କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଉପ ନିର୍ବାଚନ , ଲିଲିତା ଦାସ ନିଦ୍ୱର୍ନ୍ଦ୍ୱରେ ବିଜୟୀ


କେନ୍ଦ୍ରାପଡ଼ା,୨୨ା୮:କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସଭାପତି ଉପ ନିର୍ବାଚନରେ କେନ୍ଦ୍ରାପଡା ବ୍ଲକର ୫ ନଂ. ଜୋନ ଜିଲ୍ଲା ପରିଷଦ ସଭ୍ୟା ଲିଲିତା ଦାସ ନିଦ୍ୱର୍ନ୍ଦ୍ୱରେ ବିଜୟୀ ହୋଇଛନ୍ତି। ନବୀନ ନିବାସରୁ ଆସିଥିବା ବନ୍ଦ ଲଫାପାରେ ଲିଲିତାଙ୍କ ନାମ ରହିଥିଲା। ବିଜୟୀ ହେବା ପରେ ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଠାରୁ ଆଶୀର୍ବାଦ ନେବା ପାଇଁ ସେ ଓ ଅନ୍ୟ ସଭ୍ୟ/ସଭ୍ୟାମାନେ ନବୀନ ନିବାସ ଗସ୍ତ କରିଛନ୍ତି।

ସୂଚନା ଥାଉକି ୨୦୨୨ ମସିହାରେ ଜିଲ୍ଲା ପରିଷଦ ସଭାପତି ହୋଇଥିବା ଗୀତାଞ୍ଜଳୀ ସେଠୀ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପଦରୁ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ ଓ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀରୁ ବିଜେପି ବିଧାୟକ ପ୍ରାର୍ଥୀ ହୋଇଥିଲେ। ସେହିପରି ଉପସଭାପତି ଥିବା ଅଶୋକ କୁମାର ପ୍ରତିହାରୀ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇ କଂଗ୍ରେସରେ ମିଶିଥିଲେ ଓ ରାଜନଗର ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚନ ଲଢିଥିଲେ। ଫଳରେ ସେବେଠାରୁ ଉଭୟ ପଦବୀ ଖାଲି ପଡିଥିଲା। ରାଜ୍ୟ ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ଅନୁଯାୟୀ ଆଜି ଜିଲ୍ଲା ପରିଷଦ ସଭାପତି ପାଇଁ ଉପ ନିର୍ବାଚନ ହୋଇଥିଲା। ଏହି ଉପ ନିର୍ବାଚନରେ ଲିଲିତା ଦାସ ବିଜୟୀ ହୋଇଛନ୍ତି। ୩୨ଟି ଜୋନ ବିଶିଷ୍ଟ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦରେ ୩୧ଟି ଜୋନରେ ବିଜେଡି ବିଜୟୀ ହୋଇଥିବା ବେଳେ ମାତ୍ର ଗୋଟିଏ ଜୋନରେ ବିଜେପି ବିଜୟୀ ହୋଇଥିଲା। ବିଜୟୀ ହେବା ପରେ ଲିଲିତା କହିଛନ୍ତି ଜିଲ୍ଲାରେ ଥିବା ୩୨ଟି ଜୋନର ଯେପରି ବିକାଶ ହେବ ସେଥିପ୍ରତି ସେ ଧ୍ୟାନ ଦେବେ। ଅପରପକ୍ଷରେ କାଳେ ଦଳ ବିରୋଧୀ କାର୍ଯ୍ୟ କେହି କରିବେ ସେଥିପାଇଁ ସହର ଉପକଣ୍ଠରେ ଥିବା ଏକ ହୋଟେଲରେ ଆଳି ବିଧାୟକ ପ୍ରତାପ ଦେବ, ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ପୂର୍ବତନ ମନ୍ତ୍ରୀ ତଥା ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ବିଜେଡି ଜିଲ୍ଲା ସଭାପତି ଧୀରେନ୍ ସାହୁ ଓ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟାମାନେ ଉପସ୍ଥିତ ଥିଲେ। ଏକ ବନ୍ଦ ଲଫାପାକୁ ପ୍ରତାପ ଜେନା ନବୀନ ନିବାସରୁ ନେଇ ଆସିଥିଲେ। ସେହି ଲଫାପାକୁ ବିଧାୟକ ପ୍ରତାପ ଦେବ ଖୋଲିଥିଲେ ଓ ଲିଲିତାଙ୍କ ନାମ ଜିଲ୍ଲା ପରିଷଦ ସଭାପତି ପଦ ପାଇଁ ଘୋଷଣା କରିଥିଲେ। ଏହାପରେ ସେଠାରୁ ସମସ୍ତ ସଭ୍ୟ/ସଭ୍ୟା ଜିଲ୍ଲା ସଭାପତି ଧୀରେନ୍ ସାହୁଙ୍କ ସହ ଜିଲ୍ଲା ପରିଷଦ କାର୍ଯ୍ୟାଳୟକୁ ଆସିଥିଲେ। ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଲିଲିତା ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ। ଧ୍ୟାର୍ଯ୍ୟ ସମୟସୀମା ମଧ୍ୟରେ ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ ନକରିବାରୁ ଲିଲିତାଙ୍କୁ ବିଜୟୀ ଘୋଷଣା କରାଯାଇଥିଲା।


Next Post

ଇନ୍ଦୁପୁର ହତ୍ୟାକାଣ୍ଡରେ ୬ ଗିରଫ

Thu Aug 22 , 2024
କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ବିରୂପା ନଦୀ ଉପରୁ ଜଣେ ଯୁବକ ମଂଟୁଙ୍କୁ କେତେଜଣ ଯୁବାକ ବାଡେଇ ବାଡେଇ ପୋଲ ଉପରୁ ନଦୀକୁ ଫିଙ୍ଗିଦେବା ଘଟଣାରେ ନିକିରାଇ ପୋଲିସ ବିଭିନ୍ନ ସ୍ଥାନରୁ ଚଢାଉ କରି ସମସ୍ତ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବାରିମୂଳ ଜେଲ୍‌କୁ ପଠାଇ ଦିଆଯାଇଛି । ଅଭିଯୁକ୍ତମାନେ ପୁଲିସ ନିକଟରେ ସେମାନଙ୍କ ଦୋଷ ସ୍ୱୀକାର କରିଛନ୍ତି […]

KANIKA