏହି ବୈଠକରେ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ବ୍ଲକର ୫୦ରୁ ଉର୍ଦ୍ଧ୍ୱ ମସଜିଦ, ମଦ୍ରାସା ଓ ମଝାର ଗୁଡିକର ସଭ୍ୟମାନେ ଯୋଗଦେଇ ସେମାନଙ୍କ ଅଞ୍ଚଳରେ ଥିବା ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଗୁଡିକର ସୁବିଧା, ଅସୁବିଧା ଓ ସମସ୍ୟା ଗୁଡିକ ସମ୍ପର୍କରେ ଆଲୋଚନା କରାଯାଇଥିଲା । ସେକ ଅସଗର ଅଲ୍ଲୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସେକ ନସିମୁଦ୍ଦିନ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସେକ ଫାୟାଜୁଦ୍ଦିନ, ସେକ ସଲାଉଦ୍ଦିନ, ଇନାମୁଲ ହକ, ମୀର ସଲିମ, ମହସିମ ଖାଁ, ଅକରମ ଖାଁ, ସେକ ଟିପୁ ସୁଲତାନ, ରିଜୁୱାନ ଅଲ୍ଲୀ, ସେକ ଗୋଫ୍ରାନ ପ୍ରମୁଖ ବୈଠକ ପରିଚାଳନାରେ ସହଯୋଗ କରିଥିଲେ ।


Next Post

ଶିବାନନ୍ଦ ଆଶ୍ରମରେ ଶାରଦୀୟ ନବରାତ୍ର ଅବସରରେ ନବଦୂର୍ଗା ପୂଜା

Wed Oct 25 , 2023
କେନ୍ଦ୍ରାପଡ଼ା,୨୫ା୧୦: ଗରାପୁରସ୍ଥିତ ଦିବ୍ୟ ଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମ ପରିସରରେ ଶାରଦୀୟ ନବରାତ୍ର ଅବସରରେ ନବଦୂର୍ଗା ପୂଜା (କୁମାରୀ ପୂଜନ) ଉତ୍ସବ ଦଶହରା ଅବସରରେ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱଶାନ୍ତି ଏବଂ ବିଶ୍ୱର କଲ୍ୟାଣ କାମନା କରି ଶ୍ରୀମା’ ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କର ନବ ଦିନାତ୍ମକ ନବଦୂର୍ଗା ପୂଜା ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଅନୁଷ୍ଠିତ ହୋଇଛି । ଏହି ଉପଲକ୍ଷେ ନଅ ଜଣ କୁମାରୀ କନ୍ୟାଙ୍କୁ ନେଇ […]

KANIKA