କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ପୋଖରୀଆପଡା ପତିତପାବନ ମନ୍ଦିରରେ ପବିତ୍ର ସ୍ନାନ ପୂର୍ଣ୍ଣିମା ମହାସମାରୋହରେ ସମସ୍ତ ରୀତିନୀତି ଅନୁଯାୟୀ ପାଳିତ ହୋଇଯାଇଛି । ମନ୍ଦିର ପରିଚାଳନା କମିଟି ସଭାପତି ପୂର୍ଣ୍ଣ ଚନ୍ଦ୍ର ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୂଜକମାନେ ପ୍ରଭୁ ଶ୍ରୀ ଜଗନ୍ନାଥ, ବଲଭଦ୍ର ଓ ମା ସୁଭଦ୍ରାଙ୍କ ପୂଜାର୍ଚନା ନୀତିକ୍ରାନ୍ତି ଯଥାବିଧି ସଂପନ୍ନ କରିଥିଲେ । ସକାଳ ୯.୧୫ ମିନିଟରେ ଠାକୁରଙ୍କ ପହଣ୍ଡି ବିଜେ ୧୦.୩୦ ମିନିଟରେ ୧୦୮ […]

କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଚଉଦକୁଲାଟ ପାଣ୍ଡି ଅଧିନ ଗାଙ୍ଗପଡ଼ା ପଞ୍ଚାୟତ ସମିତିସଭ୍ୟା ସନ୍ଧ୍ୟାରାଣୀ ସେଠୀଙ୍କର ୩୫ବର୍ଷ ବୟସରେ ଆଜି ବିୟୋଗ ହୋଇଯାଇଛି । ଗତ ୪ ଦିନ ତଳେ ହଠାତ ତାଙ୍କ ଶରୀର ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଓ ପରେ ଗୁରୁତର ହୋଇପଡିବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ […]

କେନ୍ଦ୍ରାପଡ଼ା, ୨୨ା୬: ଦିବ୍ୟଜୀବନ ସଙ୍ଘ କେନ୍ଦ୍ରାପଡା ଶାଖା ଆନୁକୂଲ୍ୟରେ କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟ ଓ ନେହେରୁ ଯୁବକେନ୍ଦ୍ରର ମିଳିତ ସହଯୋଗରେ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବିଶ୍ୱ ଯୋଗଦିବସ ଅବସରରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଟିତ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଯୋଗଦିବସର ମହତ୍ୱ ଓ […]

କେନ୍ଦ୍ରାପଡା ୨୨.୬ – ଜିଲ୍ଲାର ଏକମାତ୍ର ଗୋଷ୍ଠୀ ବେତାର କେନ୍ଦ୍ର ବାରୁଅ ସ୍ଥିତ ରେଡିଓ ଭାବଗ୍ରାହୀ ଏବଂ ଭାବଗ୍ରାହୀ କଳା ନିକେତନର ମିଳିତ ଆନୁକୂଲ୍ୟରେ ଚିର ସବୁଜ ଅକ୍ଷୟ ମହାନ୍ତି କକ୍ଷରେ ବିଶ୍ୱ ଯୋଗ ଓ ସଙ୍ଗୀତ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । କଳା ନିକେତନ ତଥା ରେଡିଓ ଭାବଗ୍ରାହୀର ପ୍ରାଣ ପ୍ରତିଷ୍ଠାତା ବିଶିଷ୍ଠ ସଂଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡାଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ […]

କେନ୍ଦ୍ରାପଡା ୨୨/୬- କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସୌଜନ୍ୟରୁ ବାରୋ ସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଆନୁକୂଲ୍ୟରେ ସି.ଏଚ୍‌.ଓ କୃଷ୍ନାନନ୍ଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତୀୟ ଯୋଗ ଦିବସ ଯଥାବିଧି ପାଳିତ ହୋଇଯାଇଛି । ବାରୋ ସରପଂଚ ଗୋପୀନାଥ ମଲିକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ । ମୁଖ୍ୟ ବକ୍ତା ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ବିକାଶ ପଟ୍ଟନାୟକ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଯୋଗର […]

କେନ୍ଦ୍ରାପଡା,୨୨/୬: ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ କେନ୍ଦ୍ରାପଡା ସହର ଉପକଣ୍ଠ ଗରାପୁର ମା’ ଦକ୍ଷିଣକାଳୀ ମନ୍ଦିର ପରିସରରେ ଏକ ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ଜୁନ ୨୧ ତାରିଖ ଦିନ ଧାନ୍ୟାଧିବାସ ଓ ଅଙ୍କୁରାରୋପଣ କରାଯିବା ପରେ ୨୨ ତାରିଖ ପ୍ରାତଃରେ କଳସ ଯାତ୍ରା, ସୂର୍ଯ୍ୟପୂଜା, ଗୁରୁପୂଜା, ଗୋପୂଜା, ଚତୁର୍ଦ୍ଧାମୂର୍ତ୍ତି ପୂଜା, ମନ୍ଦିର ପ୍ରତିଷ୍ଠା, ଯଜ୍ଞ, ପୂର୍ଣ୍ଣାହୁତି କରାଯାଇଥିଲା । […]

କେନ୍ଦ୍ରାପଡା, ୨୧ା୬: ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌. ଏସ୍ . ପି )ବାବଦରେ କୃଷକମାନଙ୍କୁ ଏଥର ମଧ୍ୟ ପ୍ରତାରଣା କଲା କେନ୍ଦ୍ରର ମୋଦୀ ସରକାର । ଚାଷର ପ୍ରକୃତ ଖର୍ଚ୍ଚକୁ ଆଢୁଆଳରେ ରଖି ଗତ ବୁଧବାର (୧୯-୦୬-୨୦୨୪) ଦିନ କେନ୍ଦ୍ର ସରକାର ଧାନ ସହ ୧୪ ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌.ଏସ୍‌.ପି) ଘୋଷଣା କଲେ । କେନ୍ଦ୍ରୀୟ ମନ୍ତ୍ରୀସଭାର ବୈଠକ ପରେ ଜଣାଇ ଦିଆଗଲା […]

ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଦେୱାନୀ ଅଦାଲତ ପରିସରରେ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି । ତାଲୁକ ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ତଥା ସିନିଅର ସିଭିଲ ଜର୍ଜ ସୁଶ୍ରୀ ସଂଗୀତା ମଲ୍ଲିକ , ଜେଏମଏଫସି ତଥା ସିଭିଲ ଜର୍ଜ ସମୀକ୍ଷା ମହାନ୍ତି ଓ ମୋନାଲିସା ପ୍ରଧାନ ଏହି ଦିବସରେ ସାମିଲ ହୋଇ ଯୋଗ କରିଛନ୍ତି । ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ସୁସ୍ଥତା ପାଇଁ […]

କେନ୍ଦ୍ରାପଡା, ୨୧ା୬: କେନ୍ଦ୍ରାପଡ଼ାର ଆରାଧ୍ୟ ପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ସ୍ନାନ ପୂର୍ଣ୍ଣିମା ନିମନ୍ତେ ବଳଦେବଜୀଉ ମନ୍ଦିର ପରିଚାଳନା ଟ୍ରଷ୍ଟ ପକ୍ଷରୁ ନୀତିକାନ୍ତି ନିର୍ଘଣ୍ଟ ସ୍ଥିର କରାଯାଇଛି । ଶନିବାର ସକାଳ ୬ଟାରୁ ୭ଟା ଭିତରେ ବଳଭଦ୍ର, ସାନ ଭାଇ ଜଗନ୍ନାଥ ଓ ମା’ ସୁଭଦ୍ରାଙ୍କୁ ସ୍ନାନ ମଣ୍ଡପକୁ ବିଜେ କରାଯିବ । ସକାଳ ୭ଟା ୩୦ରେ ସ୍ନାନ ମଣ୍ଡପରେ ଜୟ ମଙ୍ଗଳା ଆଳତୀ ପୂର୍ବାହ୍ନ ୧୦ଟାରେ ସ୍ନାନ […]

କେନ୍ଦ୍ରାପଡା, ୨୧ା୬: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି । ଏଥିରେ +୩ କଳା ବିଭାଗର ଭୂଗୋଳ ସମ୍ମାନ ଛାତ୍ରୀ ଅଂଶୁମାନୀ ସାହୁ କଲେଜ ଟପ୍ପର ହୋଇଥିବା ଜଣାପଡିଛି । ସେହିପରି ବାଣିଜ୍ୟ ସମ୍ମାନ ଛାତ୍ର ବିଜୟ କୁମାର ସାହୁ ବାଣିଜ୍ୟ ବିଭାଗରେ ଟପ୍ପର ହୋଇଥିବା ବେଳେ ପଦାର୍ଥ ବିଜ୍ଞାନ ସମ୍ମାନ ଛାତ୍ରୀ ଅର୍ପିତା ପ୍ରିୟଦର୍ଶିନୀ ବିଶ୍ୱାଳ ବିଜ୍ଞାନ ବିଭାଗର ଟପ୍ପର ହୋଇଛନ୍ତି […]

କେନ୍ଦ୍ରାପଡ଼ା,୨୧ା୬:କେନ୍ଦ୍ରାପଡ଼ା କପାଳେଶ୍ୱର ଗ୍ରାମର କ୍ଷେତ୍ରବାସୀ ଜେନା ଇଣ୍ଡସଇଣ୍ଡ ବ୍ୟାଙ୍କ ଠାରୁ ଋଣ ଆକାରରେ ଏକ ଟ୍ରକ କିଣିଥିଲେ । ଇଣ୍ଡସଇଣ୍ଡ ବ୍ୟାଙ୍କ ଋଣ ପୈଠ ବାବଦରେ ମାନସିକ ନିର୍ଯାତନା ଦେବା ଓ ଋଣ ନ ଥାଇ ଟ୍ରକକୁ ଟାଣିନେବା ଉଦ୍ୟମ କରାଯାଇଥିଲା । ଏହି ମାମଲାର ବିଚାର କରି କେନ୍ଦ୍ରାପଡ଼ା ଖାଉଟି ଅଦାଲତ ଇଣ୍ଡସଇଣ୍ଡ ବ୍ୟାଙ୍କକୁ ୧ ଲକ୍ଷ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି । […]

  କେନ୍ଦ୍ରାପଡା,୨୧/୬: ପତଞ୍ଜଳୀ ଯୋଗପୀଠ ତତ୍ତ୍ୱାବଧାନରେ କେନ୍ଦ୍ରାପଡା ଜିଲ୍ଲା ପତଞ୍ଜଳୀ ଯୋଗ ସମିତି ତରଫରୁ ଆୟୋଜିତ ଯୋଗାଭ୍ୟାସ କାର୍ଯ୍ୟକ୍ରମ କେନ୍ଦ୍ରାପଡାସ୍ଥିତ ତିନିମୁହାଣୀ ରାମ ମନ୍ଦିର ପରିସରରେ ସମାଜସେବୀ ଗୋଲଖ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଆଜି ସକାଳ ୫ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଓ ଯୋଗପ୍ରେମୀ ଯୋଗାଭ୍ୟାସ କରିଥିଲେ । ପତଞ୍ଜଳୀ ଯୋଗ ସମିତିର କାର୍ଯ୍ୟକର୍ତ୍ତା ଯୋଗଗୁରୁ […]

ପଟ୍ଟାମୁଣ୍ଡାଇ ୨୧/୬ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଥିବା ରାଜନଗର ବିଧାୟକ ଧ୍ରୁବ ସାହୁ ଶପଥ ଗ୍ରହଣ ପରେ ପରେ ଆକ୍ସନ ମୋଡ଼ରେ ଆସିଯାଇଛନ୍ତି । ଜନସାଧାରଣଙ୍କ ମୌଳିକ ସମସ୍ୟା ସମାଧାନ ଓ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ନିଜର ସମସ୍ତ ଶକ୍ତି ଖଟାଇଛନ୍ତି । ଆଜି ବିଧାୟକ ସାହୁ ପଟ୍ଟାମୁଣ୍ଡାଇ ପୌର ପରିଷଦ କାର୍ଯ୍ୟାଳୟରେ ପହଂଚି ପୌରାଂଚଳର ବିଭିନ୍ନ ସମସ୍ୟା ସମାଧାନ ଓ ଅସମ୍ପୂର୍ଣ୍ଣ ରହିଥିବା ବିଭିନ୍ନ ପ୍ରକଳ୍ପର […]

ଭୁବନେଶ୍ୱର,୨୧।୬: ରାଜଧାନୀ ଭୁବନେଶ୍ୱର ତମାଣ୍ଡୋ ଥାନା ଅନ୍ତର୍ଗତ ଏକ ଇଞ୍ଜିନିୟରିଂ କଲେଜ ନିକଟରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଆଜି ସକାଳେ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଜଣେ ଯୁବକ ପଡିଥିବାର ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରି ଡାକ୍ତରଖାନରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।  ମୃତକଙ୍କ ନାଁ ସୁଶାନ୍ତ ଶତପଥୀ ବୋଲି ସୂଚନା ରହିଛି।

କେନ୍ଦ୍ରାପଡ଼ା, ୨୦ା୬: ରାଜ୍ୟର ଏକ ପ୍ରମୁଖ ସ୍ୱେଛାସେବୀ ଅନୁଷ୍ଠାନ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ବିଭିନ୍ନ ସାମାଜିକ କାର୍ଯ୍ୟରେ ଜଡିତ ଥାଏ । ଏହି କ୍ରମରେ କେନ୍ଦ୍ରାପଡା ଜିଲ୍ଲା ମାଟ୍ରିକ ଟପ୍ପର ହୋଇଥିବା ତଥା ଜିଲ୍ଲାରେ ସର୍ବୋଚ ନମ୍ବର ରଖିଥିବା ରାଜକନିକା ଆର.ଏନ.ହାଇସ୍କୁଲର ଛାତ୍ରୀ ସୁଶ୍ରୀ ଅନନ୍ୟା ବାରିକଙ୍କୁ ଆଜି ଓଳାଭର ଠାରେ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ସୁଶ୍ରୀ ବାରକଙ୍କୁ ଶାଲ, ପୁଷ୍ପଗୁଛ, […]

କେନ୍ଦ୍ରାପଡ଼ା, ୨୦ା୬: କେନ୍ଦ୍ରାପଡା ଜିଲ୍ଲାର ଆଳି ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିନ ମହୁ ବଜାରଦାଣ୍ଡି ଅଙ୍ଗନୱାଡିକେନ୍ଦ୍ରରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟ କେନ୍ଦ୍ରାପଡା ଉପଜିଲ୍ଲାପାଳଙ୍କ ନିକଟରେ ଆଜି ଅଭିଯୋଗ କରିଛନ୍ତି । ସେହି ଅଭିଯୋଗ ଅନୁଯାୟୀ ସେହି ଅଙ୍ଗନୱାଡିକେନ୍ଦ୍ର ନିମନ୍ତେ ଔଷଧ କିଣାଯାଇଥିବା ନେଇ ମିଥ୍ୟା ବିଲ୍ ପ୍ରସ୍ତୁତ, ପ୍ଲେସ୍କୁଲ ପାଇଁ କିଟ୍ କିଣାଯାଇଥିବା ନେଇ ମିଥ୍ୟାବିଲ୍ ପ୍ରସ୍ତୁତ, ଗାଁ କଲ୍ୟାଣ ଯୋଜନାରେ ମଞ୍ଜୁର […]

ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ସଚେତନତା ସଭା ପଟ୍ଟାମୁଣ୍ଡାଇ ୨୦/୬ -ତାଲୁକ ଆଇନ ସେବା ସମିତି ତରଫରୁ ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟ ପରିସରରେ ସମ୍ବିଧାନର ବିଭିନ୍ନ ଧାରା, ମୌଳିକ କର୍ତବ୍ୟ ଓ ଅଧିକାର ସଂପର୍କିତ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଛି । ତାଲୁକ ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ତଥା ସିନିଅର ସିଭିଲ ଜର୍ଜ ସୁଶ୍ରୀ ସଂଗୀତା ମଲ୍ଲିକଙ୍କ ଅଧ୍ୟକ୍ଷତା କରି କହିଥିଲେ ଯେ, ମୌଳିକ […]

ପଟ୍ଟାମୁଣ୍ଡାଇ ୨୦/୬ ରାଜନୈତିକ ପକ୍ଷପାତିତା ହସ୍ତକ୍ଷେପ, ଚାପ ଆଦିକୁ ନ ଦେଖି ରାଜ୍ୟ କେନ୍ଦ୍ର ସରକାରଙ୍କ ବିକାଶମୂଳକ କାର୍ଯ୍ୟ ସଠିକ ଢଙ୍ଗରେ କରିବାକୁ ଗୁରୁବାର ଭାଜପା କେନ୍ଦ୍ରାପଡା ବିଧାୟୀକା ପାର୍ଥୀନୀ ଗିତାଞଳ ସେଠୀଙ୍କ ସହ ଏକ ପ୍ରତିନିଧି ଦଳ ପଟ୍ଟାମୁଣ୍ଡାଇ ବ୍ଲକ ବିଡିଓ ସୁଭ୍ରାଂଶୁ ସାହୁଙ୍କୁ ଭେଟି ପକ୍ଷପାତପୂର୍ଣ୍ଣ କାର୍ଯ୍ୟରୁ ନିବୃତ ରହି ଉନ୍ନୟନ ମୂଳକ କାର୍ଯ୍ୟକରିବାକୁ ଆଲୋଚନା କରିଥିଲେ । ଏହି ପ୍ରତିନିଧି ଦଳରେ ସୁନାକର ପ୍ରଧାନ, ସୁକାନ୍ତ […]

କେନ୍ଦ୍ରାପଡା,୨୦/୬: କେନ୍ଦ୍ରାପଡ଼ା ଜିଲ୍ଲାସ୍ଥିତ ବଳଦେବ ଉଚ୍ଚ ବିଦ୍ୟାଳୟ ୧୯୯୮ ବ୍ୟାଚ୍‌ର ବନ୍ଧୁମିଳନ କାର୍ଯ୍ୟକ୍ରମ ବହୁ ଆଡମ୍ବର ସହ ବଡ ମଙ୍ଗଳା ସ୍ଥିତ ଏକ ମଣ୍ଡପରେ ପାଳନ କରାଯାଇଛି । ସେଥିରେ ସମସ୍ତ ପୂର୍ବତନ ଶିକ୍ଷକବୃନ୍ଦ ନରହରି ସାର, ପୁରୁଷୋତ୍ତମ ସାର୍‌, ବନମାଳୀ ସାର୍‌, ପ୍ରତାପ ସାର୍‌, ହରେକୃଷ୍ଣ ସାର୍‌, ଚିରରଞ୍ଜନ ସାର୍‌ମାନଙ୍କ ସହିତ ସ୍ୱର୍ଗତଃ ରାଧାକୃଷ୍ଣ ସାର, ରଞ୍ଜନ ସାର୍‌, ଦେବ ସାର୍‌, ନିରାକାର ସାର୍ ଓ ଅନ୍ତ ସାର୍‌ଙ୍କ […]

ପଟ୍ଟାମୁଣ୍ଡାଇ ତା ୧୯/୬-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡମୂଳବସନ୍ତ ନସିପୁରସ୍ଥିତ ଗୋପାଳ ଦାଶ ସ୍ମାରକୀ ଭବନରେ ରଜ ମଉଜ ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।  ଅନୁଷ୍ଠାନର ପ୍ରତିଷ୍ଠାତା ନିର୍ଦେଶକ ଗୁରୁ ସୁଶାନ୍ତ ପାଣିଙ୍କ ପୌରହିତ୍ୟରେ ଆୟୋଜିତ ରଜ ମଉଜ କାର୍ଯ୍ୟକ୍ରମକୁ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଉଦଘାଟନ କରିଥିଲେ।  ଗୀତ ବାଦ୍ୟ ନୃତ୍ୟ ନାଟ୍ୟ ଚିତ୍ର ସମ୍ବଳିତ ପଞ୍ଚକଳାର ମହାନ ଅନୁଷ୍ଠାନ ଗୋପାଳ ଦାଶ ସ୍ମାରକୀ କଳା ମନ୍ଦିର ଗଡ଼ମେକରର ରଙ୍ଗାରଙ୍ଗ […]

ପଟ୍ଟାମୁଣ୍ଡାଇ ୧୯/୬-ରାଜ୍ୟ ବିପର୍ଯୟ ପ୍ରଶମନ କତୃପକ୍ଷଙ୍କ ନିର୍ଦେଶ କ୍ରମେ ପଟ୍ଟାମୁଣ୍ଡାଇ ବ୍ଲକ ସ୍ତରୀୟ ବିପର୍ଯୟ ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଓ ମକ ଡ୍ରିଲ ୧୦ଟି ବନ୍ୟା ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନ୍ୱେଷଣ ସମ୍ପାଦକ ଅନନ୍ତ କରଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ପଟ୍ଟାମୁଣ୍ଡାଇ ବିଡ଼ିଓ ଶୁଭ୍ରାଂଶୁ ସାହୁ ଯୋଗ ଦେଇ ବିପର୍ଯୟ ପରିଚାଳନାର ବିଭିନ୍ନ ଦିଗ ଓ କୌଶଳ ଉପରେ ଆଲୋକପାତ କରିଥିଲେ । ସିଂହଗାଁ […]

କେନ୍ଦ୍ରାପଡା, ୧୯/୬: ମଙ୍ଗଳବାର ଦିନ ଆମ କେନ୍ଦ୍ରାପଡା ଜିଲ୍ଲା ଏକ୍ସ କାଡର୍ ଶିକ୍ଷକ ମହାସଂଘ ତରଫରୁ ଆମ ରାଜ୍ୟର ନୂତନ ଗଣଶିକ୍ଷା ମନ୍ତ୍ରୀ ସମ୍ମାନୀୟ ନିତ୍ୟାନନ୍ଦ ଗଣ୍ଡ ଏବଂ ମହାକାଳପଡା ନିର୍ବାଚନ ମଣ୍ଡଳୀର ବିଧାୟକ ଦୁର୍ଗା ପ୍ରସନ୍ନ ନାୟକଙ୍କୁ ଯୁବ ସଭାପତି ଆଲୋକ ସତ୍ୟବ୍ରତ ଦେବବ୍ରତ ରାୟ, କର୍ଯ୍ୟକାରୀ ସଭାପତି ଅମରେନ୍ଦ୍ର ମହାନ୍ତି, ସମ୍ପାଦକ କୈଳାଶ ଚନ୍ଦ୍ର ରାଉତ, ଗଣମାଧ୍ୟମ ସଂଯୋଜକ ଶ୍ରୀଚନ୍ଦନ ଓଝା, ସୁଶାନ୍ତ ଦାସ, ଚିତ୍ତରଞ୍ଜନ ଲାହା, […]

କେନ୍ଦ୍ରାପଡା, ୧୯/୬: ଘରେ ଘରେ ବିଶୁଦ୍ଧ ପିଇବା ପାଣି ପହଞ୍ଚାଇବା ପାଇଁ ବ୍ୟାପକ ପଦେକ୍ଷପ ଗ୍ରହଣ କରାଯାଇଛି । ଏଥିପାଇଁ ସରକାରୀ ଯୋଜନାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି । ହେଲେ ପମ୍ପ ଡ୍ରାଇଭରଙ୍କ ମନମାନି ଓ ବ୍ୟବସ୍ଥାଗତ ତୃଟି ଯୋଗୁଁ ଲୋକେ ପିଇବା ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି । ପମ୍ପଚାଳକ ନିଜ ମର୍ଜିରେ ପାଣି ଯୋଗାଣ କରୁଛନ୍ତି । ମନ ହେଲେ ଦେଉଛନ୍ତି, ନହେଲେ ନାହିଁ । […]

କେନ୍ଦ୍ରାପଡ଼ା, ୧୮ା୬: କେନ୍ଦ୍ରାପଡ଼ା ପୈାରାଞ୍ଚଳ ଅନ୍ତର୍ଗତ ୱାର୍ଡ ନଂ. ୧୩ର ରାସିଦା ବିବିଙ୍କ ୨ ବର୍ଷର କନ୍ୟା ହୃଦରୋଗରେ ପିଡିତ । ଏସମ୍ପର୍କରେ ଖବର ପାଇବା ପରେ ସହଯୋଗର ହାତ ବଢାଇଛି ରାଜାଏ ମୁସ୍ତାଫା ମହଲ୍ଲା କମିଟି । କମିଟି ପକ୍ଷରୁ ତାଙ୍କ ଚିକିତ୍ସା ପାଇଁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏହି କମିଟି ବିଭିନ୍ନ ଗରିବ ଲୋକଙ୍କୁ ବିଭିନ୍ନ ସମୟରେ ସହଯୋଗର ହାତ […]