କେନ୍ଦ୍ରାପଡ଼ା, ତା ୯/୪: ଭାରତର ନିର୍ବାଚନ କମିସନ୍ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଇଭିଏମ୍‌୍ ଓ ଭିଭିପାଟ୍‌ର ପ୍ରଥମ ପର୍ଯ୍ୟାୟ ରାଣ୍ଡମାଇଜେସନ୍ ପ୍ରକ୍ରିୟା ଗତ ସୋମବାରଠାରୁ ଆରମ୍ଭ ହୋଇଛି । ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଉପସ୍ଥିତିରେ ଏବଂ ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟ ଗରାପୁର କପାଳେଶ୍ୱର ମୌଜାସ୍ଥିତ ୱେୟାର୍ ହାଉସ୍‌ଠାରେ ସମ୍ପାଦନ ହେଉଛି । ପ୍ରତିଟି […]

କେନ୍ଦ୍ରାପଡ଼ା, ୯ା୪: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଞ୍ଚାୟତର ଗରାପୁରସ୍ଥିତ ମହାବୀର ଆଶ୍ରମ ହନୁମାନ ମନ୍ଦିରରେ ଆଜିଠାରୁ ନବଦିନ ବ୍ୟାପୀ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଶୁଭ ଜନ୍ମ ମହୋତ୍ସବ ଅପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଅବସରରେ ପ୍ରତ୍ୟେହ ସକାଳେ ଓ ଅପରାହ୍ନରେ ଶ୍ରୀରାମଚରିତ ମାନସ, ତୁଳସୀ ରାମାୟଣ ପାରାୟଣ ଓ ସନ୍ଧ୍ୟାରେ ବିଭିନ୍ନ ସାଧୁସନ୍ଥ ଏବଂ ବିଜ୍ଞ ପ୍ରବଚକମାନଙ୍କ ଦ୍ୱାରା ଶ୍ରୀରାମ କଥାମୃତ୍ତ ପ୍ରବଚନ କାର୍ଯ୍ୟକ୍ରମ […]

କେନ୍ଦ୍ରାପଡା ୯/୪: ସାମାଜିକ ସଂଗଠନ ‘ଜୟ ରାଷ୍ଟ୍ର’ ପକ୍ଷରୁ କେନ୍ଦ୍ରାପଡା ବଡବାରଙ୍ଗ ସ୍ଥିତ ମା ବାରଙ୍ଗେଇ ଠାକୁରାଣୀଙ୍କ ମନ୍ଦିରରେ ହିନ୍ଦୁ ନବବର୍ଷ ପାଳିତ ହୋଇଯାଇଛି । ଏହି ଅବସରରେ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା ଓ ହୋମ କରାଯଇଥିଲା । ଚୈତ୍ର ଶୁକ୍ଳ ପକ୍ଷ ପ୍ରତିପଦରେ ହିନ୍ଦୁ ନବବର୍ଷ ପାଳନ କରାଯିବା ସହ ଅନୁଷ୍ଠାନ ପକ୍ଷରୁ ବିଶ୍ୱ କଲ୍ୟାଣ ପାଇଁ ସମୂହ ପ୍ରାର୍ଥନା କରାଯାଇଥିଲା । ଏହି ପବିତ୍ର ତିଥିରେ ଭଗବାନ […]

କେନ୍ଦ୍ରାପଡ଼ା,୯ା୪: କପଡାରେ ଏକ ସ୍ୱତନ୍ତ୍ର କଳାକୃତି ପ୍ରସ୍ତୁତି କରି କେନ୍ଦ୍ରାପଡାମାଟିର ଝିଅ ବିଜୟଲକ୍ଷ୍ମୀ ପତ୍ରୀ ଇଣ୍ଡିଆଜ୍ ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇଛନ୍ତି । ସୁଶ୍ରୀ ପତ୍ରୀ ବିଚାରମମାନଙ୍କ ସମ୍ମୁଖରେ କପଡାରେ ୧.୪ସେଣ୍ଟିମିଟର ଆକୃତିର ଏକ ଆକର୍ଷଣୀୟ ଗୋଲାଫ ଫୁଲ ଓ ୧.୨ସେଣ୍ଟିମିଟର ଆକାରର ଏକ ପ୍ରଜାପତି ତିଆରି କରିଥିଲେ । ବିଚାରକମାନେ ଏହାକୁ ବିଶ୍ୱର କ୍ଷୁଦ୍ରତମ କଳାକୃତି ବୋଲି ସ୍ୱୀକୃତି ପ୍ରଦାନ କରାଯାଇଛି । ବିଜୟଲକ୍ଷ୍ମୀ ରାଜ୍ୟ ସରକାରଙ୍କ ଦ୍ୱାରା […]

କେନ୍ଦ୍ରାପଡ଼ା,୯ା୪: ଯୁବ ଭାରତ କୃଷକ ସଙ୍ଘ, କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ୧୪ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ସେହି ଦାବି ଗୁଡିକ ମଧ୍ୟରେ କୃଷକର ଜଳ ଜମି ଓ ଜମା ସଙ୍କଟ ଦୂର କରାଯିବା ସହ ସାମାଜିକ ସୁରକ୍ଷା ଏବଂ ସ୍ୱତନ୍ତ୍ର ଅର୍ଥନୈତିକ ବିଚାର, କୃଷକମାନଙ୍କୁ ୫୦ବର୍ଷରେ ଭତ୍ତା ପ୍ରଦାନ ଏବଂ କୃଷି ବୀମାର ସହଜ ସଅଳ ଉପଲବ୍ଧ, ନିଶୁଳ୍କ […]

କେନ୍ଦ୍ରାପଡ଼ା ଜିଲା ରାଜନଗର ନିର୍ବାଚନମଣ୍ଡଳୀରେ ସାଧାରଣ ନିର୍ବାଚନକୁ ନେଇ ପ୍ରାର୍ଥୀ ଘୋଷଣା କରିବାରେ ବିଜେଡି ଆଗୁଆ ରହିଥିବା ବେଳେ ଦଳୀୟ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ନିର୍ବାଚନ ଜିତିବାର ଆଶା ବୃଦ୍ଧି ପାଇଛି । ବିଜେଡି ଦଳ ପୁଣି ଧ୍ରୁବ ସାହୁଙ୍କୁ ପ୍ରାର୍ଥୀ କରିଥିବାରୁ ଶିବିରରେ ଉତ୍ସାହ ପରିଲକ୍ଷିତ ହୋଇ ବିଜେଡି କର୍ମୀମାନେ ଲୋକଙ୍କ ନିକଟକୁ ଯିବା ଆରମ୍ଭ କଲେଣି । ହେଲେ ବିଧାନସଭା ପ୍ରାର୍ଥୀ ଘୋଷଣା କ୍ଷେତ୍ରରେ ଭାଜପା […]

କେନ୍ଦ୍ରାପଡ଼ା ଜିଲାର ଦ୍ୱିତୀୟ ବୃହତମ ସହର ପଟ୍ଟାମୁଣ୍ଡାଇକୁ ୧୯୮୮ ରେ ରାଜ୍ୟ ସରକାର ଏନ୍‌ଏସି ଓ ପରେ ମ୍ୟୁନିସିପାଲିଟିର ମାନ୍ୟତା ପ୍ରଦାନ କରିଥିଲେ । ଇତିମଧ୍ୟରେ ଏହି ପୌରପରିଷଦକୁ ୩୫ବର୍ଷ ପୂରିଥିବା ବେଳେ ପୌରାଂଚଳକୁ ସୌନ୍ଦର୍ଯ୍ୟକରଣ ପାଇଁ କୋଟିକୋଟି ଟଙ୍କା ବ୍ୟୟ ଅଟଳଳ କରାଯାଇ ବିଭିନ୍ନ ଉନ୍ନତୀକରଣ କାର୍ଯ୍ୟ କରାଯାଉଛି । ହେଲେ ସରକାର ତଥା ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯାଉ ନଥିବାରୁ ସହରର ଥିବା ସୌନ୍ଦର୍ଯ୍ୟକରଣ ମାଟିରେ ଲୋଟିବାକୁ […]