ଦଳରେ ନାହିଁ, ମୋତେ କିଭଳି ବହିଷ୍କାର କରାଗଲା: ବିଜୟ


BBSR-18/5-ଦଳ ବିରୋଧୀ କାର୍ଯ୍ୟ ଓ ଦଳୀୟ ଅନୁଶାସନ ଭଙ୍ଗ ପାଇଁ ଭାଜପାରୁ ବରିଷ୍ଠ ନେତା ବିଜୟ ମହାପାତ୍ର, ଶାରଦା ପ୍ରଧାନ ଏବଂ ରାକେଶ ମଲ୍ଳିକଙ୍କୁ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶ କ୍ରମେ ଦଳରୁ ବହିଷ୍କୃତ କରାଯାଇଥିଲା । ଏହାକୁ ନେଇ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିବା ସହ ଭାଜପାକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ‘ମୁଁ ଦଳରେ ନାହିଁ, ହେଲେ ବହିଷ୍କାର କିପରି ମତେ କରାଗଲା । ଏଭଳି ନିଷ୍ପତି ଭାଜପାକୁ ଲୋକହସା ହେବା ଛଡା ଅଉକିଛି ନାହିଁ ।’ ୫ ବର୍ଷ ପରେ ଦଳ ବିରୋଧୀ କାମ କରିଛି ବୋଲି କିପରି ମନେ ପଡିଲା ବୋଲି ପ୍ରଶ୍ନ କରିଛନ୍ତି ବିଜୟ । ଦଳରେ କ’ଣ ଚାଲିଛି ସମସ୍ତେ ଜାଣନ୍ତି । ଦଳ ବିରୋଧୀ କାର୍ଯ୍ୟ ଯୋଗୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଗଲା ବୋଲି କୁହାଯାଇଛି ।


Discover more from

Subscribe now to keep reading and get access to the full archive.

Continue reading