ରାଜନଗର ଭାଜପା ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ



କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାଟୀ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ହୋଇଛି । ଭାଜପା ନିର୍ବାଚନୀ ପ୍ରଚାର କ୍ୟାସେଟରେ ବିରୋଧୀ ପାର୍ଥୀଙ୍କ ନାମରେ ମିଥ୍ୟା ଅପପ୍ରଚାର କରିବା ସହ ନିର୍ବାଚନ କମିଶନରଙ୍କ ଆଦର୍ଶ ଆଚରଣ ବିଧି ଗାଇଡଲାଇନକୁ ଉଲଂଘନ କରି ନିଜର ବ୍ୟକ୍ତିଗତ ବିଧିରେ ପରିଣତ କରି ପ୍ରଚାର ଓ ରାଲି କରୁଛନ୍ତି । ଏଥି ନେଇ ରାଜନଗର ନିର୍ବାଚନ ମଣ୍ଡଳୀ ବିଜେଡି ଆଇନ ପରାମର୍ଶ ଦାତା ତଥା ପର୍ଯ୍ୟବେକ୍ଷକ ଆଡଭୋକେଟ ଶୁଶିଳ ଦାଶ, ଭୀମସେନ ପ୍ରଧାନ, କ୍ଷୀରୋଦ ପ୍ରଧାନ,ସୌମ୍ୟରଞନ ଧଳ, ସୁବ୍ରତ ରଥ, ରାଜେନ୍ଦ୍ର ମିଶ୍ର, ରଞନ ଦାଶ ସମେତ ବହୁ ଆଇନଜୀବୀ ଭାଜପାର ଏଭଳି ବେଆଇନ କାର୍ଯ୍ୟକଳାପକୁ ନିନ୍ଦା କରି କେନ୍ଦ୍ରାପଡା ନିର୍ବାଚନ ଅଧିକାରୀଙ୍କ ଦୃଷ୍ଠି ଆକର୍ଷଣ କରବା ସହିତ ଭଜପା ନେତାମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading