ଘରପୋଡିରେ ଦୁଇ ମୃତକଙ୍କ ପରିବାରକୁ ଭେଟିଲେ ସାଂସଦ , ଝାଡାବାନ୍ତିରେ ଆକ୍ରାନ୍ତ ଓ ମୃତକଙ୍କ ପରିବାରକୁ ଭୁଲିଗଲେ


 

କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ କୁରୁଂଟି ପଚାଂୟତ ବଳରାମପୁର ଗ୍ରାମରେ ଅଗଷ୍ଟ ୧୫ତାରିଖ ଦିନ ସୁକାନ୍ତ ସାହାଣୀଙ୍କ ଘରେ ଗ୍ୟାସଟାଙ୍କି ଫାଟି ଅଗ୍ନିକାଣ୍ଡ ହେବାରୁ ପୁଅ ଓ ଝିଅ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଖବର ପ୍ରଚାରିତ ହେବା ପରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ବ୍ୟକ୍ତି ଓ ଅନୁଷ୍ଠାନ ବିପନ୍ନ ପରିବାରଙ୍କ ନିକଟରେ ପହଂଚି ସମବେଦନା ଜଣାଇବା ସହ ସହାୟତା ପ୍ରଦାନ କରିଥିଲେ । ଏହି ସମୟରେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ସହାୟତା ରାଶି ପଠାଇଥିଲେ ମଧ୍ୟ ଘଟଣାସ୍ଥଳରେ ପହଂଚି ଶୋକାକୂଳ ପରିବାରକୁ ସମବେଦନା ଜଣାଇ ପାରିନଥିଲେ ।
ଗୁରୁବାର ଦିନ ସାଂସଦ ଶ୍ରୀ ପଣ୍ଡା ବଳରାମପୁର ଗାଁରେ ପହଂଚିଥିଲେ । ସୁକାନ୍ତଙ୍କ ଘରକୁ ଯାଇ ଘଟଣା ସଂପର୍କରେ ପଚାରି ବୁଝିବା ସହ ଶୋକସନ୍ତପ୍ତ ବାପା, ମାଆଙ୍କୁ ସମବେଦନା ଜଣାଇଥିଲେ । ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ । ତାଙ୍କ ସହିତ ବିଜେପି ଜିଲ୍ଲା ସଭାପତି କିଶୋର ପଣ୍ଡା, ଗୀତାଞ୍ଜଳୀ ସେଠୀ, ଲଳିତ ବେହେରା, ମିଟୁମନୋଜ ନାୟକ, ପ୍ରଶାନ୍ତ ମହାନ୍ତି, ରାଜୀବ ନାୟକ, ବିକ୍ରମ ବାରିକ, ନିମାଇଁ ରାଉତ ପ୍ରମୁଖ ବିଜେପି ନେତା ଓ କର୍ମୀ ସାମିଲ ହୋଇଥିଲେ । ସ୍ଥାନୀୟ ସରଂପବ ଶଶ୍ମିତା ମହାନ୍ତି, ପ୍ରାକ୍ତନ ସରଂପଚ ରଂଜନକୁମାର ମହାନ୍ତି ଉପସ୍ଥିତ ଥିଲେ ।
ଅପରପକ୍ଷରେ ଏହି ବ୍ଲକର ବିଭିନ୍ନ ଗାଁରେ ଝାଡାବାନ୍ତି ବ୍ୟାପି ଗୋଟିଏ ମାସ ମଧ୍ୟରେ ଚାରିଜଣ ମୃତ୍ୟୁବରଣ କରିବା ସହ ଶତାଧିକ ଆକ୍ରାନ୍ତ ହୋଇଛନ୍ତି । ଏପରିକି ଭିତରଗଡ ପଚାଂୟତର ଚାରିପୋଖରିଆ ଗାଁରୁ ଆରମ୍ଭ ହୋଇଥିବା ଏହି ଝାଡାବାନ୍ତି ସମଗ୍ର ଗାଁକୁ ବ୍ୟାପିବା ପରେ ପାଖ ଗାଁ ଶିଳପୋଖରୀ ଓ ଭିତରଗଡକୁ ବ୍ୟାପିଥିଲା । ପରବର୍ତୀ ସମୟରେ ଗୁପ୍ତି ପଚାଂୟତର ଓକିଲପାଳ ଗାଁରେ ଜଣେ ମୃତ୍ୟୁବରଣ କରିବା ଏହି ରୋଗ କାୟା ମେଲାଇଛି । ଏପରିକି ଖମାରସାହି ପଚାଂୟତ ରାଜେନ୍ଦ୍ରନାରାୟଣପୁର, ବେଲପାଳ, ସାନବଡଗୋପ।।ଳପୁର ପଚାଂୟତର କିଆଯୋଡି ଗ୍ରାମର କିଛି ଲୋକ ଆକ୍ରାନ୍ତ ହୋଇ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି ।
ଏପରି ସ୍ଥିତିରେ ସାଂସଦ ଶ୍ରୀ ପଣ୍ଡା ଚାରିପୋଖରିଆ ଓ ଓକିଲପାଳ ଗାଁରେ ଅନେକ ଲୋକ ଝାଡାବାନ୍ତିରେ ପଡିଥିବା ବେଳେ ଜଣେ ନାବାଳକ ଓ ବୃଦ୍ଧ ପ୍ରାଣ ହରାଇଛନ୍ତି । ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବହୁ ରୋଗୀ ଚିକିତ୍ସିତ ହେଉଛନ୍ତି ।ମାତ୍ର ସାଂସଦ ଶ୍ରୀ ପଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ର ନଯିବା ସାଧାରଣରେ ପ୍ରଶ୍ନ ବାଚ୍ଚୀ ସୃଷ୍ଟି କରିଛି ।


Next Post

ସଂସ୍କୃତ ପଠନ ଦ୍ୱାରା ମାନବ ସମାଜର ହିତ ସାଧନର ପଥ ଉନ୍ମୁକ୍ତ ହୁଏ,

Fri Aug 23 , 2024
ଆମ୍ବେର ହାଇସ୍କୁଲରେ ବିଶ୍ୱ ସଂସ୍କୃତ ଦିବସ ପାଳିତ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଆମ୍ବେରସ୍ଥ କାହ୍ନୁଚରଣ ରାଜଭଟ୍ଟ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଶୁକ୍ରବାର ବିଶ୍ୱ ସଂସ୍କୃତ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଞ୍ଜନ ବେହେରାଙ୍କ ପୌରହିତରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥି ଭାବେ ବ୍ଲକ ସଂସ୍କୃତ ଶିକ୍ଷକ ସଂଘ ସଭାପତି ପଣ୍ଡିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର ଯୋଗ ଦେଇ ସଂସ୍କୃତ ବ୍ୟାକରଣ ପ୍ରଣେତା ତଥା ବ୍ୟାକରଣ ଜନକ […]

KANIKA