ଶିବାନନ୍ଦ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ


କେନ୍ଦ୍ରାପଡ଼ା,୨୦ା୨ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଗ୍ରାମ ପଞ୍ଚାୟତର ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମରେ ଆୟୋଜିତ କଲ୍ୟାଣକାରୀ ଶ୍ରୀ ଶ୍ରୀ ବିଷ୍ଣୁ ମହାଯଜ୍ଞର ଦ୍ୱିତୀୟ ଦିବସରେ ଶିବାନନ୍ଦ ବିଦ୍ୟାମନ୍ଦିରର ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ ମହାଆଡମ୍ବରରେ ଆଶ୍ରମର ପ୍ରତିଷ୍ଠାତ୍ରୀ ତଥା ବିଦ୍ୟାମନ୍ଦିରର ସଭାପତି ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ଅତିଥି ଭାବରେ ବିଦ୍ୟାଳୟର ସମ୍ପାଦକ ପଣ୍ଡିତ କାଳୀପ୍ରସନ୍ନ ଶତପଥୀ, ଅଧ୍ୟକ୍ଷ ଡ. ସୁରେନ୍ଦ୍ରନାଥ ଆଚାର୍ଯ୍ୟ, ବ୍ୟଙ୍ଗକବି ଶ୍ରୀଧର ମହାନ୍ତି, ଶିକ୍ଷାବିତ ମନୋରଞ୍ଜନ ତ୍ରିପାଠୀ ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦେବେନ୍ଦ୍ର କୁମାର ପଣ୍ଡା, ରାଜେନ୍ଦ୍ର ନାଥ ମିଶ୍ର, ଯୋଗଗୁରୁ ସଞ୍ଜୟ କୁମାର ମଥାନ, କବି କରୁଣାକର ଦାସ, କବୟିତ୍ରୀ ପାର୍ବତୀ ନାୟକ, ଶରତ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ଡ. ସୁରେନ୍ଦ୍ର ନାଥ ଆଚାର୍ଯ୍ୟଙ୍କୁ ମାନପତ୍ର ଓ ଉତ୍ତରୀୟ ଦିଆଯାଇ ସମ୍ୱର୍ଦ୍ଧିତ କରାଯାଇଥିଲା । ଶ୍ରୀମା ଆଶ୍ରମର କର୍ମକର୍ତ୍ତା ମାନଙ୍କୁ ଉତ୍ତରୀୟ ପ୍ରଦାନ କରି ଆଶିଷ ପ୍ରଦାନ କରିଥିଲେ । ନିଉଷ୍ଟାର ଡାନ୍ସ ଏକାଡେମୀର ନୃତ୍ୟଗୁରୁ ଦୀପକ ସାହୁଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ଉତ୍ସବକୁ ବାବା ନୃସିଂହନାଥ ଦାସ, ରଜନୀ କାନ୍ତ ଦାସ, ଗୀତାଞ୍ଜଳୀ ସ୍ୱାଇଁ, ପୁନମ ନାୟକ, ଚିତ୍ରଶିଳ୍ପୀ ଶ୍ରୀଧର କୁମାର ରାଉତ ଓ ବିଦ୍ୟାମନ୍ଦିରର ଗୁରୁଜୀ ଗୁରୁମାମାନେ ପରିଚାଳନା କରିଥିଲେ । ଶେଷରେ ଶ୍ରୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

 


Next Post

ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ଜିଲ୍ଲାର ୧୮ହଜାର ୯୭୭ଜଣ ପରୀକ୍ଷାର୍ଥୀ ୧୦୩ଟି କେନ୍ଦ୍ରରେ ସାହିତ୍ୟ ପରୀକ୍ଷା ଦେଲେ

Tue Feb 20 , 2024
କେନ୍ଦ୍ରାପଡ଼ା,୨୦ା୨ : ଆଜି ଠାରୁ ମାଟ୍ରିକ ପରିକ୍ଷା ଆରମ୍ଭ ହୋଇଛି । ଏହି ପରୀକ୍ଷାର ପ୍ରଥମ ଦିନରେ ସାହିତ୍ୟ ବିଷୟରେ ଜିଲ୍ଲାର ୧୦୩ଟି ପରୀକ୍ଷା କେନ୍ଦ୍ରରେ ୧୮,୯୭୭ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ଏଥିସହିତ ୨ଟି କେନ୍ଦ୍ରରେ ମୁକ୍ତ ବିଦ୍ୟାଳୟର ୨୨୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୨୪୮ ଜଣ ମଧ୍ୟମା ପରୀକ୍ଷାର୍ଥୀ ୧୫ଟି ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି । ମାଟ୍ରିକ ପରୀକ୍ଷା […]

KANIKA