ବଳଦେବନଗରରେ ଜୋରରେ ଭାସୁଛି କୁମ୍ଭୀର, ସାଧାରଣରେ ଆତଙ୍କ!

ବଳଦେବନଗରରେ ଜୋରରେ ଭାସୁଛି କୁମ୍ଭୀର, ସାଧାରଣରେ ଆତଙ୍କ!


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବଳଦେବନଗର ଜୋରରେ ଆଜି ଏକ ବଉଳା କୁମ୍ଭୀର ଭାସୁଥିବା ଦେଖିବାକୁ ମିଳିଛି । ଏହି ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳକୁ ଲୋକମାନଙ୍କ ସୁଅ ଛୁଟିଛି । ଚଳିତ ବର୍ଷ କୁମ୍ଭୀର ଆକ୍ରମଣରେ ପଟ୍ଟାମୁଣ୍ଡାଇ ଧୋୟାଂଚଳର ୫ଜଣ ଲୋକ ମୃତ ଆହତ ହୋଇଥିବାରୁ କୁମ୍ଭୀର ଦେଖି ସ୍ଥାନୀୟ ଅଂଚଳବାସୀ ଆତଙ୍କିତ ହୋଇପଡିଛନ୍ତି । ରାଜନଗର ବନଖଣ୍ଡ ବିଭାଗ ପକ୍ଷରୁ ତୁରନ୍ତ କୁମ୍ଭୀରକୁ ଧରି ଭିତରକନିକା ଅଭୟାରଣ୍ୟରେ ଛାଡିବା ପାଇଁ ସାଧାରଣରେ ଦାବୀ ହେଉଛି ।