
କେନ୍ଦ୍ରାପଡ଼ା,୧୮ା୯: ସହର ଉପକଣ୍ଠ ଭରତପୁର ଗ୍ରାମର ପ୍ରସିଦ୍ଧ କଳ୍ପତରୁ ଆଶ୍ରମର କିମ୍ବଦନ୍ତୀ ମହାପୁରୁଷ ଅନନ୍ତ ଦାସଙ୍କ ୪୦ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ରାଜ୍ୟର ସହସ୍ରାଧିକ ସାଧୁସନ୍ଥମାନଙ୍କ ଗହଣରେ ମନ୍ଦିରରେ ଥିବା ଚତୁର୍ଦ୍ଧା ମୂର୍ତ୍ତି ସାରାବିଶ୍ୱର ପାଳନ କର୍ତ୍ତା ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା ସହିତ ମହାପୁରୁଷ ଅନନ୍ତ ଦାସଙ୍କୁ ଜଳାଭିଷେକ ଓ ହୋମ କାର୍ଯ୍ୟ ସମାପନ କରାଯାଇଛି । ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବାଗ୍ଦେବୀ କଳାମନ୍ଦିର ଆନୁକୂଲ୍ୟରେ ଓଡିଶାର ବିଶିଷ୍ଟ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ଅନନ୍ତ ଦାସଙ୍କ ସ୍ୱରଚିତ ପାରମ୍ପରିକ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ମନ୍ଦିରର ପ୍ରତିଷ୍ଠାତା ତଥା ରାଜ୍ୟର ପ୍ରତିଷ୍ଠିତ ଆଧ୍ୟାମିôକ ସାଧକ ବାବାଜୀ ଗଣ୍ଡାଧର ଦାସଙ୍କୁ “ଶ୍ରେଷ୍ଠ ଆଧ୍ୟାମିôକ ଗୁରୁ” ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ସାଂସ୍କୃତିକ ଅନୁଷ୍ଠାନ ବାଗ୍ଦେବୀ କଳାମନ୍ଦିରର ଉପଦେଷ୍ଟା ସଙ୍ଗୀତ ନିର୍ଦ୍ଦେଶକ ସତ୍ୟପ୍ରିୟ ଦାସଙ୍କ ଦ୍ୱାରା ଆୟୋଜିତ ଭଜନ ସନ୍ଧ୍ୟାକୁ ଲୋକପ୍ରିୟ ସିଦ୍ଧାର୍ଥ ଟିଭିର ସୁନାମଧନ୍ୟ କଣ୍ଠଶିଳ୍ପୀ ସୌଭେନ୍ଦ୍ରୀ ଜେନା, ସ୍ୱର୍ଗତ ଶାନ୍ତିଲତା ବାରିକଙ୍କ ପଟ୍ଟଶିଷ୍ୟା ଅନୁରାଧା ପତି, ବିଶ୍ୱମ୍ବର କର, ବିନାୟକ ସୂତାର ପ୍ରମୁଖ ଓଡିଶାର ଆଗଧାଡିର କଣ୍ଠଶିଳ୍ପୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ । କେନ୍ଦ୍ରାପଡା ବୋଇତ ବନ୍ଦାଣ ସମିତିର ସଭାପତି ପ୍ରଦୀପ କୁମାର ମହାନ୍ତି ଶିଳ୍ପୀମାନଙ୍କୁ ସ୍ୱର୍ଗତ ମହେଶ କର ଟ୍ରଫି ପ୍ରଦାନ କରିଥିଲେ । କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ବିଜେଡି ଯୁବନେତା ଶାରଦା ପ୍ରଶନ୍ନ ରାଉତ, ଭରତପୁର ସେବା ସମବାୟ ସମିତିର ସଭାପତି ବସନ୍ତ ରାଉତ, ସୁବୋଧ କୁମାର ଦାସ, ଶରତ କୁମାର ବାରିକ, ରବିନ୍ଦ୍ର ମଳିକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଉତ୍ସବରେ ୫ହଜାର ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ।










