
କେନ୍ଦ୍ରାପଡ଼ା, ୩୦ା୧: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ଗାନ୍ଧୀ ଭବନରେ ମଙ୍ଗଳବାର ‘ନୂଆ-ଓ’ କାର୍ଯ୍ୟକ୍ରମ ମାଧ୍ୟମରେ ‘ବିଶ୍ୱ ଓଡିଆ ଭାଷା ସମ୍ମିଳନୀ’ ଉପଲକ୍ଷେ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଦାୟିତ୍ୱରେ ଥିବା ଡ. ପ୍ରଭାକର ମଲ୍ଲିକ ସଭାପତିତ୍ୱ କରିଥିବାବେଳେ ଉଦ୍ଘାଟକ ଭାବେ ଯୋଗ ଦେଇଥିଲେ ପୂର୍ବତନ ଶାସନ ସଚିବ ଡ. ଅଲେଖ ଚନ୍ଦ୍ର ପଡିହାରୀ ଜଗନ୍ନାଥ ସଂସ୍କୃତି ସମ୍ପର୍କିତ ବକ୍ତବ୍ୟ ରଖିଥିବାବେଳେ ଅନ୍ୟତମ ସମ୍ମାନୀତ ଅତିଥି ପ୍ରଫେସର ନିତ୍ୟାନନ୍ଦ ସାହୁ ଓଡିଆ ଭାଷାର ସୃଷ୍ଟି ସମ୍ପର୍କରେ ଆଲୋଚନା କରିଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ଡ. ଅପର୍ଣ୍ଣା ମହାନ୍ତି ଓଡିଆ ସାହିତ୍ୟ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଓଡିଆ ବିଭାଗର ମୁଖ୍ୟ ମନିଷାକାନ୍ତି ଜେନା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧିକାରୀ ନିଲେଶ କୁମାର ଦାସ ସଂଯୋଜନା କରିଥିଲେ ଓ ଅଧ୍ୟାପକ ଚନ୍ଦ୍ରକାନ୍ତ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଅପରାହ୍ନରେ ଆରମ୍ଭ ହୋଇଥିବା ପ୍ରଥମ ଅଧିବେଶନରେ “ଅତୀତ ଓ ସାଂପ୍ରତିକ ପ୍ରେକ୍ଷାପଟରେ ଓଡିଆ ସାହିତ୍ୟ” ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତିତ୍ୱ କରିଥିଲେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଓଡିଆ ବିଭାଗର ମୁଖ୍ୟ ପ୍ରଫେସର ନାରାୟଣ ସାହୁ, ଆଲୋଚକ ଭାବେ ଅଂଶଗ୍ରହଣ କରିଥିଲେ ଉଚ୍ଚଶିକ୍ଷା ବିଭାଗର ଉପଶାସନ ସଚିବ ଡ. ରମେଶ ଚନ୍ଦ୍ର ବେହେରା । ଡ. ରୁଦ୍ରନାରାୟଣ ମହାପାତ୍ର, ଉତ୍କଳ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ. ବୈଜୟନ୍ତୀ ନାୟକ, ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟର ଡ. ଅଜିତ୍ କୁମାର ଦାସ ପ୍ରବନ୍ଧପାଠ କରିଥିଲେ । ଅଧ୍ୟାପକ ପବିତ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଫେସର ନନ୍ଦକିଶୋର ପରିଡା, ଡ. ଜ୍ଞାନୀନ୍ଦ୍ର ଦାଶ, ପ୍ରାଧ୍ୟାପକ ରମାନାଥ ମହାନ୍ତି, ପ୍ରାଧ୍ୟାପକ ଗୌରପ୍ରସାଦ ଷଡଙ୍ଗୀ, ପ୍ରମୋଦ କୁମାର ବେହେରା, ସସ୍ମିତା ଅଧିକାରୀ, ସୁରେନ୍ଦ୍ର ପ୍ରସାଦ ମଲ୍ଲିକ, ଡ. ପ୍ରୀତିରେଖା ସ୍ୱାଇଁ, ସସ୍ମିତା ବେଦାନ୍ତ, ସୁଜାତା ଷଡଙ୍ଗୀ ପ୍ରମୁଖ ଅଧ୍ୟାପକ/ଅଧ୍ୟାପିକା ଅଂଶଗ୍ରହଣ କରିଥିଲେ । ଏହା ବ୍ୟତୀତ ବହୁ ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଏବଂ ଗଣମାଧ୍ୟମର ଯୋଗଦାନ ‘ନୂଆ-ଓ’ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଛି ।











