ସେପଟମ୍ବର ୫ରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର



କେନ୍ଦ୍ରାପଡ଼ା, ୩/୯ : ରାଜ୍ୟ ସରକାରଙ୍କ ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନ ତରଫରୁ ପୂର୍ବ ବର୍ଷ ଭଳି ଚଳିତବର୍ଷ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୪ ବ୍ୟବସ୍ଥା ଚୁଡାନ୍ତ କରାଯାଇଛି । ଏହି ଉପଲକ୍ଷେ ଆସନ୍ତା ସେପ୍େ‌ଟଟମ୍ବର ୫ତାରିଖ ୨୦୨୪ରେ କେନ୍ଦ୍ରାପଡ଼ା ସ୍ୱଂୟଶାସିତ ମହାବିଦ୍ୟାଳୟ ପଡିଆରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର-୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପବିତ୍ର ଗୁରୁଦିବସରେ ଆମ ଜିଲ୍ଲାର ୯ଟି ବ୍ଲକରୁ ୧୦୫୪ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉକ୍ତ ପୁରସ୍କାର ପ୍ରଦାନ କରାଯିବ । ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ପାଇଁ ପ୍ରେରଣା ଯୋଗାଇବା ଏବଂ ଅନ୍ୟମାନଙ୍କୁ ଉତ୍ସାହିତ କରିବା ହେଉଛି ଏହି ଶିକ୍ଷା ପୁରସ୍କାର କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହାର ସଫଳ ରୂପାଯନ ନିମନ୍ତେ ଚୂଡ଼ାନ୍ତ ପ୍ରସ୍ତୁତି ହୋଇସାରିଛି । ସମସ୍ତ ବ୍ଲକରୁ ପିଲାମାନଙ୍କୁ ନେବା ଆଣିବା ପାଇଁ ବସର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପିଲାମାନେ ଗୁରୁବାର ସକାଳ ୬.୩୦ ମିନିଟରୁ ସ୍ୱତନ୍ତ୍ର ବସ୍ ଯୋଗେ ନିଜ ବ୍ଲକରୁ ବାହାରି ସକାଳ ଘ.୮.୦୦ରୁ ଘ.୮.୧୫ ମିନିଟ ମଧ୍ୟରେ କେନ୍ଦ୍ରାପଡ଼ା ସ୍ୱଂୟଶାସିତ ମହାବିଦ୍ୟାଳୟ ପଡିଆରେ ପହଁଚିବେ । ପିଲାମାନେ ଯେପରି କଲେଜ ପଡିଆରେ ଠିକ ସମୟରେ ପହଁଚି ପାରିବେ ସେଥି ପାଇଁ ବ୍ଲକ ଶିକ୍ଷା ଅଧିକାରୀ ଓ ସିଆରସିସିମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସଭାସ୍ଥଳୀରେ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ରଭାବେ ଟେଣ୍ଟ, ଚେୟାର, ଟିଫିନ, ମଧ୍ୟାହ୍ନ ଭୋଜନ ଓ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି । ଏହା ସହିତ ଆମ୍ବୁଲାନ୍ସ ସେବା, ଅଗ୍ନିଶମ ସେବା, ପରିଷ୍କାର ପରିଛନ୍ନତା, ସୁରକ୍ଷା ବ୍ୟବସ୍ଥାର କଡାକଡି ପାଳନ ପାଇଁ ଜିଲ୍ଲାପାଳ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାରେ ଏହି କାର୍ଯ୍ୟକ୍ରମକୁ ସସକାଳ ଘ.୯.୦ଫଳ କରିବା ପାଇଁ ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କୁ ଜିଲ୍ଲାପାଳ କାର୍ଯ୍ୟରେ ନିୟୋଜିତ କରିଛନ୍ତି । ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ୦ରୁ ଘ.୧.୦୦ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।


Next Post

ରାମନାହାକଡିଆ ଝାଡ଼ବଣ ବିକାଶ ପାଇଁ ଉଚ୍ଚ ପଦାଧିକାରୀଙ୍କୁ ଅନୁରୋଧ

Wed Sep 4 , 2024
କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ତରଡ଼ିପାଳ ପଂଚାୟତ ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ ପ୍ରକୃତିପଲ୍ଲୀ ରାମନାହାକଡିଆକୁ ଏକ ପଯ୍ୟଟନସ୍ଥଳୀର ମାନ୍ୟତା ଦିଆଗଲେ ଅଂଚଳର ଆର୍ôଥକ ବିକାଶରେ ସହାୟକ ହୋଇପାରିବ ବୋଲି ଧୋୟାଂଚଳ ବିକାଶ ମଂଚ ପକ୍ଷରୁ ଏକ ପ୍ରତିନିଧିଦଳ ବୁଧବାର ରାଜନଗର ଡ଼ିଏଫଓଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କରିଛନ୍ତି । ପଟ୍ଟାମୁଣ୍ଡାଇ ଧୋୟାଂଚଳ ବିକାଶ ମଂଚର ସମ୍ପାଦକ ରାଜ କୁମାର ବିଶ୍ୱାଳ, କାର୍ତିକ ରାଉତ, ପ୍ରେମାନନ୍ଦ ସୂତାର, […]

You May Like