ବ୍ରାହ୍ମଣୀ କଲେଜରେ ବାଲ୍ୟ ବିବାହ ଓ ଯୌତୁକ ସଚେତନତା


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦାଣ୍ଡିସାହି ବ୍ରାହ୍ମଣୀ କଲେଜରେ ନୂଆ-ଓ ଯୁବଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ସାମାଜିକ ସଚେତନତା ପାଇଁ ବାଲ୍ୟ ବିବାହ ଓ ଯୌତୁକ ବିରୋଧରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ କଲେଜ ଅଧ୍ୟକ୍ଷ ପ୍ରଫେସର ସୁବାଷ ଜେନା ଉଦଘାଟନ କରିଥିଲେ ।  କାର୍ଯ୍ୟକ୍ରମ ସଂଯୋଜକ ଅଧ୍ୟାପକ ନଟବର ସୂତାରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ ଓ ସାମାଜିକ ସୁରକ୍ଷା ଅଧିକାରିଣୀ ଅମିତା ସିଂହ, ସମାଜସେବୀ ରବି ନାରାୟଣ ନାୟକ, ଅଧ୍ୟାପକ ସତ୍ୟଜିତ ବେହେରା, ଅଧ୍ୟାପକ ପ୍ରଶାନ୍ତ ସାମଲ, ଅଧ୍ୟାପକ ଶିବ ଚରଣ ଦାସ, ଅଧ୍ୟାପକ ନିରଞ୍ଜନ ବାରିକ ସମ୍ମାନିତଅତିଥି ଭାବେ ଯୋଗ ଦେଇ ସାମାଜିକ କୁସଂସ୍କାର ବାଲ୍ୟ ବିବାହ ଓ ଯୌତୁକ ପ୍ରଥା ବିରୋଧରେ ଆଲୋକପାତ କରିବା ସହିତ ଜନସଚେତନତା ସୃଷ୍ଟି କରିଥିଲେ । ଅଧ୍ୟାପକ ଡ଼ ଚିନ୍ମୟ ପ୍ରଧାନ ସ୍ୱାଗତଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିଲେ । ଶେଷରେ ଅଧ୍ୟାପକ ସୁଧାଂଶୁ ଭୂଷଣ ସାମଲ ଧନ୍ୟବାଦ ଦେଇଥିଲେ । କଲେଜ ଛାତ୍ରଛାତ୍ରୀମାନେ ପ୍ଲାକାର୍ଡ ଧରି ଶୋଭାଯାତ୍ରାରେ ବାଲ୍ୟ ବିବାହ ଓ ଯୌତୁକ ପ୍ରଥା ବିରୋଧରେ ଜନସଚେତନତା ସୃଷ୍ଟି କରିଥିଲେ । ଏହି କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।


Next Post

ଏକବିଂଶତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡା ପୁସ୍ତକମେଳାର ପ୍ରସ୍ତୁତି ବୈଠକ

Thu Dec 28 , 2023
କେନ୍ଦ୍ରାପଡା ୨୮/୧୨-ଏକବିଂଶତମ ରାଜ୍ୟସ୍ତରୀୟ ପୁସ୍ତକମେଳା ବିଗତ ବର୍ଷଭଳି ଚଳିତ ବର୍ଷ କେନ୍ଦ୍ରାପଡାର ମହୀପାଳ ସ୍ଥିତ ଟେଲିକମ ପଡିଆରେ ଜାନୁଆରୀ ୬ତାରିଖରୁ ଆରମ୍ଭ ହୋଇ ୧୩ତାରିଖରେ ଶେଷ ହେବ । ଏହି ଉପଲକ୍ଷେ ମାଧପୁର ସ୍ଥିତ ଉପଦେଷ୍ଠା ଡଃ ବିରଜା ରାଉତରାୟଙ୍କ ଭାସଭବନରେ ତୃତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ କେମ୍‌ର ସଦସ୍ୟା ନବଜ୍ୟୋତି ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ମେଳାରେ ଜାତୀୟ ସ୍ତରୀୟ […]

KANIKA