କେନ୍ଦ୍ରାପଡାରେ ଦିବାରାତ୍ର ଫୁଟବଲ୍ ଟୁର୍ଣ୍ଣାମେଣ୍ଟ୍‌


କେନ୍ଦ୍ରାପଡ଼ା,୧୬ା୨: ଫକିରାବାଦ୍‌ର ଆଜାଦ କ୍ଲବ ଆନୁକୂଲ୍ୟରେ ଆଜି ଅପରାହ୍ନରେ କେନ୍ଦ୍ରାପଡା ହାଇସ୍କୁଲ ଖେଳପଡିଆରେ ଅନୁଷ୍ଠିତ ସର୍ବଭାରତୀୟ ସ୍ତରୀୟ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ର ତୃତୀୟ କ୍ୱାଟର ଫାଇନାଲ ମ୍ୟାଚ୍ ଉଦଘାଟିତ ହୋଇଯାଇଛି । ଏହି ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ର ତୃତୀୟ କ୍ୱାଟର ଫାଇନାଲ ମ୍ୟାଚରେ ବରଗଡର ୟୁନାଇଟେଡ ସ୍ପୋର୍ଟସ କ୍ଲବ କୋଲକାତାର ହିନ୍ଦୁସ୍ତାନ ହିରୋଜ୍ ଫୁଟବଲ୍ ଏକାଡେମୀକୁ ୧-୦ ଗୋଲରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି । କାଲିର ଦ୍ୱିତୀୟ କ୍ୱାଟର ଫାଇନାଲ ମ୍ୟାଚରେ କେନ୍ଦ୍ରାପଡାର ସୁରଜ କ୍ଲବ କଟକର ଜି.ଏସ. କମ୍ପାନୀକୁ ୧-୦ଗୋଲରେ ହରାଇ ସେମିଫାଇନାଲକୁ ପ୍ରବେଶ କରିଛି । ଏହି ଉପଲକ୍ଷେ ଆଜାଦ୍ କ୍ଲବର ସଭାପତି ହିବଜୁର ରହେମାନ୍‌ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅଦ୍‌ୟାପକ ଅଜୟ କୁମାର ରାଉତ ଓ ସମ୍ମାନୀତ ଅତିଥି ଭାବରେ କାଉନସିଲର ସେକ ଅସଲମ୍‌, କାଉନସିଲରଙ୍କ ପ୍ରତିନିଧି ସେକ ନସିମୁଦ୍ଦିନ, ସଞ୍ଜୟ କୁମାର ଶତପଥୀ ଓ ସୟଦ ପରୱେଜ ଅଲି ପ୍ରମୁଖ ଯୋଗଦେଇ ଟୁର୍ଣ୍ଣାମେଣ୍ଟର ତୃତୀୟ କ୍ୱାଟର ଫାଇନାଲ ମ୍ୟାଚକୁ ଉଦଘାଟନ କରିଥିଲେ । ପରବର୍ତ୍ତି ଚତୁର୍ଥ କ୍ୱାଟର ଫାଇନାଲ ମ୍ୟାଚ୍ ସ୍ପୋର୍ଟସ ହଷ୍ଟେଲ୍ କଟକ ଓ ଝାଡଖଣ୍ଡର ସ୍ପୋଟିଙ୍ଗ କ୍ଲବ ମଧ୍ୟରେ ଅନୁଷ୍ଠିତ ହେଉଛି । ଏଥିରେ ଅତିଥି ଭାବେ କାଉନସିଲର ଉମେଶ ଚନ୍ଦ୍ର ନାୟକ, ଚୈାଧୁରୀ ସୁକୁମାର ଦାସ, ନିରାକାର ସ୍ୱାଇଁ ଓ ପୂର୍ବତନ କାଉନସିଲର ମୁକ୍ତାର ଖାଁ ପ୍ରମୁଖ ଯୋଗଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading