କେନ୍ଦ୍ରାପଡ଼ାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଜନ୍ମୋତ୍ସବ



କେନ୍ଦ୍ରାପଡ଼ା,୧୯ା୮: କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ରରେ ଆରଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ଜନ୍ମୋତ୍ସବ ସୋମବାର ପାଳିତ ହୋଇଯାଇଛି। ଶ୍ରୀଜୀଉଙ୍କ ଜନ୍ମୋତ୍ସବ ଅବସରରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା ବୋଲି ଶ୍ରୀଜୀଉଙ୍କ ମନ୍ଦିର ଟ୍ରଷ୍ଟବୋର୍ଡର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ସୂଚନା ଦେଇଛନ୍ତି । ଜନ୍ମୋତ୍ସବ ପାଇଁ ଶ୍ରୀଜୀଉଙ୍କୁ ସକାଳ ୬ଟାରେ ଜୟମଙ୍ଗଳା ଆଳତୀ, ୮ଟାରେ ନୀତିସ୍ନାନ ବଲ୍ଲଭ, ୯ଟାରେ ଖେଚୁଡି ଧୂପ ଓ ପୂର୍ବାହ୍ନ୧୧ଟାରେ ଲାଗି ହୋଇଥିଲା। ଏହାପରେ ଶ୍ରୀଜୀଉଙ୍କୁ ଧୋତି ଚଦର ପିନ୍ଧାଯାଇ ଜନ୍ମବେଶ କରାଯାଇଥିଲା। ଏହାପରେ ଶ୍ରୀଜୀଉଙ୍କ ନିକଟରେ ଖିରୀ ଭୋଗ ଲାଗି କରାଯାଇଥିଲା। ଏହାପରେ ମଙ୍ଗଳାର୍ପଣ ଓ ଗହ୍ମା ଅଭିଷେକ କରାଯିବା ପରେ ଶ୍ରୀଜୀଉଙ୍କୁ ସୁବର୍ଣ୍ଣ ଚିତା ଲାଗି କରାଯାଇଥିଲା। ଚିତାଲାଗି ପରେ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଗୟାସପୁର ବିଣାପାଣୀ କଳ୍ପତରୁ ପ୍ରଶିକ୍ଷଣକେନ୍ଦ୍ରରୁ ଆସିଥିବା ଏକଲକ୍ଷ ତୁଳସୀ ଶ୍ରୀଜୀଉଙ୍କୁ ଅର୍ପଣ କରାଯାଇଥିଲା। ଶ୍ରୀକ୍ଷେତ୍ରରୁ ଭଉଣୀ ସୁଭଦ୍ରା ପଠାଇଥିବା ରାକ୍ଷୀ ଶ୍ରୀବଳଦେବଜୀଉ ଓ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ପିନ୍ଧାଯାଇଥିଲା। ଅପରାହ୍ନ୨ଟାରେ ହୋମଯଜ୍ଞ କରାଯାଇ ଦ୍ୱିପହର ଧୂପ ଲାଗି ହୋଇଥିଲା। ଏହାପରେ ପହଡ ପଡିଥିଲା। ସାଢେ ୫ଟାରେ ପହଡ ଫିଟିବା ପରେ ସନ୍ଧ୍ୟା ଆରତୀ କରାଯାଇ ଖିରୀ ପିଠା ଭୋଗ ଲାଗି ହୋଇଥିଲା। ଏହାପରେ ପୂର୍ଣ୍ଣାହୁତି କରାଯାଇଥିଲା। ରାତ୍ର ଧୂପ ପରେ ବଡ଼ସିଂହାର କରାଯାଇଥିଲା। ପ୍ରାୟ ୨୫ ହଜାର ଭକ୍ତ ଶ୍ରୀବଳଦେବଜୀଉଙ୍କ ଜନ୍ମୋତ୍ସବ ବେଶ ଦର୍ଶନ କରିଥିଲେ।


Next Post

ପଟ୍ଟାମୁଣ୍ଡାଇ କଂଗ୍ରେସ ପକ୍ଷରୁ ରାଜୀବ ଗାନ୍ଧୀ ଜୟନ୍ତୀ ପାଳିତ

Tue Aug 20 , 2024
ପଟ୍ଟାମୁଣ୍ଡାଇ ୨୦/୮-ପଟ୍ଟାମୁଣ୍ଡାଇ କଂଗ୍ରେସ ପକ୍ଷରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୯୧ତମ ଜନ୍ମ ଜୟନ୍ତୀ ସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବରିଷ୍ଠ କଂଗ୍ରେସ ନେତା ରମାକାନ୍ତ ଦାଶଙ୍କ ପୌରହିତ୍ୟରେ ଆୟୋଜିତ ଜୟନ୍ତୀ ସଭାରେ ଜିଲ୍ଲା ଓବିସି ସେଲ ପ୍ରାକ୍ତନ ସଭାପତି ମଳୟ ଦାସ, ଜିଲ୍ଲା ଦଳିତ ସେଲ ପ୍ରାକ୍ତନ ସଭାପତି ସର୍ବେଶ୍ୱର ସେଠୀ, ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ପ୍ରଭାତ ସେଠୀ, ତପନ ପାତ୍ର, ଦିଲ୍ଲୀପ […]

KANIKA