ଜୀବନର ରାହା ଦେଖାଇଛି ବିଜୁ ଦକ୍ଷତା ବିକାଶ କେନ୍ଦ୍ର



କେନ୍ଦ୍ରାପଡ଼ା ବିଜୁ ଦକ୍ଷତା ବିକାଶ କେନ୍ଦ୍ରକୁ ମିଳିଛି ପୁଣି ଏକ ସଫଳତା । ଉପଯୁକ୍ତ ତାଲିମ୍ ପ୍ରାପ୍ତ ପରେ ୧୩ ନମ୍ବର ବ୍ୟାଚ୍‌ରେ ୨୦ ଜଣ ଯୁବକ ହାଇଦ୍ରାବାଦର ସ୍ନେଇଡର୍ ଇଲେଟ୍ରିକ୍ ସଂସ୍ଥାରେ ଚାକିରୀ ପାଇଛନ୍ତି । ସୂଚନାଯୋଗ୍ୟ ଯେ, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଏମାନେ କେନ୍ଦ୍ରାପଡ଼ା ବିଜୁ ଦକ୍ଷତା ବିକାଶ କେନ୍ଦ୍ରରୁ ଆସିଷ୍ଟାଂଟ୍ ଇଲେକ୍ଟ୍ରିସିଆନ୍ ଟ୍ରେଡ୍‌ରେ ତାଲିମ ପାଇଥିଲେ । ଆଜି ନିଯୁକ୍ତିପତ୍ର ପ୍ରଦାନ କରିବା ସହ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ ସେମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ପ୍ରତିକ୍ରିୟାରେ ପିଲାମାନେ କହିଛନ୍ତି ବିଜୁ ଦକ୍ଷତା ବିକାଶ କେନ୍ଦ୍ର ପାଇଁ ସେମାନେ କେବଳ ଜୀବିକା ପାଇ ନାହାନ୍ତି ବରଂ ଜୀବନରେ ଉତ୍କର୍ଷ ହାସଲ କରିବାର ପ୍ରେରଣା ପାଇଛନ୍ତି । ଏହି ଅବସରରେ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଘନଶ୍ୟାମ ସା କହିଛନ୍ତି ଆଗ୍ରହୀ ଯୁବକ ଯୁବତୀମାନଙ୍କ ଦକ୍ଷତା ବୃଦ୍ଧିରେ କେନ୍ଦ୍ରାପଡ଼ା ବିଜୁ ଦକ୍ଷତା ବିକାଶ କେନ୍ଦ୍ର ସଦା ତତ୍ପର ବୋଲି ସେ କହିଛନ୍ତି  ।


Next Post

ପ୍ରଦୀପ ପ୍ରଧାନଙ୍କ ଗିରଫଦାରୀ ଓ ମିଥ୍ୟା ମକଦ୍ଦମା ପ୍ରତ୍ୟାହାର ଦାବିରେ ‘ମୋ ଦଳ’ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

Thu Nov 2 , 2023
କେନ୍ଦ୍ରାପଡ଼ା: ଓଡିଶା ସୂଚନା ଅଧିକାର ଆନ୍ଦୋଳନର ନେତା ତଥା “ମୋ ଦଳ”ର ମହାସଚିବ ପ୍ରଦୀପ ପ୍ରଧାନଙ୍କୁ ରାକନୈତିକ ଉଦ୍ଦେଶ୍ୟମୂଳକ ଭାବେ ଗିରଫଦାରୀ କରାଯିବା ଏବଂ ତାଙ୍କ ନାମରେ ହୋଇଥିବା ମିଥ୍ୟା ମକଦ୍ଦମାକୁ ପ୍ରତ୍ୟାହାର ସହିତ ଶ୍ରୀ ପ୍ରଧାନଙ୍କୁ ନିସର୍ତ୍ତ ଖଲାସ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ “ମୋ ଦଳ” ପକ୍ଷରୁ ଆଜି ଗଣଧାରଣା ଦିଆଯାଇଥିଲା । ଏଥି ସହିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ରଙ୍କୁ ଏକ ଦାବିପତ୍ର […]

KANIKA