
ପଟ୍ଟାମୁଣ୍ଡାଇ ତା ୩୦/୧୦- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କଖାରୁଣୀ ୟୁ ଜି ୟୁ ପି କ୍ଲଷ୍ଟର ପକ୍ଷରୁ ନବ ନିଯୁକ୍ତ କନିଷ୍ଠ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଉପଲକ୍ଷେ ସି ଆର ସି ସି ଅରବିନ୍ଦ ବଳଙ୍କ ପୌରହିତ୍ୟରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପୂର୍ବତନ ପ୍ରଧାନଶିକ୍ଷକ କବି ଅଶୋକ ପରିଡା, ପୂର୍ବତନ ସି ଆର ସି ସି କବି ଅନ୍ତର୍ଯ୍ୟାମୀ ବେଜ, ପ୍ରଧାନଶିକ୍ଷୟତ୍ରୀ ରେଣୁକା ମହାପାତ୍ର ପ୍ରମୁଖ ସମ୍ମାନିତଅତିଥି ଭାବେ ଯୋଗ ଦେଇ ଉତ୍ତମ ଛାତ୍ରଛାତ୍ରୀ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ନବ ନିଯୁକ୍ତ ଶିକ୍ଷକ /ଶିକ୍ଷୟତ୍ରୀମାନେ ନିଷ୍ଠାର ସହ ଶିକ୍ଷାଦାନ କରି ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ ଗଠନ କରିବା ପାଇଁ ପରାମର୍ଶ ଦେଇଥିଲେ । ଏଇ ଅବସରରେ ନବ ନିଯୁକ୍ତ ନୂତନ ଶିକ୍ଷକ ସୋନାଲି ସାହୁ,ସୌମ୍ୟ ରଞ୍ଜନ ସାହୁ,ରଶ୍ମି ରଞ୍ଜନ ଓଝା,ପ୍ରିୟଙ୍କା କର,ନିଶିଦ୍ଧ ବେହେରା, ଅର୍ଚନା ମହାରଣା ଶୁଭଶ୍ରୀ ପଣ୍ଡା ଓ ସୁବାଷ ବିଶ୍ୱାଳଙ୍କୁ ଅତିଥିମାନେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ସହକାରୀ ଶିକ୍ଷକ ଅଜୟ ସାହୁ ଧନ୍ୟବାଦ ଦେଇଥିଲେ ।











