ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ



କେନ୍ଦ୍ରାପଡ଼ା,୨୯/୯: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ମହାଲକ୍ଷ୍ମୀ ପୂଜା କମିଟିର ପ୍ରସ୍ତୁତି ବୈଠକ ଗୁଲନଗର ହାଇସ୍କୁଲଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଭାପତି ନିତ୍ୟାନନ୍ଦ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସଭାପତିଙ୍କ ନିଷ୍ପତ୍ତି କ୍ରମେ ଗଜଲକ୍ଷ୍ମୀ ପୂଜା କିପରି ସୂଚାରୁ ରୂପେ ହେବ କମିଟି ସଦସ୍ୟମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହି ବୈଠକରେ ପୂଜା ଉପଲକ୍ଷେ ବିଭିନ୍ନ କମିଟି ଗଠନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ମେଳଣ ଓ ଭସାଣୀ, ସାଜସଜ୍ଜା, ସାଂସ୍କୃତିକ କାର୍ଯ୍ୟକ୍ରମ ଦାୟିତ୍ୱ ବଣ୍ଟନ, ଆୟ ଓ ବ୍ୟୟ ଅଟକଳ ଉପରେ ବିସ୍ତୃତ ରୂପେ ଆଲୋଚନା କରାଯାଇଥିଲା । ସମ୍ପାଦକ ଗଣେଶ କୁମାର ସାହୁ ପୂର୍ବ ବର୍ଷର ଆୟବ୍ୟୟର ବିବରଣୀ ପ୍ରଦାନ କରିଥିଲେ । ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ସମସ୍ତ ପୂଜାକାର୍ଯ୍ୟ ସହ ମେଳଣ କାର୍ଯ୍ୟ ସୁରୁଖୁରୁରେ କରିବା ପାଇଁ ଉପସଭାପତି ପ୍ରଦୀପ ସାହୁ ଅନୁରୋଧ କରିଥିଲେ । ଏହି ବୈଠକରେ ସହସମ୍ପାଦକ ନିରଞ୍ଜନ ବାରିକ, କୋଷାଧ୍ୟକ୍ଷ ରାଜେନ୍ଦ୍ର ଦାସ, ରାଜୁ କୁବେର, ମାଗୁଣି ବେହେରା, ହରେକୃଷ୍ଣ ନାୟକ, ପ୍ରଶାନ୍ତ ସାହୁ ପ୍ରମୁଖ ଆଲୋଚନାରେ ଭାଗ ନେଇ ନିଜ ନିଜର ମତାମତ ଦେଇଥିଲେ । ଏହାପରେ ସଦସ୍ୟମାନଙ୍କ ମଧ୍ୟରେ ବିଭିନ୍ନ କମିଟି ଗଠନ କରାଯାଇ ଦାୟିତ୍ୱ ବଣ୍ଟନ କରାଯାଇଥିଲା । ଏହି ବୈଠକରେ ଗୁଲନଗର ପଞ୍ଚାୟତର ସମସ୍ତ ସଦସ୍ୟମାନେ ଉପସ୍ଥିତ ଥିଲେ । ଶେଷରେ ସଦସ୍ୟ ସନ୍ଦୀପ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଦସ୍ୟ ସରୋଜ କୁମାର ସାହୁ, ଅଭୟ କୁମାର ଦାସ, ମାଗୁଣି ଚରଣ ସାହୁ, ପର୍ଶୁରାମ ସାହୁ ପ୍ରମୁଖ ପରିଚାଳନା କରିଥିଲେ ।


Next Post

ଜନ୍ମଦିନରେ କବିତା ପାଠୋତ୍ସବ

Mon Sep 30 , 2024
କେନ୍ଦ୍ରାପଡା ୨୯/୯: ପୂର୍ବାହ୍ନରେ ବାରୁଅସ୍ଥିତ ଭାବଗ୍ରାହୀ କଳା ନିକେତନର ଚିରସବୁଜ ଅକ୍ଷୟ ମହାନ୍ତି କକ୍ଷରେ କବି ଭାବଗ୍ରାହୀ ପରିଡାଙ୍କ ଦ୍ୱାରା ସଂସ୍ଥାପକ ବାଣୀବିନୋଦ ସାହିତ୍ୟ ସେବା ନିକେତନ ଏବଂ କୋରୋସ୍ଥିତ ସତୀର୍ଥ ସାହିତ୍ୟ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଶାରଦୀୟ କବିତା ପାଠୋତ୍ସବ ଏବଂ ସତୀର୍ଥର ପ୍ରତିଷ୍ଠାତା କବି ମନ୍ମଥନାଥ ବରାଳଙ୍କ ୭୯ତମ ଜନ୍ମୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ କବିଙ୍କୁ ଭାବଗ୍ରାହୀ କଳା ନିକେତନ, ରେଡିଓ ଭାବଗ୍ରାହୀ, […]

You May Like