
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ବିଭିନ୍ନ ପେଟ୍ରୋଲ ଟାଙ୍କିରୁ ବେଆନି ଭାବେ ବାରେଲ ବାରେଲ ଖୋଲା ପେଟ୍ରୋଲ ବିକ୍ରୀ ହେଉଛି । ଅତ୍ୟନ୍ତ ଦହନଶୀଳ ଏହି ପେଟ୍ରୋଲ ଓ ଡିଜେଲ ଖୋଲାରେ ଚାଲଣ ହେଉଥିବାରୁ ବିଭିନ୍ନ ସ୍ଥାନରେ ଦୃର୍ଘଟଣା ଘଟି ଧନ ଜୀବନ ହାନି ହେଉଛି । ଗୁରୁବାର ସଂନ୍ଧ୍ୟାରେ ଗ୍ରାମାଚଂଳ ଥାନା ଅନ୍ତର୍ଗତ ବଡପଡା ଗ୍ରାମରେ ଏହି ଦହନଶୀଳ ଖୋଲା ପେଟ୍ରୋଲରେ ଅକସ୍ମାତ ନିଆଁଲାଗି ବଡ ଧରଣର ଦୁର୍ଘଟଣା ଘଟି ଜଣେ ନାବାଳକ ଜୀବନ୍ତ ଦଗ୍ଧ ହେବା ସହିତ ୩ ଜଣ ଗରୁରତ ଆହତ ହୋଇ ଚିକିତ୍ସାଧିନ ଅଛନ୍ତିି । ମାତ୍ର ଏହି ଦହନଶୀଳ ଖୋଲା ପେଟ୍ରୋଲ ଚାଲାଣ ଉପରେ ସ୍ଥାନୀୟ ପୋଲିସ ପ୍ରସାଶନର ନିଘା ନଥିବା ବେଳେ ଏବେବି ଗାଁ ଗହଳିର ଅଧିକାଂଶ ପାନଦୋକାନ, ତେଜରାତି ଦୋକାନରେ ବେଆଇନ ଭାବେ ପ୍ରତ୍ୟହ ଶହ ଶହ ଲିଟର ପେଟ୍ରୋଲ, ଡିଜେଲ ଖୋଲାରେ ବିକ୍ରି ହେଉଥିବା ଅଭିଯୋଗ ହୋଇଆସୁଛି ।

ସାମାଜିକ କର୍ମୀ ଳକ୍ଷ୍ମୀଧର ବାରିକ କୁହନ୍ତି ଗତ କାଲି ବିବାହ ଉତ୍ସବରେ ବରଯାତ୍ରୀଙ୍କ ଗାଡ଼ିରେ ପକାଯିବା ପାଇଁ ଆସିଥିବା ଖୋଲା ଦହନଶୀଳ ପେଟ୍ରୋଲରେ ହଠାତ୍ ନିଆଁ ଲାଗିବା ଓ ଏଥିରେ ଜଣେ ୩ ବର୍ଷର ଶିଶୁ ଜୀବନ୍ତ ଦଗ୍ଧ ହେବା ଘଟଣା ବିବାହ ଉତ୍ସବକୁ ଲୁହରେ ଭିଜାଇ ଦେବା ସହିତ ସମଗ୍ର ଅଂଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଥିଲା । ମାତ୍ର ଏହି ଦହନଶୀଳ ପେଟ୍ରୋଲ ପଟ୍ଟାମୁଣ୍ଡାଇ ସହର ସମେତ ବିଭିନ୍ନ ଗ୍ରାମାଂଚଳର ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ଦୋକାନ ମାନଙ୍କରେ ବେଆଇନ ଭାବେ ବିକ୍ରୀ ଚାଲିଛି । ଅତ୍ୟନ୍ତ ଦହନଶୀଳ ଏହି ପେଟ୍ରୋଲ ଓ ଡିଜେଲ ଖୋଲାରେ ରଖାଯାଉଥିବା ବେଳେ ସେହି ଦୋକାନ ମାନଙ୍କରେ ସିଗାରେଟ ବିଡି ଇତ୍ୟାଦି କିଣି ଲୋକେ ଲଗାଉଥିବା ଦେଖାଯାଉଛି । ତେବେ କେତେବେଳେ ଯେ ଅଘଟଣ ନ ଘଟିବ ଏଥିରେ ସନ୍ଦେହ ନାହିଁ । ଏ ଦିଗରେ ଯୋଗାଣ ବିଭାଗ ଚୁପ ବସିଥିବା ବେଳେ ପୋଲିସ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି । ଏସବୁ ସାମଗ୍ରୀର ବିକ୍ରି ନେଇ କେବେବି ବିଭାଗୀୟ କର୍ମଚାରୀ ତଦାରଖ କରୁ ନାହାନ୍ତି ବୋଲି ଲୋକେ ଅଭିଯୋଗ କରୁଛନ୍ତି । ଏଭଳି ବ୍ୟବସାୟରେ ଲିପ୍ତ ରହୁଥିବା ବ୍ୟବସାୟୀଙ୍କ ଉପରେ ଚଢ଼ାଉକରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।
ବୁଦ୍ଧିଜିବୀ ପ୍ରମୋଦ ସାହୁ କୁହନ୍ତି, ଶିକ୍ଷାବିତ ପ୍ରଫୁଲ୍ଲ ଦାଶ, ଗାଡି ଚାଳକ ଅଲେଖ ମଲିକ ପ୍ରମୁଖ କହିଛନ୍ତି, ପଟ୍ଟାମୁଣ୍ଡାଇ ବିଭିନ୍ନ ଛକରେ ଥିବା ପାନ ଦୋକାନ, ଅଣ୍ଡା ଦୋକାନ ଓ ଅନ୍ୟ କିଛି ହାର୍ଡୱେର ଓ ରାସନ ଦୋକାନରେ ପେଟ୍ରୋଲିୟମ ପଦାର୍ଥ ବେଧଡ଼କ ବିକ୍ରି ହେଉଛି । ଖାଲିଥିବା ପାଣି ବୋତଲରେ ଭର୍ତିହୋଇ ଦୋକାନ ଆଗରେ ଟଙ୍ଗାଇ ବିକ୍ରି କରାଯାଉଥିବା ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ଏଭଳି ବ୍ୟବସାୟୀମାନେ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ଆଣିବା ପରେ ଏଥିରେ ବିଭିନ୍ନ ପ୍ରକାର ରାସାନିୟକ ଯେପରି କିରୋସିନ, ମୋବିଲ ଆଦି ମିଶାଇ ଏହାକୁ ପ୍ରକୃତ ତୈଳ ଦରଠାରୁ ୧୦ ରୁ ୨୦ ଟଙ୍କା ଅତିରିକ୍ତ ଦରରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଗତ କିଛି ବର୍ଷ ତଳେ ପଟ୍ଟାମୁଣ୍ଡାଇ ପୋଲ ନିକଟରେ ପେଟ୍ରୋଲ ବିକ୍ରି କରୁଥିବା ଏକ ଦୋକାନରେ ନିଆଁ ଲାଗି ବହୁ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଥବା ବେଳ ଜଣେ ଜିବନ୍ତଦଗ୍ଧ ହୋଇଯାଇଥିଲା । ଅବିକଳ ଭାବେ ଗତ କାଲି ଘରେ ପେଟ୍ରୋଲ ରଖିଥିବା ବେଳେ କୌଣସି କାରଣ ବସତ ନିଆଁ ଲାଗି ଜଣେ ଶିଶୁପୁତ୍ରର ମୃତ୍ୟୁ ହୋଇଛି ।
ପ୍ରକାଶଥାଉ କି, ପଟ୍ଟାମୁଣ୍ଡାଇ ଅଂଚଳରେ କେବଳ ୪ଟି ପେଟ୍ରୋଲ ପମ୍ପ ରହିଛି । ପଟ୍ଟାମୁଣ୍ଡାଇ-କେନ୍ଦ୍ରାପଡା ରାସ୍ତା ପୋହଳ ପର୍ଯ୍ୟନ୍ତ ୩ ଟି ଟାଙ୍କି ଥିବା ବେଳେ ପଟ୍ଟାମୁଣ୍ଡାଇ-ରାଜନାଗର ରାସ୍ତାରେ ଗୋଟିଏ ପେଟ୍ରୋଲ ପମ୍ପ ରହିଛି । କିନ୍ତୁ ପଟ୍ଟାମୁଣ୍ଡାଇ ସହର ସମେତ ଗାଁ ଗହଳିରେ ହଜାର ହଜାର ଦୋକାନ ମାନଙ୍କରେ ପେଟ୍ରୋଲ-ଡିଜେଲ ଖୋଲା ବଜାରରେ ବିକ୍ରୀ କରାଯାଉଛି । ସବୁ ଜାଣି ପ୍ରଶାସନ ନିରବ ରହୁଥିବାରୁ ଗୁରୁବାର ବଡପଡା ଘଟଣାପରେ ବୁଦ୍ଧିଜୀବୀ ମହଲରେ ଦୃଢନିନ୍ଦା କରାଯାଉଛି । ଏ ସମ୍ପର୍କରେ ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ବେଆଇନ ଭାବେ ପେଟ୍ରୋଲ ଓ ଡିଜେଲ ବିକ୍ରି କରୁଥିବା ଦୋକାନୀଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ଅଏଲବିଭାଗ ଦେଲସ ଅଫିସରଙ୍କ ସହିତ ଯୋଗାଯୋଗ କରିବା ସହିତ ଆମ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିି ଖୁବ୍ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ସାହୁ କହିଛନ୍ତି ।










