ଜିଲ୍ଲା ଖଣ୍ଡାୟତ ମହାସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ



କେନ୍ଦ୍ରାପଡ଼ା, ୧୪ା୨: କେନ୍ଦ୍ରାପଡା ଜିଲ୍ଲା କ୍ଷତ୍ରୀୟ ଖଣ୍ଡାୟତ ମହାସଙ୍ଘର ଏକ ପ୍ରତିନିଧି ଦଳ ଜିଲ୍ଲା ସଭାପତି ଶରତ କୁମାର ବେହେରାଙ୍କ ନେତୃତ୍ୱରେ ନୂଆ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶଙ୍କୁ ସୈାଜନ୍ୟ ମୂଳକ ସାକ୍ଷାତ କରି ଜିଲ୍‌ଲାର କେତେକ ମୈାଳିକ ସମସ୍ୟା ଓ ତାହାର ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ । ସେସବୁ ସମସ୍ୟାର ଆଶୁ ସମାଧାନ ପାଇଁ ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ । ଏତଦ୍‌ବ୍ୟତିତ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲଙ୍କୁ ସାକ୍ଷାତ କରି ଜିଲ୍ଲା କ୍ଷତ୍ରୀୟ ଖଣ୍ଡାୟତ ମହାସଙ୍ଘର ପଞ୍ଜିକରଣ ପାଇଁ ଉଦ୍ଦିଷ୍ଟ ସମସ୍ତ କାଗଜପତ୍ର ଦାଖଲ କରି ଏଥିପାଇଁ ତ୍ୱରିତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ଏହି ପ୍ରତିନିଧି ଦଳରେ ସୁମନ୍ତ କୁମାର ରାଉତ, ସୁଶିଲ କୁମାର ସାମଲ, ଗୋଲେଖ ଚନ୍ଦ୍ର ପଢିହାରୀ, ଚନ୍ଦନ କୁମାର ପରିଡା, ବିଶ୍ୱଜିତ ରାୟ, ସଂଗ୍ରାମ କେଶରୀ ଜେନା, ରବୀନ୍ଦ୍ର କୁମାର ବଳ, ଡ. ଚୈତନ୍ୟ କୁମାର ପରିଡା, ମାନସ ରାଉତରାୟ, ଚିତରଞ୍ଜନ ବଳ, ମକୁ ଦାସ, ଅମରବର ବିଶ୍ୱାଳ, ଭାଗୀରଥି ଜେନା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


Next Post

କଂଗ୍ରେସ ଶୂନ୍ୟ ହେବ କି ରାଜନଗର ବିଧାନସଭା ! ପୂର୍ବତନ ବିଧାୟକଙ୍କ ଇସ୍ତଫା ପରେ ସମୂହ ଦଳଛାଡିଲେ ନେତା କର୍ମୀ

Thu Feb 15 , 2024
ରାଜନଗରର ପୂର୍ବତନ ବିଧାୟକ ତଥା କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ କମିଟି ସଭାପତି ଅଂଶୁମାନ ମହାନ୍ତି ବୁଧବାର କଂଗ୍ରେସ ଦଳରୁ ଇସ୍ତଫା ଦେବା ପରେ ରାଜନଗର ନିର୍ବାଚନ ମଣ୍ଡଳି ହତଶିରି ହେଲାଣି କଂଗ୍ରେସ । ଗୁରୁରୁବାର ରାଜନଗର ବ୍ଲକରୁ କଂଗ୍ରେସ ନେତା ଓ କର୍ମୀ ଦଳରୁ ଜଣିଏ ପରେ ଜଣିଏ ଇସ୍ତଫା ଦେଉଥିବା ବେଳେ ସଂନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ଏକ ପ୍ରେସ ମିଟ କରି ସମୁହ […]

KANIKA