ଆୟକର ବିଭାଗ ସରକାରୀ ଗାଡି ଦୁର୍ଘଟଣା



କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ବେଲତଳ ଛକ ଠାରେ ଆୟକର ବିଭାଗ ସରକାରୀ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି । ରବିବାର ସଂନ୍ଧ୍ୟାରେ କୌଣସି ଏକ ସରକାରୀ କାମରେ ପଟ୍ଟାମୁଣ୍ଡାଇ ଆସି ଫେରୁଥିବା ବେଳେ ବେଲତଳ ନିକଟରେ ଜଣେ ବାଇକ ଚାଳକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବାଇକ ଚାଳକ ଛିଟିକି ପଡିଥିବା ବେଳେ ତାଙ୍କ ମୁହଁରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳଛି । ଅନ୍ୟ କେହି ଆହତ ହୋଇନଥିବା ବେଳେ ଆୟକର ବିଭାଗ ଇନୋଭା ଗାଡି ଆଗ ବମ୍ଫର ଭାଙ୍ଗି ଯାଇ ଥିବା ବେଳେ ବଇକଟି ଚୁରମାର ହୋଇଯାଇଛି  । ବାଇକ ଚାଳକଙ୍କୁ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଅଗ୍ନିଶମ ବାହିନୀ ଗାଡିରେ ପଠାଯାଇଛି ।


Next Post

ଅନ୍ତର୍ଜାତୀୟ ମାନବାଧିକାର ପରିଷଦ ଓଡିଶା ଶାଖା ପକ୍ଷରୁ ବିଶ୍ୱ ମାନବାଧିକାର ଦିବସ ପାଳିତ : ମାନବିକ ଅଧିକାରକୁ ମଜବୁତ କରିବା ସମାଜର ସାମୂହିକ ଦାୟିତ୍ୱ

Sun Dec 10 , 2023
ଅନ୍ତର୍ଜାତୀୟ ମାନବାଧିକାର ପରିଷଦ ଓଡିଶା ଶାଖା ସାଧାରଣ ବିଭାଗ ପକ୍ଷରୁ ୭୫ତମ ବିଶ୍ୱ ମାନବାଧିକାର ଦିବସ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରପରିଷଦ ଅଡିଟୋରିୟମରେ ପାଳିତ ହୋଇଯାଇଛି । କେନ୍ଦ୍ରାପଡା ଜିଲ୍ଲା ବୋର୍ଡ ସଭାପତି ପ୍ରତାପ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୂଖ୍ୟ ଅତିଥି ଭାବେ ହରିହରବାଳାଶ୍ରମ ଅଧ୍ୟକ୍ଷ ଡଃ ବୀଣାପାଣି ଦାସ ଯୋଗ ଦେଇ ପ୍ରତିବର୍ଷ ୧୦ ଡିସେମ୍ବରରେ ଅନ୍ତର୍ଜାତୀୟ ସମ୍ପ୍ରଦାୟ ଦ୍ୱାରା ମାନବାଧିକାର ଦିବସ ପାଳନ କରାଯାଏ । […]

KANIKA