ପୂଜକ ରଙ୍ଗାଧର ଦାଶ ମୃତ୍ୟୁ ଘଟଣା , ସ୍ତ୍ରୀର ପ୍ରେମିକକୁ ୪ ବର୍ଷ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନ


କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଅଂଚଳର ଏକ ହତ୍ୟା ମାମଲାର ଶୁଣାଣି କରି ଗୁରୁବାର ପଟ୍ଟାମୁଣ୍ଡାଇ କୋଟ ସହକାରୀ ଦୌରାଜଜ  ସ୍ତ୍ରୀ ଓ ତା ପ୍ରେମିକକୁ ୪ ବର୍ଷ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ଅନାଦେୟ ଅଧିକ ୧ ମାସ ଜେଲଦଣ୍ଡ ହେବ ବୋଲି ଆଦେଶରେ ଉଲ୍ଲେଖ ଥିବା ଜଣାଯାଇଛି ।

କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଭାମଣ୍ଡା ଗ୍ରାମର ନୃସିଂହନାଥ ମନ୍ଦିର ପୂଜକ ରଙ୍ଗାଧର ଦାଶ ସବୁଦିନ ପରି ଗତ ୨୦୨୨ ଅଗଷ୍ଟ ମାସ ୧୭ ତାରିଖରେ ଗାଁ ନୃସିଂହନାଥ ମନ୍ଦିରକୁ ପୂଜା କରିବାକୁ ଯାଇ ଆଉ ଫେରି ନ ଥିଲେ । ଏନେଇ ସ୍ତ୍ରୀ ରନତ୍ମଣି(୪୦)ଓ ରଙ୍ଗାଧରଙ୍କ ବଡ଼ଭାଇ ଗଙ୍ଗାଧର ରାଜକନିକା ଥାନାରେ ପୃଥକ୍ ପୃଥକ୍ ଏତଲା ଦେଇଥିଲେ । ରନତ୍ମଣିଙ୍କ ଏତଲାରେ ରଙ୍ଗାଧର କେଉଁଆଡ଼େ ଚାଲିଯାଇଥିବା ଉଲ୍ଲେଖ ଥିବା ବେଳେ, ଗଙ୍ଗାଧରଙ୍କ ଏତଲାରେ ଭାଇ ଓ ଭାଇବୋହୂଙ୍କ ମଧ୍ୟରେ କଳହ ଲାଗିଥିଲା । ଏହାକୁ କେନ୍ଦ୍ରକରି ଭାଇ କେଉଁଆଡ଼େ ଚାଲିଯାଇଥିବା କଥା ଉଲ୍ଲେଖ ଥିଲା । ଆହୁରି ମଧ୍ୟ ସେହି ଗ୍ରାମର ଅସିତ୍ ଶତପଥୀ (ବାଇନ)ଙ୍କ ସହିତ ଅନୈତିକ ସମ୍ପର୍କ ଥିବା କାରଣରୁ ଭାଇ ଓ ଭାଇବୋହୂଙ୍କ ମଧ୍ୟରେ ସବୁବେଳେ କଳହ ଲାଗିରହୁଥିବା ଉଲ୍ଲେଖ ଥିଲା । ରଙ୍ଗାଧରଙ୍କ ନିଖୋଜର ୫ ଦିନ ପରେ ଅର୍ଥାତ୍ ଅଗଷ୍ଟ ୨୧ ତାରିଖରେ ଗ୍ରାମ ନିକଟସ୍ଥ ଶିମିଳି ମାହାର ଯୋର ନିକଟରୁ ତାଙ୍କ କ୍ଷତାକ୍ତ ଗଳିତ ମୃତଦେହ ମିଳିଥିଲା । ସେହି ଦିନ ସ୍ୱାମୀର ଚିତା ଲିଭିନଥିବା ବେଳେ ଏପରି କି ସ୍ୱାମୀଙ୍କ ଅନ୍ତିମ ସଂସ୍କାର ପୂର୍ବରୁ ରତ୍ନମଣି ନିଜର ପିଲାମାନଙ୍କୁ ଛାଡ଼ି ପ୍ରେମିକଙ୍କ ହାତଧରି ଗାଁ ଛାଡ଼ି ଚାଲି ଯାଇଥିଲେ । ଏହାର ଭିଡିଓ ଭାଇରାଲ ହେବା ପରେ ଚର୍ଚ୍ଚାର ବିଷୟ ହୋଇଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ, ରତ୍ନମଣିଙ୍କ ପୁଅ, ଝିଅ ନିଜ ମା’ଙ୍କ ବିରୋଧରେ ମୁହଁ ଖୋଲିବାକୁ ପଛଘୁଂଚୃା ଦେଇ ନ ଥିଲେ । ସ୍ତ୍ରୀ ରତ୍ନମଣି ଓ ତାଙ୍କ ପ୍ରେମିକ ଅସିତଙ୍କ ସହ ମିଶି ହତ୍ୟା କରିଥିବା ନେଇ ମୃତଦେହ ମିଳିବାର ୬ ଦିନ ପରେ ରାଜକନିକା ଥାନା ପୋଲିସ ମୃତକଙ୍କ ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରି ମାମଲା ୨୯୨/୨୦୨୨ ରୁଜୁ କରି କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗ ହାଜତକୁ ପଠାଇ ଦିଆଯାଇଥିଲା । ଏହି ହତ୍ୟା ମାମଲାର ଶୁଣାଣି କରି ସହକାରୀ ଦୌରାଜଜ ସୁଶ୍ରୀ ସଂଗୀତା ମଲ୍ଲିକ ଅଭିଯୁକ୍ତ ଦ୍ୱୟଙ୍କୁ ୪ ବର୍ଷ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା କରିଥିବା ଜଣାଯାଇଛି । ଅର୍ଥ ଅନାଦେୟ ଅଧିକ ମାସେ ଜେଲଦଣ୍ଡ ପାଇଁ ଆଦେଶ ହୋଇଛି । ଏହି ମାମଲାକୁ ସହକାରୀ ପବ୍ଲିକ ପ୍ରସିକ୍ୟୁଟର ରବି ଦାଶ ପରିଚାଳନା କରିଥିଲେ ।


Next Post

କଷଣଅଣ୍ଟାରେ ଜିଲ୍ଲାସ୍ତରୀୟ ବାଳବୈଜ୍ଞାନିକ ପ୍ରଦର୍ଶନୀ , ସୃଜନଶୀଳ ମନୋଭାବ ନେଇ ବିଜ୍ଞାନ ଶିକ୍ଷା ଗ୍ରହଣ ସଫଳତା ଦିଏ

Thu Dec 14 , 2023
ସୃଜନଶୀଳ ମନୋଭାବ ନେଇ ବିଜ୍ଞାନ ଶିକ୍ଷା ଗ୍ରହଣ କଲେ ଛାତ୍ରଛାତ୍ରୀମାନେ ସବୁ କ୍ଷେତ୍ରରେ ସଫଳ ହୋଇ ମାଟିର ଗୌରବ ବୃଦ୍ଧି କରିପାରିବେ ବୋଲି କଷଣଅଣ୍ଟା ପଂଚାୟତ ହାଇସ୍କୁଲରେ ଆୟୋଜିତ ଜିଲ୍ଲା ବାଳବୈଜ୍ଞାନିକ ପ୍ରଦର୍ଶନୀ ଉଦଘାଟନ କରି ରାଜନଗର ବିଧାୟକ ଧ୍ରୁବ ସାହୁ ପ୍ରକାଶ କରିଛନ୍ତି । ଦୁଇ ଦିନ ଧରି ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ବାଳବୈଜ୍ଞାନିକ ପ୍ରଦର୍ଶନୀ ଉପଲକ୍ଷେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ଜିଲ୍ଲା ଶିକ୍ଷାଧିକାରୀଣୀ ଶୁଭଲଷ୍ମୀ ନାୟକ ପୌରହିତ୍ୟ […]

You May Like