
କେନ୍ଦ୍ରାପଡ଼ା ଜିଲ୍ଲା ଏଡିଏମଓ ଡାକ୍ତର ପ୍ରଦୀପ ଦାସଙ୍କ ନେତୃତ୍ୱରେ ଏକ ଚାରିଜଣିଆ କାୟାକଳ୍ପ ଟିମ ସାନଜରିଆ ସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ତଥା ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ପରିଦର୍ଶନରେ ଆସିଥିଲେ । କାୟାକଳ୍ପ ଟିମ ସର୍ବପ୍ରଥମେ ପ୍ରଭୁ ଶ୍ରୀ ଗଣେଶ ଓ ବାବା ଭୀମସେନ ଦାସ ଙ୍କ ପ୍ରତିମୃର୍ତି ରେ ମାଲ୍ୟାର୍ପଣ କରିଥିଲେ । ଏଇ ଅବସରରେ କାୟା କଳ୍ପଟିମ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ରେକର୍ଡ଼ ଯାଂଚ କରିବା ସହିତ ପରିମଳ ବ୍ୟବସ୍ଥା ଓ ଆଭ୍ୟନ୍ତରୀଣ ପରିବେଶ, ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର, ବାବା ଭୀମସେନ ଦାସ ଶିଶୁ ସ୍ୱାସ୍ଥ୍ୟ ଉଦ୍ୟାନ, ହନୁମାନବାଟିକା, ପୁଷ୍ପ ଉଦ୍ୟାନ, ଶ୍ରୀ ଗଣେଶ ପାର୍କ, ଔଷଧୀୟ ବୃକ୍ଷ ଉଦ୍ୟାନ ପ୍ରଭୁତି ବୁଲି ଦେଖିବା ସହିତ ସ୍ୱାସ୍ଥ୍ୟକେନ୍ଦ୍ର ପରିଚାଳନା ଓ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆୟୁଷ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଦୀପ କୁମାର ଚମ୍ପତିି ଓ କର୍ମଚାରୀ ମାନଙ୍କ ସହିତ ବିସ୍ତୁତ ଆଲୋଚନା କରିବା ସହିତ ରୋଗୀମାନଙ୍କୁ ମିଳୁଥିବା ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ସ୍ଥାନୀୟ ଲୋକମାନଙ୍କୁ ପଚାରି ବୁଝିଥିଲେ । ଏହି କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲ ପିଏଚଇଓ ନୃସିଂହ ଦାସ, ଆକାଉଟାଂଟ ଚିତ ରଞ୍ଜନ ଚାନ୍ଦ, ସାନଜରିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଫାର୍ମାସୀଷ୍ଟ ପ୍ରଭାତ ରଞ୍ଜନ ଦାସ, ଲାବୋରେଟୋରୀ ଟେକ୍ନିସିଆନ ରଜନୀକାନ୍ତ ସୁତାର, ମହେଶ୍ୱର ଦାସ, ସରୋଜ ପଟ୍ଟନାୟକ, ଶରତ ଚନ୍ଦ୍ର ଗାହଣ, ସାଗରିକା ବେହେରା , ସ୍ୱୟମ ପ୍ରଭା ରାଉତ, ଶିକ୍ଷାବିତ୍ ବିଜୟ କୁମାର ଜେନା ଓ ଯୁବସମାଜସେବୀ ହରିହର ସାହୁ ସାମିଲ ହୋଇ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।











