୧୦ରେ ନାମାଙ୍କନ ଭରିବେ ବୈଜୟନ୍ତ ପଣ୍ଡା



କେନ୍ଦ୍ରାପଡ଼ା, ୯ା୫: ଆସନ୍ତା ୧୦ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବେ ବିଜେପିର କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । କେନ୍ଦ୍ରାପଡ଼ାରୁ ଦୁଇ ଦୁଇ ଥର ସାଂସଦ ହୋଇଥିବା ଶ୍ରୀ ପଣ୍ଡା ବର୍ତ୍ତମାନ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦାୟିତ୍ୱରେ ରହିବା ସହିତ ଉତ୍ତରପ୍ରଦେଶ, ଦିଲ୍ଲୀ ଓ ଆସାମ ଭଳି ରାଜ୍ୟର ପ୍ରଭାରୀ ଦାୟିତ୍ୱରେ ଅଛନ୍ତି । ଏଥି ସହିତ ବିଜେପିର ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚାର ପ୍ରଭାରୀ ଦାୟିତ୍ୱରେ ଅଛନ୍ତି । ଆଜି ସ୍ଥାନୀୟ ଗରାପୁର ସ୍ଥିତ ସ୍ୱୟଂସିଦ୍ଧା ମଣ୍ଡପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁନାକର ବେହେରା, ଜିଲ୍ଲା ଉପସଭାପତି ସଞ୍ଜୟ ରଥ, ଅଭିମନ୍ୟୁ ଗୋଛାୟତ, ଜିଲ୍ଲା ମିଡିଆ ସେଲ ପ୍ରମୁଖ ନେହେରୁ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଏ ବିଷୟରେ ସୂଚନା ଦେଇଛନ୍ତି । ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ ବୈଜୟନ୍ତ ପଣ୍ଡା ସାଂସଦ ଥିବା ସମୟରେ କେନ୍ଦ୍ରାପଡ଼ାକୁ ରେଳ ଚଳାଚଳ ସୁବିଧା ଆଣିବାରେ ପ୍ରମୁଖ ଭୂମିକା ନିର୍ବାହ କରିବା ସହିତ ଜିଲ୍ଲାର ପାନୀୟ ଜଳ ସମାଧାନ ପାଇଁ ଓଭର ହେଡ ପାଣି ଟାଙ୍କି ନିର୍ମାଣ, ଯୁବକ ମାନଙ୍କ କ୍ରୀଡାର ବିକାଶ ପାଇଁ ମିନି ଷ୍ଟାଡିୟମ୍ ଭଳି ଅନେକ ଦୃଷ୍ଟାନ୍ତମୂଳକ କାର୍ଯ୍ୟ ମାନ କରିଥିଲେ । ସଂସଦୀୟ କ୍ଷେତ୍ରର ବନ୍ୟା , ବାତ୍ୟା ଘରପୋଡି ଭଳି ପ୍ରାକୃତିକ ଦୈବୀ ଦୁର୍ବିପାକ ହେଉ କିମ୍ବା ଦୁର୍ଘଟଣାରେ ମୃତକଙ୍କ ପରିବାର ନିକଟରେ ପହଂଚି ସହାୟତାର ହାତ ବଢାଇଛନ୍ତି ଏବଂ କାର୍ଯ୍ୟ କରୁଥିବା ସମୟରେ ଦେଶ ତଥା ବିଦେଶରେ ଫସି ରହିଥିବା ଯୁବକ ମାନଙ୍କୁ ନିଜ ଜନ୍ମସ୍ଥାନକୁ ଫେରାଇ ଆଣିବାପାଇଁ ଜିଲ୍ଲା ବାସୀ ଶ୍ରୀ ପଣ୍ଡାଙ୍କ ସହାୟତା ଲୋଡ଼ିଥାନ୍ତି ବୋଲି କହିଥିଲେ ।


Next Post

ନାମାଙ୍କନପତ୍ର ଦାଖଲର ତୃତୀୟ ଦିବସ : ୪ ଜଣ ବିଧାନସଭା ଓ ଜଣେ ଲୋକସଭା ପାଇଁ ମନୋନୟନ ପତ୍ର ଦାଖଲ କରିଛନ୍ତି

Thu May 9 , 2024
କେନ୍ଦ୍ରାପଡା, ୯ା୫: ୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ନାମାଙ୍କନ ପତ୍ର ଦାଖଲର ତୃତୀୟ ଦିବସରେ ୫ଜଣ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିଛନ୍ତି । ସେମାନେ ହେଉଛନ୍ତି ୯୬-ପାଟକୁରା ବିଧାନସଭା କ୍ଷେତ୍ର ପାଇଁ ବିଏସ୍‌ପିର ଚିଦାନନ୍ଦ ପରିଡା, ୯୮-ଆଳି ବିଧାନସଭା କ୍ଷେତ୍ର ପାଇଁ ବିଏସ୍‌ପିର ପ୍ରଶାନ୍ତ କୁମାର ସେଠୀ, ୯୯-ରାଜନଗର ବିଧାନସଭା କ୍ଷେତ୍ର ପାଇଁ ସ୍ୱାଧୀନ ପ୍ର୍ରାର୍ଥୀ ଦିବ୍ୟରଞ୍ଜନ ସ୍ୱାଇଁ, ୧୦୦-ମହାକାଳପଡା ବିଧାନସଭା କ୍ଷେତ୍ର ପାଇଁ ବିଏସ୍‌ପିର ଅଧୀର ନାଥଶର୍ମା […]

KANIKA