କିଛି ବ୍ୟକ୍ତିତ୍ୱ ଥାନ୍ତି ଯିଏ ମାନବିକତାର ପରିଚୟ ଦେଇଥାନ୍ତି । ଦରକାର ପଡିଲେ ଲୋକଙ୍କୁ ସହାୟତା କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ । ସେମିତି ଜଣେ ବ୍ୟକ୍ତି ହେଉଛନ୍ତି ରାଜନଗରର ପୂର୍ବତନ ବିଧାୟକ ବିଶିଷ୍ଠ ବିଜେଡି ନେତା ଅଂଶୁମାନ ମହାନ୍ତି। ସେ ତାଙ୍କ ମାନବିକତାର ପରିଚୟ ଦେଇଛନ୍ତି । ଦୁର୍ଘଟଣା ଗ୍ରସ୍ତ ଅଜଣା ଯୁବକଙ୍କୁ ଚିକିତ୍ସା ପାଇଁ ନିଜ ଗାଡ଼ିରେ ମେଡ଼ିକାଲ ନେଇ ନିଜର ମାନବିକତା ଦେଖାଇଛନ୍ତି । ତାଙ୍କର ଏହି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି ।
ସୂଚନା ଅନୁଯାୟୀ କଟକ-ଚାନ୍ଦବାଲି ରାସ୍ତାର ପଥରକଣି ଠାକୁରାଣୀ ଛକ ନିକଟରେ ଦୁଇ ବାଇକ ଧକ୍କା ହେବା ଫଳରେ ବାଇକ ଆରୋହି ଗୁରୁତର ଆହତ ହୋଇ ଘଟଣା ସ୍ଥଳରେ ଛଟପଟ ହେଉଥିଲେ । ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଫୋନ କରିଥଲେ । ମାତ୍ର ପୂର୍ବତନ ବିଧାୟକ ମହାନ୍ତି ବୁଧବାର ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସାଙ୍ଗଠନିକ ସମୀକ୍ଷା ବୈଠକରେ ଯୋଗ ଦେଇ ଅପରାହ୍ନ ୩ଟା ସମୟରେ ସେହି ରାସ୍ତା ଦେଇ ଭୁବନେଶ୍ୱର ଫେରୁଥିବା ବେଳେ ଆହତଙ୍କୁ ଦେଖୁ ଅଟକି ଥିଲେ । ତୁରନ୍ତ ଚିକିତ୍ସା ପାଇଁ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ ନିଜ ଗାଡିରେ ମୁଖ୍ୟ ଚିକିତ୍ସାଳୟକୁ ଆଣି ଚିକିତ୍ସା କରାଇଥିଲେ । ଅଂଶୁମାନଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ଜଣେ ଗୁରୁତର ବ୍ୟକ୍ତିର ଅମୂଲ୍ୟ ଜୀବନ ରକ୍ଷା ହୋଇପାରିଛି । ଅଂଶୁମାନଙ୍କ ଏହି ମହତ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।