ସ୍ୱାଧୀନ ସାଂସଦ ପ୍ରାର୍ଥୀ ପ୍ରତାପ ମହାନ୍ତିଙ୍କ ନିର୍ବାଚନ ପ୍ରଚାର



କେନ୍ଦ୍ରାପଡ଼ା ଜିଲ୍ଲାର ସୂଚନା ଅଧିକାର କର୍ମୀ ଚାଷୀ ନେତା ପ୍ରତାପ ଚନ୍ଦ୍ର ମହାନ୍ତି କେନ୍ଦ୍ରାପଡ଼ା ଲୋକସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମୈଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ତାଙ୍କ ପ୍ରାର୍ଥୀତ୍ୱକୁ ରାଜ୍ୟ ଜନଶକ୍ତି ପାର୍ଟି ସମର୍ଥନ ଜଣାଇଛି । ଶୁକ୍ରବାର ସ୍ୱାଧୀନ ସାଂସଦ ପ୍ରାର୍ଥୀ ମହାନ୍ତି ପଟ୍ଟାମୁଣ୍ଡାଇର ବିଭିନ୍ନ ଅଂଚଳ ବୁଲି ନିର୍ବାଚନ ପ୍ରଚାର କରିବା ସହିତ ଜନ ସମର୍ଥନ ଭିକ୍ଷା କରିଥିଲେ । ତାଙ୍କ ସହିତ ରାଜ୍ୟ ଜନଶକ୍ତି ପାର୍ଟି ସଭାପତି ଆଡ଼ଭୋକେଟ ପ୍ରଦୀପ ଦାଶ, ରଞ୍ଜନ ରାଉତ, ଅମିତାଭ ଚାନ୍ଦ, ଚନ୍ଦ୍ରଶେଖର ରାଉତ, ପ୍ରଫୁଲ୍ଲ ସାହୁ, ସୋମନାଥ ବାରିକ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରଶାନ୍ତ ବେହେରା, ସୁଶାନ୍ତ ମଲିକ ପ୍ରମୁଖ ବିଭିନ୍ନ ଅଂଚଳ ବୁଲି ନିର୍ବାଚନ ପ୍ରଚାର କରିବା ସହିତ ଜନସମର୍ଥନ ଭିକ୍ଷା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading