କେନ୍ଦ୍ରାପଡାରେ ଜିଲ୍ଲା ବୋଇତ ବନ୍ଦାଣ ଉତ୍ସବର ୫୫ତମ ସ୍ୱନକ୍ଷତ୍ର ଦିବସ ପାଳିତ


କେନ୍ଦ୍ରାପଡ଼ା ଜିଲ୍ଲା ବୋଇତ ବନ୍ଦାଣ ସମିତି,କେନ୍ଦ୍ରାପଡା ଆନୁକୂଲ୍ୟରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣୀମାରେ ବୋଇତ ବନ୍ଦାଣ ଉତ୍ସବର ୫୫ତମ ସ୍ୱନକ୍ଷତ୍ର ଦିବସ ପାଳିତ ହୋଇଯାଇଛି । ଆଜି ପ୍ରତ୍ୟୁଷରେ ଜଜାଙ୍ଗସ୍ଥିତ ଆଦର୍ଶ ଜେନା ପୋଖରୀରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ହଜାର ହଜାର ଦର୍ଶକଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା । ୭ଜଣ ସାଧବ ଓ ୭ଜଣ ସାଧବାଣୀଙ୍କ ବେଶରେ ପିଲାମାନେ ନୈାକାବିହାର କରିଥିଲେ । କପାଳେଶ୍ୱର ପଞ୍ଚାୟତ ସରପଞ୍ଚ କଳ୍ପନା ମହାନ୍ତି ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ପୂର୍ବତନ ସରପଞ୍ଚ ଗାୟତ୍ରୀ ମହାନ୍ତି ଅତିଥି ଭାବେ ଯୋଗଦେଇଥିଲେ । ହୁଳହୁଳୀ ଓ କୁଇଜ ପ୍ରତିଯୋଗିତା ସେଠାରେ ଅନୁଷ୍ଠିତ ହୋଇଥିଲା । ସମିତିର ସଭ୍ୟ ରବିନ୍ଦ୍ରନାଥ ରଥ, ଶ୍ରୀଧର ମହାନ୍ତି, ମନୋରଞ୍ଜନ ତ୍ରିପାଠୀ, ପ୍ରଦୀପ ସେଠୀ, ଗୁଣନିଧି ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପରେ ପରେ ସ୍ଥାନୀୟ ପୈାରସଂସ୍ଥା ଟାଉନହଲ ପରିସରରେ ନୃତ୍ୟ ପ୍ରତିଯୋଗିତା ଓ ମହିଳାମାନଙ୍କ ମଧ୍ୟରେ ପିଠା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ସେଠାରେ ସମିତିର ୫୫ତମ ସ୍ୱନକ୍ଷତ୍ର ଦିବସକୁ ଯୁକ୍ତରାଷ୍ଠ୍ର ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମ୍‌ରିଟସ ପ୍ରଫେସର ଡଃ. ଦେବେନ୍ଦ୍ର କୁମାର ଦାସ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରି କେନ୍ଦ୍ରାପଡାର ଐତିହ୍ୟ, ପରମ୍ପରା, ଇତିହାସ ଓ ସଂସ୍କୃତିକୁ ଆଗାମୀ ଭବିଷ୍ୟତମାନଙ୍କ ନିକଟରେ ପହଞ୍ଚାଇବାକୁ ସମିତିର ଏଭଳି ନିରନ୍ତର ପ୍ରଚେଷ୍ଟାକୁ ପ୍ରସଂଶା କରିଥିଲେ । ଆମର ଇତିହାସକୁ ଆମେ ଭୁଲିଯିବା ଉଚିତ ନୁହେଁ କାରଣ ଯିଏ ନିଜର ଇତିହାସକୁ ଭୁଲିଯାଏ ସିଏ ଆଗକୁ ଆଗେଇ ପାରେ ନାହିଁ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ସମିତିର ମୁଖ୍ୟ ଉପଦେଷ୍ଟା ପ୍ରଦିପ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ଆଇ.ଏ.ଏସ. ଡଃ. ଅଲେଖ ଚନ୍ଦ୍ର ପଢିଆରୀ, ଡା. ସୁଧିର କୁମାର ବ୍ରହ୍ମା, ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା, ଅଧ୍ୟାପକ ଅଜୟ କୁମାର ରାଉତ ପ୍ରମୁଖ ଅନୁଷ୍ଠାନର ଏଭଳି କାର୍ଯ୍ୟକୁ ଭୂୟସୀ ପ୍ରସଂଶା କରିବା ସହ ଏଭଳି କାର୍ଯ୍ୟ ଜାରିରଖିବାକୁ ସମିତିର ସଭ୍ୟମାନଙ୍କୁ ପରାମର୍ଶ ଦେଇଥିଲେ । ଚଳିତବର୍ଷ ତଅପୋଇ ଭାବରେ ବରିଷ୍ଠ କବୟିତ୍ରୀ ଓ ଅନୁବାଦିକା ନବଜ୍ୟୋତି ରାୟ ଯୋଗଦେଇ ଅତିତ ନୈାବାଣିଜ୍ୟରେ କେନ୍ଦ୍ରାପଡାର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଚଳିତବର୍ଷ ଡାକ୍ତର ପ୍ରସନ୍ନ କୁମାର ଚୈାଧୁରୀ, ଡାକ୍ତର ଦେବସ୍ମିତା ଶର୍ମା, ସାମ୍ବାଦିକ ଭାଷ୍କର ରାଉତରାୟ, ସରପଞ୍ଚ ସୁଶ୍ରୀ ଚାମେଲୀ ଓଝା, ଜିଲ୍ଲା ଓକିଲ ସଙ୍ଘ ସଭାପତି ତଥା ବରିଷ୍ଠ ଆଇନଜୀବୀ ବିଚିତ୍ରାନନ୍ଦ ମହାନ୍ତି, ଚଳଚିତ୍ର ତାରକା ମୃତ୍ୟୁଞ୍ଜୟ ପଣ୍ଡା, ଆଇନଜୀବୀ ରିତାଞ୍ଜଳି ଦାଶ, ସଂଗୀତଜ୍ଞ ମୃତ୍ୟୁଞ୍ଜୟ ରାଉତ, ନୃତ୍ୟଶିଳ୍ପୀ ଓ ନୃତ୍ୟ ଶିକ୍ଷକ ସୁଶ୍ରୀ ସ୍ୱର୍ଣ୍ଣମୟୀ ବେହେରା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଚଳିତବର୍ଷ ଜିଲ୍ଲାରୁ ଓଡିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇଥିବା ଗଜେନ୍ଦ୍ର ରାଉତ, ବ୍ରଜେଶ୍ୱର ରାଉତ, ସତ୍ୟସୁନ୍ଦର ରାଉତରାୟ ଓ କିରଣ କୁମାର ସୋରେନଙ୍କୁ ମାନପତ୍ର, ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ମହେଶ କର ସ୍ମାରକୀରେ ସମ୍ମାନୀତ କରାଯାଇଥିଲା । ଏତଦବ୍ୟତିତ ସମିତି ପକ୍ଷରୁ ଅନୁଷ୍ଠିତ ବକ୍ତୃତା, ଚିତ୍ରାଙ୍କନ, ଝୋଟି, ମୁରୁଜ, ମେହେନ୍ଦୀ, ସଂଗୀତ, ହୁଳହୂଳୀ, ପିଠା ପ୍ରଭୃତି ପ୍ରତିଯୋଗିତାର ୯୭ଜଣ କୃତି ପ୍ରତିଯୋଗୀମାନଙ୍କୁ ଦିବଗଂତ ସଭ୍ୟମାନଙ୍କ ନାମରେ ନାମିତ ପୁରସ୍କାର ପ୍ରଦାନ ସହିତ ଗବେଷକ ନିରଞ୍ଜନ ମେକାପଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାପତି ଚିନ୍ମୟ ପ୍ରସାଦ ବେହୁରା ତାଙ୍କ ବକ୍ତବ୍ୟରେ ଯୁବକମାନେ ଅଧିକ ସଂଖ୍ୟାରେ ଏଭଳି କାର୍ଯ୍ୟରେ ଯୋଗଦେବାକୁ ନିବେଦନ କରିଥିଲେ । ଏହି ଉତ୍ସବରେ ସଦସ୍ୟ ନଳିନୀକାନ୍ତ ମହାନ୍ତିଙ୍କ ରଚିତ “ପିଲାଙ୍କ ଛବିଳ ରାମାୟଣ” ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଡା. ବିଶ୍ୱ ପ୍ରକାଶ କାନୁନଗୋ, ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ଶ୍ରୀନିବାସ ପ୍ରଧାନ, ବୈଷ୍ଣବ ପ୍ରଧାନ, ରବିନାରାୟଣ ମହାନ୍ତି, ମୁକ୍ତାର ଖାଁ, ମହମ୍ମଦ ଆକବର ଅଲ୍ଲୀ, ସଞ୍ଜୟ ରାଉତ, କମଳାକାନ୍ତ ବେହେରା, ଲିପସା ଦାସ, ଜୟଶ୍ରୀ ଦାସ, ଶରତ ଚନ୍ଦ୍ର ଧଳ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ପ୍ରଫୁଲ୍ଲ ଦାସ ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ସମ୍ପାଦକ ଉମାଶଙ୍କର ଜେନା ବାର୍ଷିକ ବିବରଣୀ ପ୍ରଦାନ କରିଥିବା ବେଳେ ଅଶୋକ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସଦସ୍ୟ ଚିତ୍ତରଞ୍ଜନ ଦାସ, ଗୋଲେଖ ପଢିଆରୀ, ଲକ୍ଷ୍ମୀକାନ୍ତ ନାୟକ, ଲୋହିତ ମହାନ୍ତି, ସରୋଜକାନ୍ତ ସାହୁ, ରାଜେନ୍ଦ୍ର ମହାପାତ୍ର, ପ୍ରଭାତି ଧଳ, ମିନତୀପ୍ରଭା ସ୍ୱାଇଁ, ଅମ୍ରିନ ସାହାଦତ, ଦେବେନ୍ଦ୍ର ମହାନ୍ତି, ମମତା ଥାପ୍ପା, ମମତା ସେଠୀ, ଦିପ୍ତୀରେଖା ବେହେରା, ଜୟଶ୍ରୀ ଜେନା, ସୁପିଆନ ସିଦାଦତ୍ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

 


Discover more from

Subscribe now to keep reading and get access to the full archive.

Continue reading