ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପକୁ ସ୍ମରଣୀୟ କଲା କାଞ୍ଚିକାବେରୀ ଗୀତିନାଟକ


କେନ୍ଦ୍ରାପଡ଼ା, ୧୭ା୧: ଶ୍ରୀ ଜଗନ୍ନାଥ ଓଡିଆ ଅସ୍ମିତାର ପୁଣ୍ୟ ପ୍ରତୀକ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଲୋକାର୍ପଣ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଜିଲ୍ଲା ସଂସ୍କୃତି ଭବନରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ କେନ୍ଦ୍ରାପଡା ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା “କାଞ୍ôଚ କାବେରୀ” ଗୀତିନାଟ୍ୟ ଜିଲ୍ଲା ସଂସ୍କୃତି ଭବନରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଗୋପାଳ ଦାଶଙ୍କ ଦ୍ୱାରା ରଚିତ ଏହି ଗୀତିନାଟ୍ୟକୁ ଗୋପାଳ ଦାସ ସ୍ମାରକୀ କଳା ମନ୍ଦିର(ଗଡମେକର)ର କଳାକାରମାନେ ପରିବେଷଣ କରିଥିଲେ । ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ଗଜପତି ପୁରୁଷୋତ୍ତମ ଦେବଙ୍କ କାଞ୍ôଚ ବିଜୟ ଘଟଣା ଓ କାଞ୍ôଚ ରାଜଜେମା ପଦ୍ମାବତୀଙ୍କ ସହ ଗଜପତିଙ୍କ ଶୁଭ ପରିଣୟ ହେଉଛି କାଞ୍ôଚକାବେରୀ ଗୀତିନାଟ୍ୟର ବିଷୟ ବସ୍ତୁ । ଗୀତିନାଟ୍ୟର ରୂପାନ୍ତର ଓ ନିର୍ଦେଶନା ଗୁରୁଶ୍ରୀ ନଗେନ ପରିଜା ଦେଇଥିବା ବେଳେ ଗଡମେକର ନିର୍ଦେଶକ ସୁଶାନ୍ତ କୁମାର ପାଣି ପରିଚାଳନା କରିଥିଲେ । ସଙ୍ଗୀତାଭିନୟରେ ସୁଶାନ୍ତ କୁମାର ପାଣି, ଈପ୍ସାରାଣୀ ବେହେରା, ଗଙ୍ଗାଧର ପଣ୍ଡା, ଚିନ୍ମୟ ଦାସ, ସ୍ମୃତିପ୍ରିୟା ପ୍ରଧାନ, ଜଗବନ୍ଧୁ ନାୟକ, ଜୟଶ୍ରୀ ଧଳ, ପ୍ରସନ୍ନ ମିଶ୍ର, ସୁଶିଲ ସେନ, ରୀତା ସେଠୀ, ପ୍ରଫୁଲ୍ଲ ନାୟକ ଓ ପ୍ରିୟଙ୍କା ବେହେରା ପ୍ରମୁଖ ଥିବା ବେଳେ ବାଦ୍ୟ ବର୍ଣ୍ଣାଳୀରେ ରବୀନ୍ଦ୍ର ମଲ୍ଲିକ, ଚୈତନ୍ୟ ଜେନା, ଅଜୟ ଜେନା, ଅକ୍ଷୟ ମଲ୍ଲିକ ଓ କୈଳାସ ସେଠୀ ପ୍ରଭୃତି ସହଯୋଗ କରିଥିଲେ । କଳାକାରମାନଙ୍କ ଅଭିନୟ ଉପସ୍ଥିତ ଦର୍ଶକମାନଙ୍କୁ ବିମୋହିତ କରିଦେଇଥିଲା । ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସାହୁ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଆଲୋକ କୁମାର ମହାନ୍ତି ନଡିଆ ବାଡେଇ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ।


Next Post

ସାମ୍ବାଦିକ ମାନଙ୍କ ପେନସନ ଓ ସୁରକ୍ଷା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

Thu Jan 18 , 2024
କେନ୍ଦ୍ରାପଡା ୧୮/୧- ସାରା ରାଜ୍ୟରେ ସାମ୍ବାଦିକମାନଙ୍କ ସୁରକ୍ଷା ସହ ପେନସନ ଦାବିରେ ଓଡିଶା ସାମ୍ବାଦିକ ୟୁନିୟନ ଓୟୁଜେ ଆହ୍ୱାନରେ ତମାମ ରାଜ୍ୟରେ ଆଜି ଜିଲ୍ଲାପାଳ ମାନଙ୍କୁ ଦାବିପତ୍ର ପ୍ରଦାନ କରାଯାଇ ତୁରନ୍ତ ଏହି ମୁଖ୍ୟ ଦାବୀ ପୂରଣ ପାଇଁ ଦାବୀ କରାଯାଇଛି । ରାଜ୍ୟର ପ୍ରତିଷ୍ଠିତ ସାମ୍ବାଦିକ ୟୁନିୟନ ଓୟୁଜେ ପକ୍ଷରୁ ଦୀର୍ଘ ବର୍ଷ ଧରି ସାମ୍ବାଦିକତାର ସ୍ୱାର୍ଥ ରକ୍ଷା ପାଇଁ ୟୁନିୟନ ଅହରହ ସଂଗ୍ରାମ ଜାରି ରଖିଥିବା ବେଳେ […]

KANIKA