ଚିଙ୍ଗୁଡି ଘେରୀ ପାଇଁ ଧାନଚାଷ ନଷ୍ଟ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଚାଷୀ



କେନ୍ଦ୍ରାପଡ଼ା,୪ା୧୦: କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ବନିପାଳ ଗ୍ରାମର ଅଧିବାସୀମାନେ ଶୁକ୍ରବାର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ଅଞ୍ଚଳରେ ଲୁଣାପାଣି ଚିଙ୍ଗୁଡିଘେରୀ ପାଇଁ ଧାନଚାଷ ସଂପୂର୍ଣ୍ଣ ଉଜୁଡି ଯାଉଛି। ତୁରନ୍ତ ଏହାର ପ୍ରତିକାର କରାନଗଲେ ସେମାନଙ୍କ ଜୀବନଜୀବିକା ଏହାଦ୍ୱାରା ସମ୍ପୂର୍ଣ୍ଣ ପ୍ରଭାବିତ ହେବ ବୋଲି ସେମାନେ ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ ହେଉଛି ସେହି ଗ୍ରାମର କୃଷ୍ଣଗୋପାଳ ସେଠୀ ନାମକ ବ୍ୟକ୍ତି ପ୍ରାୟ ୫ଏକର ଜମିରେ ଲୁଣିପାଣିରେ ଘେରି କରି ୭ବର୍ଷ ହେବ ଚିଙ୍ଗୁଡି ଚାଷ କରି ଆସୁଛନ୍ତି। ଫଳରେ ଚିଙ୍ଗୁଡି ଘେରୀର ଦୁଷିତ ଲୁଣିପାଣି ଓ କେମିକାଲ ମିଶା ପାଣି ସେମାନଙ୍କ ଧାନଚାଷ କିଆରିକୁ ମାଡି ଆସି ପ୍ରତିବର୍ଷ ଫସଲ ନଷ୍ଟ ହେବା ସହିତ ପୋଖରୀର ମାଛକୁ ନଷ୍ଟ କରିଦେଉଛି। ଏହାବ୍ୟତିତ ସେମାନେ ଗାଧୋଇବା ଓ ଥାଳିବାସନ ଧୋଇବା କାମ ସେହି ଦୁଷିତ ପାଣିରେ କରିପାରୁନାହାନ୍ତି। ସେହି ଦୁଷିତ ପାଣିର ସଂସ୍ପର୍ଶରେ ଆସିବାରୁ ସେମାନଙ୍କ ପରିବାରର ସଦସ୍ୟମାନଙ୍କ ଦେହ ଅସୁସ୍ଥ ହେଉଛି। ସେମାନଙ୍କର ଏକର ଏକର ଜମିର ଧାନ ଚାଷ ନଷ୍ଟ ହେବା ସହିତ ସେମାନେ ଉପରୋକ୍ତ ସମସ୍ୟାରେ ପଡି ହଇରାଣ ହରକତ ହେଉଛନ୍ତି। ଏସମ୍ପର୍କରେ ବନିପାଳ ଗ୍ରାମର ଅଧିବାସୀମାନେ ରାଜନଗର ତହସିଲଦାରଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ ବି ଅଦ୍ୟାବଧି କୈାଣସି ସୁଫଳ ମିଳିନାହିଁ। ତେଣୁ ବନିପାଳ ଗ୍ରାମର ଅଧିବାସୀମାନଙ୍କ ପକ୍ଷରୁ ଅଟଳ କୁମାର ସେଠୀ, କନକଲତା ମର୍ଦ୍ଧା, କବିତା ସେଠୀ, କାକଳି ସେଠୀ, ଭାଗବତ ସେଠୀ, ଶିବନାରାୟଣ ମଣ୍ଡଳ, ଦେବକୀ ମଣ୍ଡଳ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।


Discover more from

Subscribe now to keep reading and get access to the full archive.

Continue reading