ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଆଇ ଆଇ ସି ବାମଦେବ ନନ୍ଦଙ୍କ ବଦଳି ହୋଇଯାଇଛି । ତାଙ୍କ ସ୍ଥାନରେ ନୂତନ ଆଇ ଆଇ ସି ଭାବେ ମହିଳା ପୋଲିସ ଇନ୍ସପେକ୍ଟର ପଦ୍ମାଳୟା ପ୍ରଧାନ ଯୋଗ ଦେଇଛନ୍ତି ।ଏଥି ପୂର୍ବରୁ ସେ ଜଗତସିଂହପୁର ଜିଲ୍ଲା ପୋଲିସ ହେଡ଼କ୍ୱାଟରରେ କାର୍ଯ୍ୟରତ ଥିଲେ ଓ ବିଭିନ୍ନ ଥାନାରେ ଦକ୍ଷତାର ସହ କାର୍ଯ୍ୟ କରି ବେଶ ପ୍ରଶଂସିତ ହୋଇଛନ୍ତି । ଗ୍ରାମାଂଚଳ ଥାନାର ନୂତନ ଆଇ ଆଇ ସି ଭାବେ ପଦ୍ମାଳୟା ପ୍ରଧାନଙ୍କ ଯୋଗଦାନକୁ ସାଧାରଣରେ ସ୍ୱାଗତ କରାଯାଇଛି ।