ଏମ ଏନ ହାଇସ୍କୁଲ ୧୯୭୮ ବ୍ୟାଚ ବନ୍ଧୁମିଳନ , ଶିକ୍ଷାନୁଷ୍ଠାନ ବିକାଶ ପାଇଁ ଶପଥ



ପଟ୍ଟାମୁଣ୍ଡାଇ ତା ୧୭/୬-ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଏମ ଏନ ହାଇସ୍କୁଲର ୧୯୭୮ମାଟ୍ରିକ ବ୍ୟାଚ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।  ପ୍ରାକ୍ତନ ଅଧ୍ୟାପକ ବିରଜାନନ୍ଦ ମହାନ୍ତିଙ୍କ ପୌରହିତ୍ୟରେ ଆୟୋଜିତ ଗୁରୁ ପୂଜନ ଓ ବନ୍ଧୁମିଳନ ଉତ୍ସବରେ ପୁରାତନ ଶିକ୍ଷକ ଖଗେଶ୍ୱର ପରିଡା, ପରୀକ୍ଷିତ ରାୟ,କୃଷ୍ଣ ଚନ୍ଦ୍ର ପଣ୍ଡା ଓ ଗୋପାଳ ଚନ୍ଦ୍ର ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏମ ଏନ ହାଇସ୍କୁଲର ଗୌରବମୟ ମହାନ ପରମ୍ପରା ଉପରେ ଆଲୋକପାତ କରି ଏହି ଶିକ୍ଷାନୁଷ୍ଠାନର ବିକାଶ ପାଇଁ ସମସ୍ତ ପୁରାତନ ଛାତ୍ରଛାତ୍ରୀ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ ।  ପୁରାତନ ଛାତ୍ର ପ୍ରମୋଦ ସାହୁ, ସନ୍ତୋଷ ରାଉତ ଶରତ ସାମଲ, ସୁଧାଂଶୁ ଜେନା,ଅସିତ ପ୍ରସାଦ ସିଂହ,ବଳଭଦ୍ର ରାଉତ, ପ୍ରଶାନ୍ତ ଦାଶ, ଜ୍ୟୋସ୍ନା ରାୟ,ପଦ୍ମିନୀ ପଣ୍ଡା,ରବୀନ୍ଦ୍ର ପାଠୀ, ଧୀରେନ୍ଦ୍ର ମଲିକ, ଶରତ ମିଶ୍ର, ଧୀରେନ୍ଦ୍ର ବାରିକ,ରାଜକିଶୋର ସାହୁ, ସନ୍ତୋଷ ଦାଶ,ନରେନ୍ଦ୍ର ବଳ, ଅନନ୍ତ ତ୍ରିପାଠୀ,ଗୟାଧର ବେହେରା ପ୍ରମୁଖ ସ୍କୁଲ ଜୀବନର ସ୍ମୃତି ଚାରଣ କରିବା ସହିତ ଏହି ମହାନ ଶିକ୍ଷାନୁଷ୍ଠାନ ବିକାଶ ପାଇଁ ଶପଥ ନେଇଥିଲେ ।  ପ୍ରମୋଦ ସାହୁ ବିବରଣୀ ପାଠ କରିଥିଲେ ।  ଏଇ ଅବସରରେ ଶିକ୍ଷା ଗୁରୁ ମାନଙ୍କୁ ପୂଜନ କରାଯିବା ସହିତ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ ଓ ସମ୍ମାନିତ କରାଯାଇଥିଲା । ଶେଷରେ ସନ୍ତୋଷ ରାଉତ ଧନ୍ୟବାଦ ଦେଇଥିଲେ ।  ଏହି କାର୍ଯ୍ୟକ୍ରମକୁ ଧୀରେନ୍ଦ୍ର ମଲିକ, ରବୀନ୍ଦ୍ର ପାଠୀ,ଶରତ ମିଶ୍ର ରାଜକିଶୋର ସାହୁ , ଧୀରେନ୍ଦ୍ର ବାରିକ, ସନ୍ତୋଷ ଦାଶ, ଅନନ୍ତ ତ୍ରିପାଠୀ, ନରେନ୍ଦ୍ର ବଳ ଓ ଗୟାଧର ବେହେରା ପରିଚାଳନା କରିଥିଲେ ।  ଏଥିରେ ଏମ ଏନ ହାଇସ୍କୁଲ ୧୯୭୮ ମାଟ୍ରିକ ବ୍ୟାଚର ଅଧିକାଂଶ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।


Next Post

ଉଠାଦୋକାନ ଗହଳି ଯୋଗୁ ଉପୁଜୁଛି ଟ୍ରାଫିକ ସମସ୍ୟା

Tue Jun 18 , 2024
ଭେଣ୍ଡିଂ ଜୋନ୍ ଖତ ଖାଉଛି, ରାସ୍ତାକଡ ଫୁଟ୍‌ପାଥ୍‌ରେ ବେପାରୀ ଦିଆଯାଉନି ଭେଣ୍ଡିଂ ଜୋନ୍‌ କେନ୍ଦ୍ରାପଡ଼ା ଜିଲ୍ଲାର ଦ୍ୱିତୀୟ ବୃହତମ ସହର ତଥା ଓଡିଶାର ପ୍ରସିଦ୍ଧ ବାଣିଜ୍ୟ ପେଣ୍ଠ ପଟ୍ଟାମୁଣ୍ଡାଇ ସହରରୁ ଟ୍ରାଫିକ ସମସ୍ୟା ଦୂର କରିବା ନିମନ୍ତେ ରାସ୍ତାକଡ଼ ଓ ଫୁଟପାଥ୍ ବ୍ୟବସାୟୀଙ୍କୁ କିଭଳି ଥଇଥାନ କରିହେବ ସେ ନେଇ ବିଭିନ୍ନ ସ୍ଥାନରେ ପୌରପ୍ରଶାସନ ପକ୍ଷରୁ ଭେଣ୍ଡିଂ ଜୋନ କରାଯାଇଥିଲା । ତେବେ ଭେଣ୍ଡିଂ ଜୋନ୍ ନିର୍ମାଣ କରାଯାଇଥିଲେ ମଧ୍ୟ […]

KANIKA