କେନ୍ଦ୍ରାପଡ଼ାରେ ଏମ୍‌ପିରେ ଭାଜପା, ବିଧାନସଭାରେ ବିଜେଡି ଆଗୁଆ


କେନ୍ଦ୍ରାପଡ଼ା,/୨୦୨୪ ସାଧାରଣ ନିର୍ବାଚନ ଫଳ ପାଇଁ ଭୋଟ୍‌ ଗଣତି ଚାଲିଛି। ମଙ୍ଗଳବାର ସକାଳ ୮ଟାରୁ କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟଠାରେ ଆରମ୍ଭ ହୋଇଥିବା ଏହି ଗଣତିରେ ଜିଲ୍ଲାର ଏମ୍‌ପି ଆସନରେ ଭାଜପା ଓ ବିଧାନସଭାରେ ବିଜେଡି ପ୍ରାର୍ଥୀମାନେ ଆଗୁଆ ଅଛନ୍ତି। ଷଷ୍ଟପର୍ଯ୍ୟାୟ ଭୋଟ୍‌ ଗଣତି ପରେ ବିଜେଡି ଲୋକ ସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି ୧୫ ହଜାର ୫୫୭ ଖଣ୍ଡ ଭୋଟ୍‌ ପାଇଛନ୍ତି। ଭାଜପା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ୨୦ ହଜାର ୪୫୯ ଖଣ୍ଡ ଭୋଟ୍‌ ପାଇଛନ୍ତି।

ଜିଲାର କେନ୍ଦ୍ରାପଡ଼ା ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ଗଣେଶ୍ୱର ବେହେରା ୩୮୯୪ଖଣ୍ଡ ଭୋଟ୍‌ ପାଇଛନ୍ତି। ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ଗୀତାଞ୍ଜଳି ସେଠୀ ୨୦୨୭ ଖଣ୍ଡ ଭୋଟ୍‌ ପାଇଛନ୍ତି। ପାଟକୁରା ଆସନରେ ବିଜେଡି ପ୍ରାର୍ଥୀ ଅରବିନ୍ଦ ମହାପାତ୍ର ୫୮୫୪ ଖଣ୍ଡ ଭୋଟ୍‌ ପାଇଛନ୍ତି। ନିକଟତମ ପ୍ରତିଦ୍ବନ୍ଦ୍ୱୀ ଭାଜପା ପ୍ରାର୍ଥୀ ତେଜେଶ୍ୱର ପରିଡ଼ା ୫୨୯୦ଖଣ୍ଡ ଭୋଟ୍‌ ପାଇଛନ୍ତି। ଆଳି ଆସନରେ ବିଜେଡି ପ୍ରାର୍ଥୀ ପ୍ରତାପ କେଶରୀ ଦେବ ୨୫୧୮ଖଣ୍ଡ ଭୋଟ୍‌ ପାଇଛନ୍ତି। ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା ୧୭୮୪ ଖଣ୍ଡ ଭୋଟ୍‌ ପାଇଛନ୍ତି।


Next Post

କେନ୍ଦ୍ରାପଡ଼ା ଲୋକ ସଭା ଆସନରେ ଭାଜପା ଆଗରେ

Tue Jun 4 , 2024
କେନ୍ଦ୍ରାପଡ଼ା,୪/୬- ସାଧାରଣ ନିର୍ବାଚନ ଫଳ ପାଇଁ ଭୋଟ୍‌ ଗଣତି ଚାଲିଛି। ମଙ୍ଗଳବାର ସକାଳ ୮ଟାରୁ କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟଠାରେ ଆରମ୍ଭ ହୋଇଥିବା ଏହି ଗଣତିରେ ଜିଲ୍ଲାର ଏମ୍‌ପି ଆସନରେ ଭାଜପା ଓ ବିଧାନସଭାରେ ବିଜେଡି ପ୍ରାର୍ଥୀମାନେ ଆଗୁଆ ଅଛନ୍ତି।  ତେବେ ଦ୍ୱାଦଶ ରାଉଣ୍ଡ ଗଣତି ସୁଦ୍ଧା ଭାଜପା ଲୋକ ସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ୩୦,୪୫୧ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ଅଂଶୁମାନ ମହାନ୍ତି ୨୬୯୫୮ ଖଣ୍ଡ […]

You May Like