ବ୍ଲକ ବିଜେଡି ସଭାପତିଙ୍କ ପୁଅ ସଂସ୍କୃତ ମହାବିଦ୍ୟାଳୟରେ ମଦ ରଖିବା ଘଟଣା ବିଧାୟକ ଓ ସଭାପତିଙ୍କ କୁଶପୁତଳିକା ଦାହ କଲା ବ୍ଲକ ଯୁବ କଂଗ୍ରେସ


କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ହାତିନା ପଚାଂୟତ ଏଣ୍ଡୁଳାପୁରସ୍ଥିତ ଏନକେ ସଂସ୍କୃତ ମହାବିଦ୍ୟାଳୟ ଭିତରେ ବ୍ଲକ ବିଜେଡି ସଭାପତି ନିରଂଜନ ରାଉତଙ୍କ ପୁଅ ମଦ ବିକ୍ରି କରୁଥିବା ନେଇ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ରାଜନଗର ବ୍ଲକ ଯୁବ କଂଗ୍ରେସ ପକ୍ଷରୁ ବିଧାୟକ ଧ୍ରୁବ ସାହୁ ଓ ବ୍ଲକ ବିଜେଡି ସଭାପତି ନିରଂଜନ ରାଉତଙ୍କ କୁଶପୁତଳିକା ଦାହା କରାଯାଇଛି ।

ଭିଡିଓରୁ ଜଣାପଡିଛି ଏଣ୍ଡୁଳାପୁରସ୍ଥିତ ମହାବିଦ୍ୟାଳୟ ଭିତରେ ରାଜନଗର ବ୍ଲକ ବିଜେଡି ସଭାପତି ନିରଂଜନ ରାଉତଙ୍କ ପୁଅ ବିଶ୍ୱସାରଥୀ ରାଉତଙ୍କ ପ୍ୟାଟଂ ପକେଟରେ ମଦ ପୁରାଇ ମହାବିଦ୍ୟାଳୟ ଗୃହରେ ଥିଲେ । ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିବା ସହିତ ମଦକୁ ବାହାର କରିବାକୁ କହିଥିଲେ । ତାଙ୍କ ପକେଟରୁ ମଦ ବୋତଲ ବାହାର କରିବାରୁ ସେ ଗୋଟିଏ ମାତ୍ର ଆଣିଛି ବୋଲି କହିଥିବା ଭିଡିଓରୁ ଜଣାପଡିଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକମାନେ ତାଙ୍କୁ ବସାଇ ରଖିଥିବା ଦେଖିବାକୁ ମିଳିଥିଲା । ଏହି ଘଟଣାରେ କଂଗ୍ରେସ ଦଳ ରାଜରାସ୍ତାକୁ ଓହ୍ଲାଇଛି । ବ୍ଲକ ଯୁବ କଂଗ୍ରେସ ସଭାପତି ପ୍ରଭାତକୁମାର ରାଉଳ ରାଜନଗର ଥାନାରେ ଅଭିଯୋଗ କରିଛନ୍ତି । ବିଶ୍ୱ ସାରଥୀଙ୍କ ପିତା ନିରଂଜନ ବ୍ଲକ ବିଜେଡି ସଭାପତି ହୋଇଥିବାରୁ ବିଧାୟକଙ୍କ ଚାପରେ ପ୍ରଶାସନ ସଂପୃକ୍ତ ଯୁବକଙ୍କୁ ଗିରଫ କରୁନଥିବା ଅଭିଯୋଗ କରିଛନ୍ତି। ଅପରପକ୍ଷରେ ବ୍ଲକ କଂଗ୍ରେସ ସଭାପତି ଦେବେନ୍ଦ୍ରକୁମାର ଜେନା ଏହି ଘଟଣାରେ ବିଧାୟକ ଶ୍ରୀ ସାହୁ ସର୍ବସାଧାରଣରେ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଦାବୀ କରିଛନ୍ତି। ତ୍ରିନାଥ ବଜାରରେ ବିଧାୟକ ଶ୍ରୀ ସାହୁ ଓ ବ୍ଲକ ବିଜେଡି ସଭାପତି ଶ୍ରୀ ରାଉତଙ୍କ କୁଶପୁତଳିକା ଦାହ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସମୀର ଜେନା, ଓଁକାର ମହାନ୍ତି ଦେବାଶିଷ ଜେନା, ସତ୍ୟବ୍ରତ ପାଣି, ବଦ୍ରିନାରାୟଣ ରାଉତ, କୃପାସିନ୍ଧୁ ରାଉତ, ଶଶଧର ସେଠୀ, ସିଦ୍ଧାର୍ଥ ସେଠୀ, ସୁମନ୍ତ ପ୍ରଧାନ, ମାନସ ପ୍ରଧାନ, ରଂଜିତ ପ୍ରଧାନଙ୍କ ସହ କଂଗ୍ରେସ କର୍ମୀମାନେ ଯୋଗଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading