ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ବଡ଼ମୂଳବସନ୍ତ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ବଡ଼ଧରଣର ଚୋରୀ ହୋଇଯାଇଛି । ଏପରିକି ଘଟଣାସ୍ଥଳରୁ ୧୦୦ମିଟର ଦୁରେଇ ଥିବା ହାଇସ୍କୁଲ ପଡିଆରେ ଯାତ୍ରା ହେଉଥିଲେ ମଧ୍ୟ ଏଭଳି ଚୋରୀ ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଖବର ପାଇଁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଏହି ଚୋରୀ ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରକାଶ ଜେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା […]
Month: March 2024
ଭୁବନେଶ୍ୱର,୧୬ା୩: ଶନିବାର ଭାରତ ନିର୍ବାଚନ ଆୟୋଗ ରାଜ୍ୟରେ ୨୧ଟି ଲୋକ ସଭା ଏବଂ ୧୪୭ ବିଧାନସଭା ପାଇଁ ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ଏହି ଅନୁଯାୟୀ, ସମଗ୍ର ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ମେ’ ୧୩, ୨୦, ୨୫ ଏବଂ ଜୁନ୍ ୧ରେ ଆମ ରାଜ୍ୟରେ ନିର୍ବାଚନ ହେବ […]
୨୦୨୪ ଲୋକ ସଭା ସହ ଓଡ଼ିଶା ବିଧାନସଭା ଲାଗି ନିର୍ବାଚନ ତାରିଖ ଘୋଷଣା କରାଯାଇଛି । ଦେଶରେ ୭ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଜୁନ୍ ୪ରେ ଫଳାଫଳ ଆସିବ । ନିର୍ବାଚନ ତାରିଖ ଘୋଷଣା ହେବା ସହ ସାରା ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ତେବେ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ କରିବା ଲାଗି ନିର୍ବାଚନ ଆୟୋଗ ଦ୍ୱାରା ପ୍ରସ୍ତୁତ ନିୟମକୁ […]
ଭୁବନେଶ୍ୱର,୧୬ା୩- ସାଧାରଣ ନିର୍ବାଚନ ୨୦୨୪ ପାଇଁ ଶନିବାର ତାରିଖ ଘୋଷଣା ହୋଇଛି । ଏନେଇ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଏକ ପ୍ରେସ୍ମିଟ୍ରେ ଭାରତୀୟ ନିର୍ବାଚନ କମିଶନ ରାଜୀବ କୁମାର ତାରିଖ ଘୋଷଣା କରିଛନ୍ତି । ସମଗ୍ର ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ଦେଶରେ ମେ ୧୩ ଚତୃର୍ଥ ପର୍ଯ୍ୟାୟ ନିର୍ବାଚନ ହେଉଥିବା ବେଳେ ଓଡ଼ିଶାରେ […]
କେନ୍ଦ୍ରାପଡ଼ା, ୧୬ା୩: କେନ୍ଦ୍ରାପଡା ପୌରସଂସ୍ଥା ପକ୍ଷରୁ ଶୁକ୍ରବାର ଅପରାହ୍ନରେ ସହରର ତିନିମୁହାଣି ମାର୍କେଟ୍ରେ ପଲିଥିନ ବିରୋଧୀ ଅଭିଯାନ ଚାଲିଥିବା ବେଳେ ପଲିଥିନ ଜବତକୁ ନେଇ ଜନୈକ ବ୍ୟବସାୟୀ ପୌର କର୍ମଚାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହିତ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । କେନ୍ଦ୍ରାପଡା ପୌରସଂସ୍ଥା ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟର ଏମ୍ଏଚ୍ପିସି ସୁକାନ୍ତ ବିଶ୍ୱାଳ, ସାନିଟାରି ଏକ୍ସପର୍ଟ୍ ଓ ପୌର କର୍ମଚାରୀମାନେ ଟାଉନ ଥାନା ପୋଲିସ ଉପସ୍ଥିତିରେ ତିନିମୁହାଣୀ ମାର୍କେଟର […]
କେନ୍ଦ୍ରାପଡ଼ା, ୧୬ା୩: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଭାରତୀୟ ସ୍ଥଳସେନା ପକ୍ଷରୁ ଅଗ୍ନିବୀର ସ୍କିମ୍ ସମ୍ପର୍କରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଏନ୍ସିସି ୟୁନିଟ୍ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଶିବିରରେ ପ୍ରଶିକ୍ଷକ ଭାବେ ଭାରତୀୟ ସ୍ଥଳସେନାର ମେଜର ଡ. ହିମନ୍ଦ୍ର ସିଂ, ସୁବେଦାର ଏମ୍.ଏମ୍. ରଏ, ସୁବେଦାର ଗୋପାଳ କାଲେ, ହାବିଲଦାର ଗଙ୍ଗାଧର ସ୍ୱାଇଁ, ଏନ୍ସିସି ଅଫିସର ସତ୍ୟରଞ୍ଜନ ମିଶ୍ର ଓ ସହଯୋଗୀ ଏନ୍ସିସି ଅଫିସର କ୍ୟାପ୍ଟେନ […]
କେନ୍ଦ୍ରାପଡ଼ା, ୧୬ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ନିଖିଳ ଓଡିଶା ଆଶାକର୍ମୀ ସଂଘ ସିଏଚ୍ସି କମିଟି ପକ୍ଷରୁ ଆଜି ଗଣଧାରଣା ଦିଆଯାଇଥିଲା । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ କରିବା ନିମନ୍ତେ ଆବଶ୍ୟକୀୟ ସରଞ୍ଜାମ ପାଇଁ ୧୦ହଜାର ଟଙ୍କା ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ଆଶାକର୍ମୀମାନଙ୍କୁ ପ୍ରଦାନ କରାଯାଇଥିବା ବେଳେ ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ଜଣେ ବି ଆଶାକର୍ମୀଙ୍କୁ ଏହି […]
ଲୋକ ସଭା ନିର୍ବାଚନ ସହ ଓଡିଶା ସମେତ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ କେନ୍ଦ୍ର ନିର୍ବାଚନ କମିଶନ ଘୋଷଣା କରିଛନ୍ତି । ଓଡିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ମେ ୧୩ରୁ ଆରମ୍ଭ ହୋଇ ଜୁନ ୧ ତାରିଖ ପର୍ଯ୍ୟନ୍ତ ୪ ପର୍ଯ୍ୟାୟରେ ଭୋଟ ଦାନ ଅନୁଷ୍ଠିତ ହେବ । ଜୁନ ୧ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଭୋଟ ଦାନ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ […]
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଧୋୟାଂଚଳର ବନ୍ୟା ବିପନ୍ନ ଲୋକମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ଘୋଷଣା ପୂର୍ବରୁ ଏକ ବୃହତ ସୌର ଆଲୋକୀକରଣ ପ୍ରକଳ୍ପ ଭେଟି ଦେଇଛନ୍ତି । କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବନ୍ୟାବିପନ୍ନ ଧୋୟାଂଚଳର ଅଣ୍ଢରା, ଅମୃତମଣୋହି, ବଲୁରିଆ, ପେଣ୍ଠପାଳ, ତରଡ଼ିପାଳ ଓ ଅଳପୁଆ ଆଦି ପଂଚାୟତର ଲୋକମାନେ ବନ୍ୟା, ବାତ୍ୟା ଆଦି ପ୍ରାକୃତିକ ବିପର୍ଯୟ ସମୟରେ ବିଦ୍ୟୁତ ସେବାରୁ ବଂଚିତ ହୋଇଥାନ୍ତି […]
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଳକ ଅନ୍ତର୍ଗତ ବିଲିକଣା ଗ୍ରାମର ଶ୍ରୀଧର ବେହେରାଙ୍କ ଘରେ ଭୋଜି ଖାଇ ୪୦ ଜଣ ଅସୁସ୍ଥ ହୋଇପଡିଛନ୍ତି । ଏମାନଙ୍କ ମଧ୍ୟରୁ ୧୬ ଜଣ ମେଡିକାଲରେ ଭର୍ତି ହୋଇଥିବା ବେଳେ ଅନ୍ୟମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡିଦିଆଯାଇଛି ବୋଲି ମେଡିକାଲ ପକ୍ଷରୁ ସୁଚନା ଦିଆଯାଇଛି । ଗତକାଲି ଠାରୁ ପଟ୍ଟାମୁଣ୍ଡାଇ ମେଡିକାଲରୁ ଏକ ଟିମ ଗାଁକୁ ଯାଇ ଭୋଜି ଖାଇଥିବା ସବୁଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି […]
ଭୁବନେଶ୍ୱର,୧୬ା୩: ବାଜିଲା ନିର୍ବାଚନୀ ବିଗୁଲ୍ । ଶନିବାର ସାଧାରଣ ନିର୍ବାଚନ ନେଇ ତାରିଖ ଘୋଷଣା ହୋଇଛି । ଏନେଇ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଏକ ପ୍ରେସ୍ମିଟ୍ରେ ଭାରତୀୟ ନିର୍ବାଚନ କମିଶନ ରାଜୀବ କୁମାର ତାରିଖ ଘୋଷଣା କରିଛନ୍ତି । ଲୋକ ସଭା ଏବଂ ଓଡ଼ିଶା ବିଧାନସଭା ପାଇଁ ତାରିଖ ଘୋଷଣା ହୋଇଛି । ସମଗ୍ର ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ […]
କେନ୍ଦ୍ରାପଡ଼ା,୧୫ା୩: କେନ୍ଦ୍ରାପଡା ଜିଲ୍ଲା ସାମ୍ବାଦିକ ୟୁନିଅନ ଓୟୁଜେ ନିର୍ଦ୍ଦେଶରେ ସାମ୍ବାଦିକମାନଙ୍କୁ ପେନସନ ପ୍ରୋକ୍ଟେସନ ଦାବିରେ କଳାବ୍ୟାଚ ପରିଧାନ କରି ପ୍ରତିବାଦ ଜଣାଇଛନ୍ତି । ସରକାର ସବୁ ଶ୍ରେଣୀର ଲୋକମାନଙ୍କୁ ସହୟତାର ଯୋଜନା ଉପରେ ଯୋଜନା କରି ଆର୍ଥୀକ ସାହାର୍ଯ୍ୟ କରୁଥିବା ବେଳେ ଗଣମାଧ୍ୟମ ପ୍ରତିନିଧି ଏଥିରୁ ବଞ୍ଚିତ ହୋଇଛନ୍ତି । ଏହାର ପ୍ରତିବାଦରେ କେନ୍ଦ୍ରାପଡା ଜିଲ୍ଲା ସାମ୍ବଦିକ ୟୁନିଅନର ସଦସ୍ୟମାନେ ଆଜି କଳାବ୍ୟାଚ ପରିଧ୍ୟାନ କରି କେନ୍ଦ୍ରାପଡା ସହର ପୁରୁଣା […]
କେନ୍ଦ୍ରାପଡ଼ା,୧୫ା୩ : ଇଚ୍ଛାପୁରର ଶ୍ୟାମକାଳୀ ଏନକ୍ଲେଭରେ ଏକ ଜିଲ୍ଲାସ୍ତରୀୟ ଉପଭୋକ୍ତା ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ସତ୍ୟସାଇ ବୈଷୟିକ ଅଗ୍ରଗତି ସେବା ସଂସ୍ଥାର ସହଯୋଗରେ ଅନୁଷ୍ଠିତ ଏହି ସଚେତନତା କର୍ମଶାଳାରେ ବେସାମାରିକ ଯୋଗାଣ ଅଧିକାରୀ ପ୍ରଫୁଲ୍ଲ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କର୍ମଶାଳାକୁ ଉଦ୍ଘାଟନ କରିଥିଲେ । ସହକାରୀ ବେସାମରିକ ଯୋଗାଣ ଅଧିକାରୀ ଦେବଶ୍ରୀ ମାର୍ଥା ମୁଖ୍ୟବକ୍ତା , ବୈଧମାପ ଓ ଓଜନ ବିଭାଗର […]
ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ ପରେ ଏସବିଆଇ ନିର୍ବାଚନୀ ବଣ୍ଡର ତଥ୍ୟ ସାର୍ବଜନୀନ କରିଛି । ଏଥିରେ ଦେଶର ବିଭିନ୍ନ ପାର୍ଟିକୁ କୌଣସି ବ୍ୟକ୍ତି କିମ୍ବା କମ୍ପାନୀ କେତେ ଟଙ୍କା ଦେଇଛି ସେନେଇ ସବୁ ତଥ୍ୟ ପ୍ରକାଶ ପାଇଛି । ତେବେ ଏହାକୁ ନେଇ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ସୁପ୍ରିମଙ୍କ ଦ୍ୱାରା ନିର୍ବାଚନୀ ବଣ୍ଡ ଯୋଜନାକୁ ରଦ୍ଦ କରାଯିବାକୁ ନେଇ ଶାହା କହିଛନ୍ତି, ସେମାନଙ୍କୁ […]
ଓଡ଼ିଶାରେ ଭାରତୀୟ ଜନତା ପାର୍ଟି(ଭାଜପା) ଏବଂ ବିଜୁ ଜନତା ଦଳ(ବିଜେଡି) ମଧ୍ୟରେ ମେଂଟକୁ ନେଇ ଉଭୟ ଦଳର କର୍ମୀଙ୍କ ସହ ନେତା ଦ୍ୱନ୍ଦରେ ଥିବାବେଳେ ଏହାକୁ ନେଇ ବଡ ବୟାନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଗୁରୁବାର ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର କାନକ୍ଳେଭର ଏକ ସାକ୍ଷାତକାରରେ ସେ କହିଛନ୍ତି ମେଂଟ ନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ପ୍ରଧାନମନ୍ତ୍ରୀ ନିଷ୍ପତି ନେଇନାହାନ୍ତି । ଓଡ଼ିଶାରେ ଭାଜପା କେମିତି […]
କେନ୍ଦ୍ରାପଡ଼ା, ୧୫ା୩: କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ପୁରୁଣା ବସଷ୍ଟାଣ୍ଡରେ ଏକ ଦୁଇମହଲା ବିଶିଷ୍ଟ ମାର୍କେଟ କମ୍ପେ୍ଲକ୍ସ କିଛିଦିନ ତଳେ ଉଦଘାଟିତ ହୋଇଛି । ସେହି ମାର୍କେଟ କମ୍ପେ୍ଲକ୍ସରେ ୧୩ଟି ଦୋକାନ ଘର ରହିଛି । ସେହି ମାର୍କେଟ କମ୍ପେ୍ଲକ୍ସରେ ଦୋକାନ ଗୃହ ବଣ୍ଟନ ନେଇ ପୈାରପରିଷଦ ପକ୍ଷରୁ ଏକ ଜରୁରୀ ବୈଠକ ଆହୂତ ହୋଇଥିଲା । ଏହି ବୈଠକକୁ ନେଇ କାଉନସିଲ ଦୁଇଫାଳ ହୋଇଯାଇଥିବା ସୂଚନା ମିଳିଛି । ଏଭଳି […]
ବିପ୍ଲବୀ ଶିକ୍ଷକ ନେତା ନିଖିଲ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ପୂର୍ବତନ ସଭାପତି ସ୍ୱର୍ଗତ ଗୋଲେଖ ବିହାରୀ ସାହୁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଓ ସ୍ମରଣିକା ସ୍ମୃତି ସ୍ରୋତସ୍ୱନୀ ଉନ୍ମୋଚିତ ହୋଇଯାଇଛି । ରାଜ୍ୟସ୍ତରୀୟ ଶିକ୍ଷକ ନେତା ଶରତ ମହାପାତ୍ର କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଶିକ୍ଷକନେତା ବିଜୟ ଜେନା ପୌରହିତ୍ୟ ଓ ଗାଳ୍ପିକ ପ୍ରଦୀପ ନାୟକଙ୍କ ସଂଯୋଜନାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ କେନ୍ଦ୍ରାପଡ଼ା ବିଇଓ ପାବନୀ ରାଉତ […]
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ କଲେଜ ପରିସରରେ ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟ , ନେହେରୁ ଯୁବ କେନ୍ଦ୍ର କେନ୍ଦ୍ରାପଡ଼ା, ଜାତୀୟ ସେବା ଯୋଜନା ଓ ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ଉତ୍କଳମଣି ଯୁବକ ସଂଘ ମିଳିତ ଉଦ୍ୟମରେ ଶୁକ୍ରବାର ଭୋଟର ସଚେତନତା ଓ ଭୋଟର ପଞ୍ଜୀକରଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଉତ୍କଳମଣି ଯୁବକ ସଂଘର ସଭାପତି ଗୌତମ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଭୂୟାଁ ମୁଖ୍ୟ […]
ନୂଆଦିଲ୍ଲୀ ୧୫ା୩: ଆସନ୍ତାକାଲି ଅର୍ଥାତ୍ ଶନିବାର ଘୋଷଣା ହେବ ଲୋକସଭା ନିର୍ବାଚନ ତାରିଖ । ନିର୍ବାଚନ ଆୟୋଗ ଶନିବାର ଅପରାହ୍ନ ୩ଟାରେ ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିବେ । ଏହା ସହିତ କେତେକ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନର ତାରିଖ ମଧ୍ୟ ଘୋଷଣା କରାଯିବ । ଓଡ଼ିଶା, ସିକ୍କିମ, ଅରୁଣାଚଳ ପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବା ନେଇ ନିର୍ବାଚନ ତାରିଖ ଘୋଷଣା ସହ […]
କେନ୍ଦ୍ରାପଡ଼ା, ୧୪ା୩: କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ନୂତନ ଗୃହକୁ ଆଜି ଅପରାହ୍ନରେ କେନ୍ଦ୍ରାପଡା ବିଦାୟକ ଶଶିଭୂଷଣ ବେହେରା ଶିଳାନ୍ୟାସ କରିଅଛନ୍ତି । ଦୁହୁରିଆ ସ୍ଥିତ ଏକ ମହଲା ଗୃହ ଉପରେ ଆଉ ଏକ ମହଲା ଗୃହ ନିର୍ମାଣ ନିମନ୍ତେ ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ ୫-ଟି ସଚିବଙ୍କୁ ତାଙ୍କର କେନ୍ଦ୍ରାପଡା ଭ୍ରମଣ ସମୁୟରେ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦରଖାସ୍ତ ପ୍ରଦାନ କରାଯାଇଥିଲା । ବିଳମ୍ବରେ ହେଲେ ମଧ୍ୟ ଏହି ନୂତନ […]
ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ମଧ୍ୟରେ କଂଗ୍ରେସ ପ୍ରତିକ୍ରିୟା ଦେଇଛି । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା କହିଛନ୍ତି, କହିଲେ, ମେଣ୍ଟ ହେଲେ ରାଜ୍ୟରେ ପ୍ରକୃତ ବିରୋଧୀ କିଏ ଜଣାପଡ଼ିବ । ଆଗରୁ ବିଜେପି-ବିଜେଡି ଭିତିରିଆ ମେଂଟ କେବେଠାରୁ କରିସାରିଛନ୍ତି । ଯଦି ମେଣ୍ଟକୁ ନେଇ ଘୋଷଣା ନ ହୁଏ, ତେବେ ଉଭୟ ଦଳ ଅଘୋଷିତ ମେଣ୍ଟ ନେଇ ନିର୍ବାଚନ ଲଢ଼ିବେ । ଅଘୋଷିତ ମେଣ୍ଟ ହେଲେ ଉଭୟ ଦଳ ପରସ୍ପରକୁ […]
ଭୁବନେଶ୍ବର,୧୪।୩:ନବୀନ ନିବାସରେ ସରିଲା ବିଜେଡିର ଗରୁତ୍ୱପୂର୍ଣ୍ଣ ବୈଠକ । ବୈଠକ ପରେ ଗଣମାଧ୍ୟମ ସାମ୍ନାରେ ଉପସଭାପତି ଦେବୀ ମିଶ୍ର ପ୍ରତିକ୍ରିୟା ରଖି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ସହ ବରିଷ୍ଠ ନେତା ଏବଂ ବିଭିନ୍ନ ଜିଲାର ପର୍ଯ୍ୟବେକ୍ଷକଙ୍କ ଆଲୋଚନା ହୋଇଛି । ପର୍ଯ୍ୟବେକ୍ଷକମାନେ ସଭାପତି ନବୀନ ପଟ୍ଟନାୟକଙ୍କୁ ସେମାନଙ୍କର ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀୱାରି ରିପୋର୍ଟ ପ୍ରଦାନ କରିଥିଲେ । ଏଥିସହ ନିର୍ବାଚନ ପ୍ରସ୍ତୁତି, ରଣକୈଶଳ ନେଇ ଆଲୋଚନା ହୋଇଛି । ବୈଠକରେ […]
ରାଜ୍ୟ ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ମେଣ୍ଟ ହେବ ନା ନାହିଁ ତାହା ନେଇ ଏବେ ବି ସସପେନ୍ସ ଲାଗି ରହିଛି । ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ମେଣ୍ଟ ହେବ ନାହିଁ ବୋଲି ସିଧା ସିଧା ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ଓଡିଶାର ଅସ୍ମିତା ପାଇଁ ବିଜେପି ଏକାକୀ ନିର୍ବାଚନ ଲଢିବ । ତେବେ ମେଣ୍ଟ ହେବ ନାହିଁ ଓଡିଶା ରାଜନୀତିର ଭାଗ୍ୟ ଝୁଲୁଛି […]
କେନ୍ଦ୍ରାପଡ଼ା, ୧୩ା୩: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ଯୋଗେ କେନ୍ଦ୍ରାପଡ଼ା ଇଛାପୁର ସାମଗୁଡ଼ିଆ ନିକଟସ୍ଥ ନବନିର୍ମିତ ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମ୍ର ଶୁଭ ଉଦ୍ଘାଟନ କରିଛନ୍ତି । ଭବିଷ୍ୟତ ପାଇଁ ବଡ଼ଶକ୍ତିଭାବେ ଉଭା ହୋଇଥିବା ସଶକ୍ତ ଯୁବଶକ୍ତି ଗଠନ ପାଇଁ କ୍ରୀଡ଼ା ଭିତିଭଭୂମିର ବିକାଶ ଉପରେ ରାଜ୍ୟ ସରକାର ଅଗ୍ରାଧିକାର ଦେଉଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାର ୨୬ଗୋଟି ବହୁମୁଖୀ ଇନ୍ଡୋର୍ ଷ୍ଟାଡିୟମ୍ ଉଦ୍ଘାଟନୀ ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ […]










