ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପାଇଁ ଡ୍ରାଫ୍ଟ ଭୋଟର୍ ତାଲିକା ପ୍ରକାଶିତ


କେନ୍ଦ୍ରାପଡ଼ା,: ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ସାଧାରଣ ନିର୍ବାଚନ-୨୦୨୪ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାର ଡ୍ରାଫ୍ଟ ଭୋଟର୍ ତାଲିକା ପ୍ରକାଶିତ ହୋଇଛି । ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଏହା ପ୍ରକାଶିତ ହୋଇଛି । ସୂଚନାଯୋଗ୍ୟ ଯେ ଏହି ତାଲିକା ସର୍ବଶେଷ ନୁହେଁ । ଅର୍ଥାତ୍ ଏହାର ସଂଶୋଧନ କରାଯିବ । ଏହି ସଂଶୋଧନ ପ୍ରକ୍ରିୟା ଅକ୍ଟୋବର ୨୭ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଅନ୍‌ଲାଇନ୍ ଯୋଗେ ଫର୍ମ ୬ରେ ନୂତନ ନାମ ପଞ୍ଜିକରଣ ପାଇଁ ବ୍ୟବସ୍ଥା ଥିବା ବେଳେ ଫର୍ମ -୭ରେ ତାଲିକାରେ ଥିବା ନାମ ବାଦ୍ ପାଇଁ ଓ ଫର୍ମ ୮ରେ ନାମ/ତଥ୍ୟ/ଫଟୋ/ଠିକଣା ସଂଶୋଧନ ପାଇଁ ଆବେଦନ କରିହେବ । ସ୍ୱତନ୍ତ୍ର ପ୍ରଚାର ଦିବସରେ ବୁଥ୍‌ସ୍ତରୀୟ ଅଧିକାରୀଙ୍କ ନିକଟରେ ନଭେମ୍ବର ମାସର ୫, ୧୧,୧୯ ଓ ୨୫ ତାରିଖରେ ମଧ୍ୟ ଆବେଦନ କରିହେବ । ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ସଚେତନ ନାଗରିକମାନେ ସ୍ୱତଃପ୍ରବୃତ ଭାବେ ଆଗେଇ ଆସିବା ପାଇଁ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ ଆହ୍ୱାନ ଜଣାଇଛନ୍ତି । ଏହି ଡ୍ରାଫ୍ଟ ଭୋଟର୍ ତାଲିକା ପ୍ରକାଶନ ବେଳେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ତଥା ଅତିରିକ୍ତ ନିର୍ବାଚନ ଅଧିକାରୀ ପୀତାମ୍ବର ସାମଲ, ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ଡେପୁଟି ନିର୍ବାଚନ ଅଧିକାରୀ ଶିବାଶିଷ ପରିଡ଼ା, ଭାରତୀୟ ଜାତୀୟ କଂଗ୍ରେସ ଦଳ ପକ୍ଷରୁ ପ୍ରଫୁଲ୍ଲ କୁମାର ଦାସ, ଭାରତୀୟ ଜନତା ପାର୍ଟି ପକ୍ଷରୁ ଉପିନ୍ କୁମାର ରାଉତ, ବିଜୁ ଜନତା ଦଳ ପକ୍ଷରୁ ସମ୍ବିତ ଶ୍ରୀଚନ୍ଦନ, କମ୍ୟୁନିଷ୍ଟ (ମାର୍କ୍ସବାଦୀ) ଦଳ ପକ୍ଷରୁ ଗୟାଧର ଧଳ, ବହୁଜନ ସାମାଜବାଦୀ ପାର୍ଟି ପକ୍ଷରୁ ସୁଧାକର ମଲ୍ଲିକ, ଆମ୍ ଆଦ୍‌ମୀ ପାର୍ଟି ପକ୍ଷରୁ ସେକ ମହମ୍ମଦ ଇସ୍‌ମାଇଲ୍ ପ୍ରମୁଖ ଉପସ୍ଥିତ ଥିଲେ ।

 


Discover more from

Subscribe now to keep reading and get access to the full archive.

Continue reading