ଇନ୍ଦୁପୁର ହତ୍ୟାକାଣ୍ଡରେ ୬ ଗିରଫ



କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ବିରୂପା ନଦୀ ଉପରୁ ଜଣେ ଯୁବକ ମଂଟୁଙ୍କୁ କେତେଜଣ ଯୁବାକ ବାଡେଇ ବାଡେଇ ପୋଲ ଉପରୁ ନଦୀକୁ ଫିଙ୍ଗିଦେବା ଘଟଣାରେ ନିକିରାଇ ପୋଲିସ ବିଭିନ୍ନ ସ୍ଥାନରୁ ଚଢାଉ କରି ସମସ୍ତ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବାରିମୂଳ ଜେଲ୍‌କୁ ପଠାଇ ଦିଆଯାଇଛି । ଅଭିଯୁକ୍ତମାନେ ପୁଲିସ ନିକଟରେ ସେମାନଙ୍କ ଦୋଷ ସ୍ୱୀକାର କରିଛନ୍ତି । ପରକୀୟା ପ୍ରୀତିରୁ ଏଭଳି ଅଘଟଣ ଘଟିଛି ବୋଲି ପୋଲିସ ତଦନ୍ତରୁ ଜଣାପଡିଛି ।
ପ୍ରକାଶ ଥାଉକି ଚଳିତ ମାସ ୧୪ରେ ନିକିରାଇର ମଂଟୁ ମଲ୍ଲିକକୁ ମାରି ପୋଲ ଉପରୁ ବିରୂପା ନଦୀକୁ ଫୋପାଡି ଦିଆଯାଇଥିଲା । ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଯାଜପୁର ଜିଲା ବରୀ ଥାନା ଅନ୍ତର୍ଗତ କୃଷ୍ଣନଗର ଗ୍ରାମର । ସେମାନେ ହେଉଛନ୍ତି ଟିକିଲି ଜେନା, ଟିକିଲିଙ୍କ ପୁଅ ଲିଟୁନା ଜେନା, ବଂଟି ଜେନା, ଟିକିଲିଙ୍କ ସମ୍ପର୍କୀୟ ଦିପୁ ଜେନା, ଅଶ୍ୱିନୀ ଜେନା ଓ କିଶୋର ଜେନା ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡିଛି । ଏହି ବିଭତ୍ସ ହତ୍ୟାକାଣ୍ଡ ପଛରେ ପରକୀୟା ସମ୍ପର୍କ ଥିବା ପୋଲିସ ସୂଚନା ଦେଇଛି । ସୂଚନା ଅନୁଯାଇ ମୃତ ଟ୍ରାକ୍ଟର ଚାଳକ ମଂଟୁ ମଲ୍ଲିକ ଅଗଷ୍ଟ ୧୪ ତାରିଖ ସକାଳେ ତାଙ୍କ ସାଙ୍ଗ କୃଷ୍ଣନଗର ଅଂଚଳର ଦିପୁ ଜେନାଙ୍କ ଘରକୁ ଯାଇ ତାଙ୍କ ସ୍ତ୍ରୀଙ୍କୁ ଭେଟିଥିଲେ । ଏହି ସମୟରେ ଦିପୁର ବାପା ଟିକିଲି ଜେନା ମଂଟୁଙ୍କୁ ତାଙ୍କ ବୋହୁ ସହ ଦେଖି ବିରକ୍ତ ପ୍ରକାଶ କରିବା ସହ ମାରଧର କରିଥିଲେ । ମଂଟୁ ସେଠାରୁ ପଳାଇ ଆସି ଇନ୍ଦୁପୁର ଛକରେ ବୁଲୁଥିବାବେଳେ ଦିନ ୨ଟା ବେଳେ ସେଠାରେ ଟିକିଲି ଜେନାଙ୍କ ସହ ଭେଟ ହୋଇଗଲା । ମଂଟୁ ରାଗ ଶୁଝାଇବାକୁ ଯାଇ ଟିକିିଲିଙ୍କୁ ମାଡ ମାରିଥିଲା । ଟିକିଲି ମାଡ ଖାଇ ଘଟଣାସ୍ଥଳକୁ ତାଙ୍କର ଦୁଇପୁଅ ଲିଟୁନା ଓ ବଂଟିକୁ ଫୋନ କରି ଡାକିଥିଲା । ବାପ ପୁଅ ୩ଜଣ ମିଳିତ ଭାବେ ମଂଟୁକୁ ମାଡ ମାରି ସାଙ୍ଗରେ କୃଷ୍ଣନଗର ନେଇ ଯାଇଥିଲେ । ସେଠାରେ ଅନ୍ୟ ଅଭିଯୁକ୍ତମାନେ ମିଶି ମଂଟୁକୁ ମାଡ ମାରିବା ସହ ପୁନର୍ବାର ଆଣି ବିରୂପା ପୋଲ ଉପରୁ ନଦୀକୁ ଠେଲି ଦେଇଥିଲେ । ଘଟଣା ଘଟିବା ପରଦିନ ଦିନ ବ୍ରାହ୍ମଣୀ ନଦୀରୁ ମଂଟୁଙ୍କ ମୃତଦେହ ପଟ୍ଟାମୁଣ୍‌ଡାଇ ଜଗନ୍ନାଥପୁର ପାଖରୁ ଉଦ୍ଧାର ହୋଇଥିଲା । ମୃତ ମଂଟୁ ମଲ୍ଲିକଙ୍କ ଭାଇ ଶରତ ମଲ୍ଲିକଙ୍କ ଅଭିଯୋଗ କ୍ରମେ ନିକିରାଇ ପୋଲିସ ଘଟଣାର ତଦନ୍ତ ଚଳାଇ ଅଜି ୬ ଜଣଙ୍କୁ କୋଟ୍ ଚାଲାଣ କରିଛି ।


Next Post

କେନ୍ଦ୍ରାପଡାରେ ବିଶ୍ୱ ସଂସ୍କୃତ ଦିବସ ପାଳିତ

Thu Aug 22 , 2024
କେନ୍ଦ୍ରାପଡ଼ା ୨୨ା୮: ସଂସ୍କୃତ ଭାରତୀ ଆନୁକୂଲ୍ୟରେ ବିଶ୍ୱ ସଂସ୍କୃତ ଦିବସ କେନ୍ଦ୍ରାପଡ଼ା ଜିଲ୍ଲା ଶାଖା ପକ୍ଷରୁ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପରିସରରେ ପାଳିତ ହୋଇଯାଇଛି। ପ୍ରଥମେ ପଣ୍ଡିତ ମାନଙ୍କ ଦ୍ୱାରା ବଳଦେବ ସହସ୍ରନାମ ପାଠ କରାଯାଇଥିଲା। ସଂସ୍କୃତ ବ୍ୟାକରଣ ପ୍ରଣେତା ତଥା ବ୍ୟାକରଣ ଜନକ ପାଣିନୀଙ୍କ ୨୫ଶହ ତମ ଜୟନ୍ତୀ ଅବସରରେ ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣିମାରେ ବିଶ୍ୱ ସଂସ୍କୃତ ଦିବସ ପାଳିତ ହୋଇ ଆସୁଅଛି। ୧୯୬୯ ମସିହା ଅଗଷ୍ଟ ୧୯ ତାରିଖକୁ […]

KANIKA