ଉତ୍କଳ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ


କେନ୍ଦ୍ରପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ଆନୁକୂଲ୍ୟରେ ପ୍ରତିବର୍ଷ ପରି ଆସନ୍ତା ଏପ୍ରିଲ ମାସ ପହିଲାରେ ପବିତ୍ର ଉତ୍କଳ ଦିବସ ମହା ସମାରୋହରେ ପାଳନ କରାଯିବ। ନିମନ୍ତେ ଏକ ପୂର୍ଣ୍ଣାଙ୍ଗ ପ୍ରସ୍ତୁତି ବୈଠକ ସଭାପତି ଗୋପୀବଲ୍ଲଵ ନାୟକଙ୍କ ପୌରାହିତ୍ୟରେ ସ୍ଥାନୀୟ ପଟ୍ଟାମୁଣ୍ଡାଇ ପରିଷଦ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ସମ୍ପାଦକ ଗୋପୀନାଥ ତ୍ରିପାଠୀ ବୈଠକରେ କାର୍ଯ୍ୟକ୍ରମର ରୂପରେଖ ତଥା ଅତିଥି ଓ ବକ୍ତାଙ୍କୁ ଆମନ୍ତ୍ରଣ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ବୈଠକରେ ବରିଷ୍ଠ ସଦସ୍ୟ ବିଜୟ ସାହୁ, ସୁରେଶ ଚନ୍ଦ୍ର ଜେନା, ଚିତ୍ତରଞ୍ଜନ ମଲ୍ଲିକ, ସଚିତ୍ର କୁମାର ବେହୁରା, ଶ୍ରୀଧର ରାଉତ, ସାମ୍ବାଦିକ ଅନିଲ ଚୌଧୁରୀ, ବାରେଣୀ ସେଠୀ, ବିଜୟ କବି, ସୁଶୀଲ ପରିଡା, ମିଟୁ ମନୋଜ ନାୟକ, ଚନ୍ଦନ ପାତ୍ର, କୃପାସିନ୍ଧୁ ନାୟକ, ଶରତ କୁମାର ବିଶ୍ୱାଳ ପ୍ରମୁଖ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।


Next Post

ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି : ଜାଣନ୍ତୁ ବିଧାନସଭା ନିର୍ବାଚନ ଲାଗି କିଏ ପାଇଲେ ଟିକେଟ

Wed Mar 27 , 2024
ଭୁବନେଶ୍ୱର,୨୭ ।୩: ଆଗାମୀ ସାଧାରଣ ନିର୍ବାଚନ ଲାଗି ବିଜେଡି ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରାଯାଇଛି । ବିଧାନସଭା ଏବଂ ଲୋକ ସଭା ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ତାଲିକାରେ କିଛି ନୂଆ ମୁହଁ ଦେଖାଯାଇଥିଲେ ହେଁ ଦଳ ପୁରୁଣା ନେତାଙ୍କ ଉପରେ ଭରସା ଦେଖାଇଛି । ଆଜି ମୁଖ୍ୟମନ୍ତ୍ରୀ ୭୧ଟି ବିଧାନସଭା ଆସନ ପାଇଁ […]

KANIKA