ପଟ୍ଟାମୁଣ୍ଡାଇ ତା ୩୦/୧୦- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କଖାରୁଣୀ ୟୁ ଜି ୟୁ ପି କ୍ଲଷ୍ଟର ପକ୍ଷରୁ ନବ ନିଯୁକ୍ତ କନିଷ୍ଠ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଉପଲକ୍ଷେ ସି ଆର ସି ସି ଅରବିନ୍ଦ ବଳଙ୍କ ପୌରହିତ୍ୟରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପୂର୍ବତନ ପ୍ରଧାନଶିକ୍ଷକ କବି ଅଶୋକ ପରିଡା, ପୂର୍ବତନ ସି ଆର ସି ସି କବି ଅନ୍ତର୍ଯ୍ୟାମୀ ବେଜ, ପ୍ରଧାନଶିକ୍ଷୟତ୍ରୀ ରେଣୁକା ମହାପାତ୍ର ପ୍ରମୁଖ ସମ୍ମାନିତଅତିଥି ଭାବେ ଯୋଗ ଦେଇ ଉତ୍ତମ ଛାତ୍ରଛାତ୍ରୀ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ନବ ନିଯୁକ୍ତ ଶିକ୍ଷକ /ଶିକ୍ଷୟତ୍ରୀମାନେ ନିଷ୍ଠାର ସହ ଶିକ୍ଷାଦାନ କରି ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ ଗଠନ କରିବା ପାଇଁ ପରାମର୍ଶ ଦେଇଥିଲେ । ଏଇ ଅବସରରେ ନବ ନିଯୁକ୍ତ ନୂତନ ଶିକ୍ଷକ ସୋନାଲି ସାହୁ,ସୌମ୍ୟ ରଞ୍ଜନ ସାହୁ,ରଶ୍ମି ରଞ୍ଜନ ଓଝା,ପ୍ରିୟଙ୍କା କର,ନିଶିଦ୍ଧ ବେହେରା, ଅର୍ଚନା ମହାରଣା ଶୁଭଶ୍ରୀ ପଣ୍ଡା ଓ ସୁବାଷ ବିଶ୍ୱାଳଙ୍କୁ ଅତିଥିମାନେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ସହକାରୀ ଶିକ୍ଷକ ଅଜୟ ସାହୁ ଧନ୍ୟବାଦ ଦେଇଥିଲେ ।
kanikanews.in
Next Post
ନନ୍ଦଲାଲଜୀଉଙ୍କ ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ
Wed Oct 30 , 2024
ପଟ୍ଟାମୁଣ୍ଡାଇ ୩୦/୧୦- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ପଂଚାୟତ ନନ୍ଦଲାଲପାଟଣାରେ ବିଶ୍ୱଶାନ୍ତି ମହାଯଜ୍ଞ ସଫଳତାର ସହ ଆୟୋଜନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧିକାରୀ ପ୍ରଦୀପ ଦାଶଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ଅଳପୁଆ ସରପଂଚ ପଦ୍ମିନୀ ବେହେରା, ସମିତି ସଭ୍ୟ ରାମ ଚନ୍ଦ୍ର ସେଠୀ, ପୂର୍ବତନ ସମିତ ସଭ୍୍ୟ ଚନ୍ଦନ ସାହୁ,ପୂର୍ବତନ ସରପଂଚ ରମେଶ ଦାସ,କୃତିବାସ ସାହୁ, ,ଅମରେନ୍ଦ୍ର ଦାଶ, ଗୋବର୍ଧନ ଦାଶ, ଶୁଭେନ୍ଦ୍ର […]

You May Like
- 2 years ago
ଏମ ଏନ ହାଇସ୍କୁଲରେ ପ୍ରଧାନଶିକ୍ଷକ ସମ୍ମିଳନୀ
- 10 months ago
କେନ୍ଦ୍ରାପଡାରେ ସୁଭଦ୍ରା ସ୍ୱାଗତ ପଦଯାତ୍ରା ଆୟୋଜିତ
- 7 months ago
ପଟ୍ଟାମୁଣ୍ଡାଇ କଲେଜରେ ସଂସ୍କୃତିକ ପ୍ରତିଯୋଗିତା