କଳିଙ୍ଗ ନବ ଦିଗନ୍ତ ସଂଗଠନ ପକ୍ଷରୁ କିଡନୀ ପିଡିତ , ଅଗ୍ନିବିପର୍ଣ୍ଣ ପରିବାରଙ୍କୁ ସହାୟତା


ସ୍ଵାଧିନତା ଦିବସ ପାଳନ ଅବସରରେ କଳିଙ୍ଗ ନବ ଦିଗନ୍ତ ସାମାଜିକ ସଂଗଠନ ପକ୍ଷରୁ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନରସିଂହପୁର ଗ୍ରାମପଂଚାୟତ ଅଢାଖଣ୍ଡ ମଠସାହି ଗ୍ରାମର କିଡନୀ ପିଡିତ କୃତିବାସ ସାହୁଙ୍କୁ ୧୦ ହଜାର ଟଙ୍କା ଆର୍ôଥକ ସହାୟତା ପ୍ରଦାନକରିବା ସହିତ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ। ସେହିପରି ରାଜନଗର ବ୍ଲକ ବଳରାମପୁରରେ ସୁକାନ୍ତ ସାହାଣୀଙ୍କ ଘରେ ,ଗୁରୁବାର ଅଗ୍ନିକାଣ୍ଡ ଘଟି ଭଉଣୀଭାଇଙ୍କ ମୁତ୍ୟୁବରଣ କରିଥିଲେ । ସଂଗଠନପକ୍ଷରୁ ତାଙ୍କ ପରିବାର ରାଜନଗରରେ ଭେଟି ସମବେଦନା ଜଣାଇବା ସହିତ ଖାଦ୍ୟ, କପଡା,ପାଲ ଯୋଗାଇ ଦେଇଥିଲେ । ଏଥିରେ ସଂଗଠନର ସଭାପତି ବିଜୟ ଦାସ, ଦାଶରଥି ସାହୁ, ଶିଶିର ଓଝା,ରଶ୍ମିରଞ୍ଜନ ସାମଲ, ଅର୍ଣ୍ଣପୂନା ମହାରଣା,ବସନ୍ତ ସେଠୀ, ଅଖିଳ ସୁତାର, ଭୋଳାନାଥ ବାରିକ, ପ୍ରଦୀପ ଦାସ, ଲକ୍ଷ୍ମୀପ୍ରୀୟା ସ୍ୱାଇଁ,ଶ୍ୱର୍ଣ୍ଣଲତା ରାଉତ, ପ୍ରକାଶ ମହାନ୍ତି, ସନ୍ତୋଷ ତରାଇ, ହିମାଦ୍ରୀ ମାଝି ଓ ହିମାଂଶୁ ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ ।

 


Next Post

ସିମ୍ପୋନି ତରଫରୁ ଗପ,କବିତା, ସଙ୍ଗୀତ ଓ ବିତର୍କର ନିଆରା ଜଲସା

Sat Aug 17 , 2024
କେନ୍ଦ୍ରାପଡା ୧୬/୮ – ସ୍ୱାଧୀନତା ଦିବସ ଅବସରରେ ବିବିଧ କଳାର ସମାବେଶୀ ମଞ୍ଚ “ସିମ୍ପୋନି’ ତରଫରୁ ଗପ, କବିତା, ସଙ୍ଗୀତ ଅକ୍ଷସର ସହ “କଳା ଅଭିବ୍ୟକ୍ତିରେ ସ୍ୱାଧୀନତା ଅଙ୍କୁଶଯୁକ୍ତ ହେବା ଉଚିତ୍ କି ?’ ଶୀର୍ଷକ ଏକ ବିତର୍କ ମାଧପୁରସ୍ଥିତ ପୁନର୍ବାସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ‘ତ୍ରିରଙ୍ଗାର ତାଳେ ତାଳେ..ସୃଜନର ସାରେଗାମା’ ଶିରୋନାମାର ଏହି ମନୋଜ୍ଞ କାର୍ଯ୍ୟକ୍ରମକୁ ସିମ୍ପୋନିର ମୁଖ୍ୟ ଉପଦେଷ୍ଟା ବିଶିଷ୍ଟ କଥାକାର ଡ. ବିରଜା ରାଉତରାୟ […]

KANIKA