ଜୟରାଷ୍ଟ୍ର ପକ୍ଷରୁ ପରିକ୍ରମା କରିବ ରାମରଥ : ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବର ପ୍ରସ୍ତୁତି ବୈଠକ



କେନ୍ଦ୍ରାପଡ଼ା,୭ା୧: ଅଯୋଧ୍ୟାରେ ହେବାକୁ ଥିବା ଶ୍ରୀରାମ ଲାଲାଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ସାମାଜିକ ସଂଗଠନ ଜୟରାଷ୍ଟ୍ର ପକ୍ଷରୁ ଏକ ଭବ୍ୟ ‘ରାମ ରଥ‘ ବିଭିନ୍ନ ଅଞ୍ଚଳ ପରିକ୍ରମା କରିବ । “ରାମ ରଥ” ପାଳକଣା ନିମ୍ବଦାରୁ ରାମ ମନ୍ଦିରରୁ ବାହାରି ବିଭିନ୍ନ ପଞ୍ଚାୟତ ପରିକ୍ରମା କରିବା ନେଇ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ସ୍ଥାନୀୟ କୋର ଗ୍ରାମର ଶ୍ରୀଜଗନ୍ନାଥ ମନ୍ଦିର ଠାରେ ଆୟୋଜିତ ଏକ ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହା ବ୍ୟତୀତ ମନ୍ଦିର ପ୍ରତିଷ୍ଠା ଦିବସ ଜାନୁଆରୀ ମାସ ୨୨ ତାରିଖ ଦିନ ସକାଳୁ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ଗ୍ରାମରେ ନଗର ସଙ୍କୀର୍ତ୍ତନ କରାଯିବ । ପରେପରେ ଗୋପ ସ୍ଥିତ ରାମ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ବୃକ୍ଷ ରୋପଣ କରାଯିବାର କାର୍ଯ୍ୟକ୍ରମ ରହିଛି । ସେହିପରି ସନ୍ଧ୍ୟାରେ କୋର ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସମୂହ ହନୁମାନ ଚାଳିଶା ପାଠ, ଗୋ ପୂଜନ, ହୋମ, ଯଜ୍ଞ, ପୂଜାର୍ଚ୍ଚନା କରାଯିବ । ଏହି କାର୍ଯ୍ୟକ୍ରମରେ ବହୁ ସଂଖାରେ ଯୋଗଦେଇ ବିଭୁ କୃପା ଲାଭ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ନିବେଦନ କରାଯାଇଛି । ସମାଜସେବୀ ସୀତାନାଥ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଅଧ୍ୟାପକ ବୃନ୍ଦାବନ ଦାସ, ମଳୟ କୁମାର ସାହୁ, ସାମ୍ବାଦିକ ମାତୃଦତ୍ତ ମହାନ୍ତି, ଅନିଲ କୁମାର ଜେନା, ପଦ୍ମଚରଣ ସୁତାର, ଜଗନ୍ନାଥ ମଲିକ, ରାଜକୁମାର ବିଶ୍ୱାଳ, ତୁଷାର ମିଶ୍ର, ଦୁଷ୍ମନ୍ତ ପରିଡା, ଚନ୍ଦ୍ରଭାନୁ ମହାନ୍ତି, କାଶୀନାଥ ବେହେରା, ଭଜନ ସୁତାର, କାହ୍ନୁଚରଣ ରାଉତ ପ୍ରମୁଖ ଯୋଗ ଦେଇଥିଲେ ।


Next Post

ପୁସ୍ତକ ମେଳାର ଦ୍ୱିତୀୟ ସନ୍ଧ୍ୟା : ପାଠକୀୟ ଚାହିଦାରେ ‘କେନ୍ଦ୍ରାପଡା ପରିକ୍ରମା’ର ଭିତରକନିକା ବିଶେଷଜ୍ଞ

Sun Jan 7 , 2024
କେନ୍ଦ୍ରାପଡ଼ା ୭/୧: ଏକଦଶତମ ରାଜ୍ୟସ୍ତରୀୟ ପୁସ୍ତକମେଳା ଉଦ୍‌ଘାଟନ ଦିବସରେ ଲୋକାର୍ପିତ ହୋଇଥିବା ଚଳିତବର୍ଷ ‘କେନ୍ଦ୍ରାପଡା ପରିକ୍ରମା’ର ଭିତରକନିକା ବିଶେଷଜ୍ଞ ବିପୁଳ ପାଠକୀୟ ଆଦୃତି ପାଉଥିବାର ଲକ୍ଷ୍ୟ କରାଯାଇଛି । ଏହି ଆକର୍ଷଣୀୟ ପରିପାଟିରେ ପ୍ରକାଶିତ ଏହି ସଂଗ୍ରହ୍ୟ ବିଶେଷାଙ୍କରେ ଭିତରକନିକାର ଜୈବ ବିବିଧତା, ପ୍ରାକୃତିକ ବିଭବ, ହେନ୍ତାଳବଣ, ବିରଳ ପ୍ରଜାତିର ଜୀବଜନ୍ତୁ, ବଗ ଗହଣ, କୁମ୍ଭୀର ପ୍ରଜନନ କେନ୍ଦ୍ର, ଗହୀରମଥା ଅଲିଭ୍ ରିଡ୍‌ଲେ କଇଁଛ ଏବଂ ଭିତରକନିକାର ଇତିହାସ, ଅତୀତ […]

KANIKA