
ପଟ୍ଟାମୁଣ୍ଡାଇ କଲେଜ ଆଲମୁନି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଲମୁନି କମିଟି ସଭାପତି ପ୍ରଫେସର ଭରତ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ସମ୍ପାଦକ ଗୋପୀନାଥ ତ୍ରିପାଠୀ ବିବରଣୀ ପାଠ କରିଥିଲେ । ନିର୍ମାଣାଧୀନ କଲେଜ ମୁଖ୍ୟ ଫାଟକ ନିର୍ମାଣ କାର୍ଯ୍ୟ ତୁରନ୍ତ ସଂପୂର୍ଣ୍ଣ କରିବା ବୈଠକ ଦାବୀ କରାଯାଇଥିଲା । ଆସନ୍ତା ଜାନୁଆରୀ ୨୪ତାରିଖରେ କଲେଜ ଆଲମୁନି କମିଟିର ସାଧାରଣ ବୈଠକ କରାଯିବା ପାଇଁ ନିଷ୍ପତି ନିଆଯାଇଥିଲା । ଏଥି ସହିତ ପଟ୍ଟାମୁଣ୍ଡାଇ କଲେଜ ସୁବର୍ଣ୍ଣ ଜୟନ୍ତୀ ପାଳନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଥିରେ ଆଲମୁନି ଉପସଭାପତି ରାଜେନ୍ଦ୍ର ଦାଶ, କୋଷାଧକ୍ଷ କିଶୋର ସ୍ୱାଇଁ,ପ୍ରଧ୍ୟାପିକା ଚନ୍ଦ୍ରାବତୀ ସ୍ୱାଇଁ, ଶିକ୍ଷାବିତ କଣ୍ଡୁରୀ ଚରଣ ସ୍ୱାଇଁ, ପତିତପାବନ ଭଦ୍ର, ଚିତରଞ୍ଜନ ମଲ୍ଲିକ, ମୃତ୍ୟୁଞ୍ଜୟ ମଲ୍ଲିକ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ ।











