କେନ୍ଦ୍ରାପଡା ବିଜେଡି କର୍ମକର୍ତ୍ତା କାଉନସିଲରଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହୃତ


କେନ୍ଦ୍ରାପଡା ବିଜେଡି କର୍ମକର୍ତ୍ତା ଏବଂ ନିର୍ବାଚିତ କାଉନସିଲରଙ୍କ ଉପରୁ ଦଳୀୟ ନିଲମ୍ବନ ଆଦେଶକୁ ପ୍ରତ୍ୟାହୃତ କରିନିଆଯାଇଥିବା ଜଣାପଡିଛି । ବିଜୁ ଜନତା ଦଳର ରାଜ୍ୟ ସଭାପତିଙ୍କ ନିର୍ଦେଶ କ୍ରମେ ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରେସ ବିଜ୍ଞପ୍ତି ଯୋଗେ ଏସମ୍ପର୍କରେ ସୂଚନା ଦେଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଆସନ୍ତା କାଲି ୫-ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କ କେନ୍ଦ୍ରାପଡା ଗସ୍ତ ପୂର୍ବରୁ ଦଳ ପକ୍ଷରୁ ଦଳୀୟ କର୍ମକର୍ତ୍ତା ଓ କାଉନସିଲରମାନଙ୍କ ଉପରୁ ଏହି ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରି ନିଆଯାଇଛି । ନିଲମ୍ବନ ପ୍ରାତ୍ୟାହୃତ ହୋଇଥିବା କର୍ମକର୍ତ୍ତାଙ୍କ ମଧ୍ୟରେ ରାଜ୍ୟ ବିଜେଡି ଯୁଘ୍ମ ସମ୍ପାଦକ ରାଜେଶ ପଣ୍ଡା, କେନ୍ଦ୍ରାପଡା ପୈାରାଞ୍ଚଳ ୱାର୍ଡ ନମ୍ବର-୨ର କାନସିଲର କାଳି ପ୍ରସାଦ ମିଶ୍ର, ୱାର୍ଡ ନମ୍ବର-୪ର ପୂର୍ବତନ କାଉନସିଲର ଦେବେନ୍ଦ୍ର ରାଉତ ଓ ତାଙ୍କ ପତ୍ନୀ ତଥା କାଉନସିଲର ସୁଶ୍ରୀ ନିବେଦିତା ସ୍ୱାଇଁ, ୱାର୍ଡ ନମ୍ବର-୬ର ବିଜେଡି କର୍ମୀ ଗୈାତ୍ତମ ସ୍ୱାଇଁ, ୱାର୍ଡ ନମ୍ବର-୧୦ର ପୂର୍ବତନ କାଉନସିଲର ପ୍ରଶାନ୍ତ କୁମାର ସିଂ ଓ ତାଙ୍କ ପତ୍ନୀ ତଥା କାଉନସିଲର ରଶ୍ମୀତା ସିଂ, ୱାର୍ଡ ନମ୍ବର-୧୩ ର କାଉନସିଲର ସେକ ଅସଲମ ଓ ୱାର୍ଡ ନମ୍ବର-୧୯ର ବିଜେଡି କର୍ମୀ ଶଶିକାନ୍ତ ବଳ ପ୍ରମୁଖ ଅଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ଶ୍ରୀ ପଣ୍ଡା ଦୀର୍ଘ ବର୍ଷ ଧରି ଦଳର ସଂଗଠନକୁ ମଜଭୁତ କରିବା ପାଇଁ ସର୍ବଦା କାର୍ଯ୍ୟରତ ଥିବା ବେଳେ ବିଭିନ୍ନ ସମୟରେ ଅନୁଷ୍ଠିତ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ଅଗ୍ରଣୀ ଭୂମିକା ଗ୍ରହଣ କରି ଆସିଛନ୍ତି । ଏମିତିକି ଦଳୀୟ ନିଲମ୍ବନ ଆଦେଶ ପରେବି ଶ୍ରୀ ପଣ୍ଡା ନିରବଛିନ୍ନ ଭାବେ ଦଳର ସଂଗଠନ ଓ ଦଳିୟ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ ରଖିଥିବା ଦେଖିବାକୁ ମିଳିଥିଲା ।

 


Next Post

କେନ୍ଦ୍ରାପଡା ସହର କ୍ଷତ୍ରୀୟ ଖଣ୍ଡାୟତ ମହାସଙ୍ଘର ସାଂଗଠନିକ ବୈଠକ

Sun Dec 17 , 2023
କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ଇଛାପୁରସ୍ଥିତ ମା’ ବାରଙ୍ଗେଇଙ୍କ ମନ୍ଦିର ପରିସରରେ କ୍ଷତ୍ରୀୟ ଖଣ୍ଡାୟତ ମହାସଙ୍ଘର ଏକ ସାଂଗଠନିକ ବୈଠକ ଜିଲ୍ଲା ସଭାପତି ଶରତ କୁମାର ବେହୁରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକ ଓ ପୈାରାଞ୍ଚଳରୁ ଜିଲ୍ଲା, ବ୍ଲକ ଓ ପୈାରାଞ୍ଚଳ ସ୍ତରୀୟ କର୍ମକର୍ତ୍ତା ଓ ଉପଦେଷ୍ଟାମାନେ ଯୋଗଦେଇଥିଲେ । ପ୍ରାରମ୍ଭରେ ଶ୍ରୀବଳଦେବଜୀଉଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ସଭା […]

KANIKA